Advertisment

Bhubaneswar Kidnap Case: ଅପହରଣର ଡ୍ରାମା କରି ୫୦ ଲକ୍ଷ ମାଗିଲେ...ଏବେ ନଦୀପଠାରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଖାରବେଳନଗର ଥାନାରେ ଏକ ଅପହରଣ ମାମଲା ହୋଇଥିଲା। ଏହାର ସନ୍ଧାନ କରି ପୋଲିସ ହତ୍ୟା ରହସ୍ୟ ପଯ୍ୟନ୍ତ ପହଞ୍ଚି ପାରିଛି ।ଏହି ଘଟଣାରେ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ଚନ୍ଦନ ଏବଂ ତା'ର କିଛି ସାଙ୍ଗ ବାଙ୍ଗାଲୋର ରେ କାମ କରୁଥିବା ବେଳେ ସେମାନେ ଏକ ସଙ୍ଗେ ଭୁବନେଶ୍ଵର ଫେରିଥିଲେ । ଏହି ସମୟରେ ଚନ୍ଦନଙ୍କ ପରିବାରକୁ ଫୋନ୍ ଯୋଗେ କେହି ଜଣେ ଧମକ ଦେଇ କହିଲା ପଚାଶ ଲକ୍ଷ ଟଙ୍କା ଦିଅ, ନଦେଲେ ତୁମ ପୁଅକୁ ମାରି ଦେବୁ ।

ଅଦ୍ୟତନ ହୋଇଛି
ପିକ୍‌ନିକ୍ ପାଇଁ ଡାକି ଅପହରଣ ଡ୍ରାମା

ପିକ୍‌ନିକ୍ ପାଇଁ ଡାକି ଅପହରଣ ଡ୍ରାମା

Advertisment

କେନ୍ଦ୍ରାପଡ଼ା ରେ ଘର। କିନ୍ତୁ ବାରିପଦାର ବୁଢ଼ାବଳଙ୍ଗ ନଦୀ ପଠାରୁ ବାହାରିଲା ଶବ । ଏହିପରି ଜଣେ ଯୁବକଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଙ୍ଗ ମାନେ ପିକନିକ କରିବାକୁ କହି ଭୁବନେଶ୍ୱରରୁ ଜଣେ ସାଙ୍ଗକୁ ବାରିପଦା ଡକାଇଲେ ଆଉ କିଡନାପ କରିଥିବା ନେଇ ପରିବାରକୁ ଫୋନ୍ ଯୋଗେ ପଚାଶ ଲକ୍ଷ ଟଙ୍କ ମାଗିଲେ । ପରିବାର ଲୋକେ ଖୋଜି ଖୋଜି ବାରିପଦାରେ ପହଞ୍ଚିବା ପରେ ନଦୀ ବାଲିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

Advertisment

ମୃତ ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲାର ଚନ୍ଦନ କୁମାର ସ୍ଵାଇଁ। ଏହିପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାରିପଦାରେ। ଗତକାଲି ବାରିପଦାର ବୁଢ଼ାବଳଙ୍ଗ ନଦୀ ପଠା ବାଲି ଭିତରେ ପୋତି ହୋଇଥିବା ଏକ ମୃତ ଦେହ ସ୍ଥାନୀୟ ଲୋକ ଦେଖିଥିଲେ । ପୋଲିସ ସାଇଣ୍ଟିଫିକ ଟିମ୍ ପହଞ୍ଚି ଗଳିତ ମୃତ ଦେହକୁ ଉଦ୍ଧାର କରିଥିଲେ।

ଅଧିକ ପଢ଼ନ୍ତୁ: ଦରମା ମାତ୍ର ୧୩ ହଜାର!! କିନ୍ତୁ ଚଢ଼ୁଥିଲେ BMW, ପିନ୍ଧୁଥିଲେ ହୀରା ଚଷମା

Advertisment

ଭୁବନେଶ୍ୱରର ଖାରବେଳନଗର ଥାନା ରେ ଏକ ଅପହରଣ ମାମଲା ହୋଇଥିବା ବେଳେ ଏହାର ତଦନ୍ତ କରି ପୋଲିସ ହତ୍ୟାର ରହସ୍ୟ ପଯ୍ୟନ୍ତ ପହଞ୍ଚି ପାରିଛି । ଏହି ଘଟଣାରେ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ଚନ୍ଦନ ଏବଂ ତା'ର କିଛି ସାଙ୍ଗ ବାଙ୍ଗାଲୋରରେ କାମ କରୁଥିବା ବେଳେ ସେମାନେ ଏକ ସଙ୍ଗେ ଭୁବନେଶ୍ଵର ଫେରିଥିଲେ । ଏହି ସମୟରେ ଚନ୍ଦନଙ୍କ ପରିବାରକୁ ଫୋନ୍ ଯୋଗେ କେହି ଜଣେ ଧମକ ଦେଇ କହିଥିଲା ପଚାଶ ଲକ୍ଷ ଟଙ୍କା ଦିଅ, ନଦେଲେ ତୁମ ପୁଅକୁ ମାରିଦେବୁ । ପରିବାର ଲୋକେ ଥାନାରେ ଜଣାଇବା ପରେ ବାରିପଦାରେ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ଫୋନ୍ ଆସୁଥିବା କଲ ରେକର୍ଡକୁ ଯାଞ୍ଚ୍ କରି ବାରିପଦା ଷ୍ଟେସନରୁ ଦୁଇ ଯୁବକଙ୍କୁ ଅଟକ ରଖିଛି। ସେହି ଯୁବକମାନେ ମୃତ ଚନ୍ଦନର ସାଙ୍ଗ ହୋଇଥିବା ବେଳେ ସେମାନେ ଚନ୍ଦନକୁ ହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Bhubaneswar Kidnapping Case Kidnapping
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ