Advertisment

KIIT Student Death: KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଦ୍ଭିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଏହାପରେ କଲେଜ୍‌ର ଅନ୍ୟ ସାଥୀ ଛାତ୍ରମାନେ ପ୍ରତିବାଦ ସ୍ୱରୂପ କ୍ୟାମ୍ପସ ନିକଟରେ ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଗରେ ନାରା ବାଜି କରିଛନ୍ତି।

ଅଦ୍ୟତନ ହୋଇଛି
KIIT Nepali Girl Student Death

kiit-university-girl-student-s-death

Advertisment

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା।ଅଭିଯୁକ୍ତ ପୁରୁଷ ବନ୍ଧୁ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ଗିରଫ କରିଛି ପୋଲିସ। ମୃତଦେହ ମିଳିବାର କିଛି ଘଣ୍ଟା ପରେ ଶେଷରେ ସେ ବନ୍ଧା ହୋଇଛନ୍ତି। ଶ୍ରୀବାସ୍ତବ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ମୃତ ଛାତ୍ରୀଙ୍କ ସାଙ୍ଗସାଥୀ ଅଭିଯୋଗ ଆଣିଛନ୍ତି।

Advertisment

ଆଜି ସକାଳେKIIT ବିଶ୍ୱବିଦ୍ୟାଳୟରହଷ୍ଟେଲ କ୍ୟାମ୍ପସରେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା। ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ କରିଛି। ଗିରଫ ଛାତ୍ର ହେଲେ ମେକାନିକାଲ୍ ଇଞ୍ଜିନିୟରିଂ ଛାତ୍ର ଅଦ୍ଭିକ ଶ୍ରୀବାସ୍ତବ। ୩ ବର୍ଷ ଧରି ସେମାନେ ରିଲେସନସିପ୍‌ରେ ଥିଲେ। ଅଦ୍ଭିକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଜଣେ ସହପାଠୀ ଅଭିଯୋଗ କରିଛନ୍ତି, ତିନି ବର୍ଷର ସମ୍ପର୍କ ମଧ୍ୟରେ ଅଦ୍ଭିକ ତାଙ୍କୁ ନିରନ୍ତର ନିର୍ଯାତନା ଦେଉଥିଲେ। ଅଭିଯୋଗକୁ ଆଧାର କରି, ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଅଦ୍ଭିକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଘରୁ ଟେକି ନେଇ ପିଟି ପିଟି ମାରିଦେଲେ, ପୋଲିସ ତଦନ୍ତ ଆରମ୍ଭ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଦ୍ଭିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଏହାପରେ କଲେଜ୍‌ର ଅନ୍ୟ ସାଥୀ ଛାତ୍ରମାନେ ପ୍ରତିବାଦ ସ୍ୱରୂପ କ୍ୟାମ୍ପସ ନିକଟରେ ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଗରେ ନାରା ବାଜି କରିଛନ୍ତି।

Advertisment

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୃତକଙ୍କ ଫୋନ୍ ଛଡ଼ାଇ ନେଇଛନ୍ତି ଏବଂ ଏହାକୁ ଦେଉନାହାଁନ୍ତି। ଭାଇସ୍-ଚାନସେଲର ଏବଂ ଅନ୍ୟ ସମସ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏନେଇ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି ଏକ ଭିଡିଓ କ୍ଲିପରେ ଜଣେ ଛାତ୍ର ଏପରି କହୁଥିବା ଶୁଣାଯାଉଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ମୃତ ଛାତ୍ରୀଙ୍କ ପିତାମାତାଙ୍କୁ ଏନେଇ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ମହଙ୍ଗା ମାଡ଼ରେ ହନ୍ତସନ୍ତ ରାଜ୍ୟବାସୀ, ଦରବୃଦ୍ଧି ରୋକିବାରେ ସରକାର ବିଫଳ

Advertisment
Girl Suicide Student Suicide KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ