Advertisment

ପଟିଆ ଷ୍ଟେସନ୍‌ରୁ ଅପହରଣ କରିଥିଲେ, କଟକରୁ ମିଳିଲା ଶିଶୁ

ତେବେ ଶିଶୁ ଅପହରଣର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ଅପହର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Child Kidnap

Child Kidnap

ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଅପହୃତ ପ୍ରାୟ ବର୍ଷକର ଶିଶୁ କଟକରୁ ଉଦ୍ଧାର ହୋଇଛି । ପଟିଆ ଷ୍ଟେସନ ନିକଟ ବଜାରରୁ ମାଆ ପାଖରୁ ଶିଶୁଟିକୁ କେହି ଏକ କାରରେ ଆସି ଛଡ଼ାଇ ନେଇଥିବା ନେଇ ଅଭିଯୋଗ ହୋଇଥିଲା । ମଞ୍ଚେଶ୍ୱର ଥାନା ପକ୍ଷରୁ ଏନେଇ ସୂଚନା ମିଳିଥିଲା। ଶିଶୁ ଅପହୃତ ନେଇ ମଞ୍ଚେଶ୍ୱର ଥାନାରେ ଗତକାଲି ଅଭିଯୋଗ ହୋଇଥିଲା ।

Advertisment

ମାଆ ନିକଟରୁ କେହି ଶିଶୁଟିକୁ ନେଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ଶିଶୁଟିକୁ କଟକରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ତେବେ ଶିଶୁ ଅପହରଣର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ଅପହର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ସେପଟେ ଦୁନି ଦିନ ପୂର୍ବରୁ ଦେବଗଡ଼ରେ ମଧ୍ୟ ଏକ କୁନି ଝିଅକୁ ଅପହରଣ କରାଯାଇଥିଲା । ଅପରାହ୍ଣ ୪ଟା ବେଳେ ଜେଜେ ମା ହାତ ଧରି ଟ୍ୟୁସନରୁ ଫେରିବା ବେଳେ ଦେବଗଡ଼ ଟାଉନ ଥାନାରୁ ମାତ୍ର ଶହେ ମିଟର ଦୂର ପୁଣି ଜନଗହଳି ପୂର୍ଣ୍ଣ ଷ୍ଟେଟ୍ ବ୍ୟାଙ୍କ ଛକରୁ କୁନି ଝିଅ ପିହୁକୁ ଅପହରଣ କରି ନେଇଥିଲେ ଦୁଇ ଦୁର୍ବୃତ୍ତ । ବାଇକରେ ଆସିଥିଲେ, ଆଈକୁ ଧକ୍କା ମାରି ନାତୁଣୀକୁ ଛ଼ଡ଼ାଇ ଆଖି ପିଛୁଳାକେ ଫେରାର ମାରିଥିଲେ ।

Advertisment

ଘଟଣା ସଂପର୍କରେ ଜାଣି ତୁରନ୍ତ ପୋଲିସରେ ଖବର ଦେଇଥିଲେ ବାପା ତଥା ବ୍ୟବସାୟୀ ଆଲୋକ ଅଗ୍ରୱାଲ୍। ସବୁ ଏକଜିଟ୍ ପଏଣ୍ଟରେ ନାକା କରି, ପଡ଼ୋଶି ଜିଲ୍ଲାକୁ ଖବର ଦେଇ ପୋଲିସ ତନାଘନା ଚଳାଇଥିଲେ ବି ବିଳମ୍ବିତ ରାତି ଯାଏଁ କିଛି ପତ୍ତା ନଥିଲା। ହେଲେ ରାତି ପ୍ରାୟ ୪ଟା ବେଳେ ଅତି ଆଶ୍ଚର୍ଯ୍ୟଜନକ ଭାବେ ସୁନ୍ଦରଗଡ଼ ଭୋଇପାଲିରେ ମିଳିଥିଲା ପିହୁର ସନ୍ଧାନ । ହେଲେ ଏହି ଅପହରଣ ପଛରେ କାହାର ହାତ ଅଛି, ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ ।

Crime Kidnap
Advertisment
Advertisment