• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପାଣି ମାଗିବା ବାହାନାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଅଭିଯୋଗ । କିଛି ବାଟ ଗଲା ପରେ କୌଶଳ କ୍ରମେ ଅପହରଣକାରୀଙ୍କୁ ଚକମା ଦେଇ ଖସି ଆସିଲେ ଛାତ୍ର । ପାରାଦୀପରେ ସାମ୍ନାକୁ ଆସିଛି ଏଭଳି ଘଟଣା । 

ଅପହରଣ ପରେ ମାର୍ଶାଘାଇ ହଳଦିଆପଡ଼ାରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଏ ନେଇ ଲକ୍ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ସାଇକେଲରେ ସ୍କୁଲ ଯିବା ବେଳେ ଛାତ୍ରଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ସ୍କର୍ପିଓରେ ଜଣେ ମହିଳାଙ୍କ ସମେତ ୪ ଜଣ ଦୁର୍ବୃତ୍ତ ଆସିଥିଲେ । ସାଇକେଲରେ ଯାଉଥିବା ବେଳେ ଛାତ୍ରକୁ ଅଟକାଇ ଦୁର୍ବୃତ୍ତମାନେ ପାଣି ମାଗିଥିଲେ । ଆଉ ଏହି ସମୟରେ ହିଁ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଉଠାଇ ନେଇଥିଲେ । 

ଲକ୍ ଥାନା ପନ୍ଦର ନମ୍ବର ଛକରୁ ସାଇକେଲ ସହ ଛାତ୍ରକୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ତେବେ ଛାତ୍ର ଜଣକ କୌଶଳ କ୍ରମେ ଖସି ଆସି ଘର ଲୋକଙ୍କୁ ଫୋନ୍ କରିଥିଲେ । ତେବେ କିଏ ଏବଂ କାହିଁକି ଅପହରଣ କରିଥିଲେ କାରଣ ଜଣାପଡ଼ିନି । ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now