• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନାଁରେ ସଂଗୀନ ଅଭିଯୋଗ କରିଛନ୍ତି ପିଏ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପିଏ ହେମନ୍ତ ଭୋଇ । ଜାତିଆଣ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଜିଲ୍ଲାପାଳ ଟିକେ ଟିକେ କଥାରେ ଗାଳିଗୁଲଜ କରୁଛନ୍ତି । ଏଭଳିକି ପିଅନ, ସୁଇପର ଭଳି ବ୍ୟବହାର ଦେଖାଉଛନ୍ତି ।

ଜିଲ୍ଲାପାଳ ମହାଶୟ ୨ ମାସ ହେଲାଣି ଏମିତି ଗାଳିଗୁଲଜ, ମାନସିକ ନିର୍ଯାତନା ଦେଉଥିବା ଅଭିଯାଗ ଆଣି ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ ଆଣିଛନ୍ତି ହେମନ୍ତଙ୍କ ପତ୍ନୀ । ହେମନ୍ତ ଓ ତାଙ୍କ ପତ୍ନୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀ ବୁଝାସୁଝା କରିଥିଲେ  ।  ସେଠାରେ ସେ ସବିତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ବୁଝାଇ ଥିଲେ । ହେଲେ ସବିତା ନିଜ ଜିଦ୍‌ରେ ଅଟଳ ରହିଥିଲେ। ଜିଲ୍ଲାପାଳଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ଆସିଥିବାରୁ ସବିତାଙ୍କ ଏତାଲା ଗ୍ରହଣ କରିଥିଲେ ଏସ୍‌ଡିପିଓ । ଆଉ ସବିତାଙ୍କୁ ଏଫ୍‌ଆଇଆର କପି ପ୍ରଦାନ କରିଥିଲେ ।  

ହେମନ୍ତଙ୍କ କହିବା ଅନୁସାରେ, ମୁଁ ତାଙ୍କୁ ଆଜି କହିଥିଲି, ସାର ଆପଣଙ୍କର  କଥା ଶୁଣି ୪ ଜଣ ରୋଷେୟା ପଳାଇଗଲେଣି  । ଆଉ ମୋ କଥା ଶୁଣି କହିଲେ,  ଓଡ଼ିଆ ଶଃ. .   କୁଛ ନେହିଁ ଜାନତା . . . .ଭାଗୋ ଭାଗୋ । ଗେଟ୍‌ ଆଉଟ୍‌, ତୁମ୍‌ ବି ଭାଗୋ । ମନ ଇଚ୍ଛା କଥା କହୁଛନ୍ତି । ତାଙ୍କର ମୋ ସହ କ’ଣ ଅସୁବିଧା ହେଉଛି ମୁଁ ବି ଜାଣିପାରୁନି । ତାଙ୍କ କଥା ଶୁଣି ଶୁଣି ମୋର ହାଇ ବିପି ହୋଇଗଲାଣି । ସେଥିପାଇଁ ମୋତେ ମେଡିକାଲ ଯିବାକୁ ପଡ଼ୁଛି । ମୁଁ କ’ଣ ଜଗୁଆଳି ହୋଇଛି । ମୋତେ ଜଗୁଆଳି ପରି ବ୍ୟବହାର କରୁଛନ୍ତି । ମୋର ଯଦି କିଛି ହୁଏ ସେ ଦାୟୀ ରହବେ ।