Viral Video: ଆମ୍ବୁଲାନ୍ସକୁ ଦେଲେନି ରାସ୍ତା, ପୋଲିସ୍‌ ପକାଇଲା ଅଢ଼େଇ ଲକ୍ଷର ଫାଇନ୍‌

ସାଇରନ୍‌ ଓ ହର୍ଣ୍ଣ ବଜାଇବା ପରେ ମଧ୍ୟ ଉକ୍ତ କାର ଡ୍ରାଇଭର ଆମ୍ବୁଲାନ୍ସକୁ ସାଇଡ୍‌ ଦେଇନଥିଲେ । ଯାହାଫଳରେ ଉକ୍ତ କାର ମାଲିକ ଉପରେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛି କେରଳ ପୋଲିସ୍ ।

ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ୍‌

ମହଙ୍ଗା ପଡ଼ିଲା ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବା । ଆମ୍ବୁଲାନ୍ସକୁ ବାଟ ନ ଛାଡ଼ିବାରୁ ଗୋଟିଏ କାର ଉପରେ ପଡ଼ିଛି ଅଢ଼େଇ ଲକ୍ଷ ଟଙ୍କାର ଜରିମାନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ । କେରଳର ଥ୍ରିସୁରରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅମାନୁଷିକ ଆଚରଣ ପ୍ରଦର୍ଶନ କରିବା ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଛି । ଏକ ଆମ୍ବୁଲାନ୍ସକୁ ରାସ୍ତା ଦେଇନଥିବା ବ୍ୟକ୍ତିଙ୍କ ବିରୋଧରେ କେରଳ ପୋଲିସ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସାଇରନ୍‌ ଓ ହର୍ଣ୍ଣ ବଜାଇବା ପରେ ମଧ୍ୟ ଉକ୍ତ କାର ଡ୍ରାଇଭର ଆମ୍ବୁଲାନ୍ସକୁ ସାଇଡ୍‌ ଦେଇନଥିଲେ । ଯାହାଫଳରେ ଉକ୍ତ କାର ମାଲିକ ଉପରେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛି କେରଳ ପୋଲିସ୍ । ତେବେ କେରଳର ଚଲାକୁଡିରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଅଧିକ ପଢ଼ନ୍ତୁ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ପ୍ରଦୂଷଣ ରୋକିବାକୁ ଅଷ୍ଟସୂତ୍ରୀ ନିୟମ ଲାଗୁ

ସୂଚନା ଅନୁସାରେ, ଏହି ଘଟଣା ନଭେମ୍ବର ୭ରେ ଚଲାକୁଡିରେ ଘଟିଥିଲା । ଖବର ମୁତାବକ ଏହି ଆମ୍ବୁଲାନ୍ସ ପୋନ୍ନାନୀରୁ ଥ୍ରିସୁର ମେଡିକାଲ କଲେଜକୁ ଯାଉଥିଲା । ତେବେ ଏହି ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ନଥିଲା କାର ଚାଳକ । ଆମ୍ବୁଲାନ୍ସରେ ବସିଥିବା ପାରାମେଡିକାଲ ଷ୍ଟାଫ୍‌ ଏହି ସମୟର ଭିଡିଓ ରେକର୍ଡ କରିଥିଲେ । 

ଆମ୍ବୁଲାନ୍ସରୁ ରେକର୍ଡ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଏକ ସଂକୀର୍ଣ୍ଣ, ଦୁଇ ଲେନ୍‌ ବିଶିଷ୍ଟ ରାସ୍ତାରେ ଯାଉଥିବାବେଳେ ଆମ୍ବୁଲାନ୍ସ ଆଗରେ ଏକ ଧଳା ମାରୁତି ସୁଜୁକି ସିଆଜ କାର ଯାଉଥିଲା । ଆମ୍ବୁଲାନ୍ସର ସାଇରନ୍ ଓ ଡ୍ରାଇଭରଙ୍କ ବାରମ୍ବାର ହର୍ଣ୍ଣକୁ କାର ଚାଳକ ଆଦୌ ଭ୍ରୁକ୍ଷେପ କରିନଥିଲେ । ଦୁଇ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମ୍ବୁଲାନ୍ସର ଆଗେ ଆଗେ ଯାଇଥିଲେ । ଶେଷରେ ଡାହାଣପଟେ ସାମାନ୍ୟ ଫାଙ୍କା ରାସ୍ତା ଦେଖି ଆମ୍ବୁଲାନ୍ସ ଚାଳକ ଏହାକୁ ଓଭର-ଟେକ୍ କରିଥିଲେ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡ୍‌କୁ ଆସିଥିଲା କେରଳ ପୋଲିସ୍ । ନମ୍ବର ପ୍ଲେଟରୁ କାର ଡ୍ରାଇଭରକୁ ଚିହ୍ନଟ କରିଥିଲେ ପୋଲିସ୍ ଅଧିକାରୀ । ଏହା ପରେ କାର ମାଲିକ ଆମ୍ବୁଲାନ୍ସ ପାଇଁ ରାସ୍ତା ଅବରୋଧ କରିବା, ମୋଟର ଯାନ ଅଧିନିୟମ ଦ୍ୱାରା କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ବଢିଲା ମହିଳାଙ୍କ ଗୁରୁତ୍ବ; CISFରେ ମହିଳା ବାଟାଲିୟନ୍, ଗୃହ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

ଏହି ପ୍ରମାଣ ସାମ୍ନାକୁ ଆସିବା ପରେ କେରଳ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାର ଚାଳକଙ୍କ ବିରୋଧରେ ପୋଲିସ୍‌ର ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସା କରାଯାଇଛି । ରାସ୍ତାରେ ଅତ୍ୟାବଶ୍ୟକ ସେବା ପାଇଁ ପଥକୁ ସୁଗମ କରିବାକୁ ଏଭଳି ପଦକ୍ଷେପ ନିହାତି ଆବଶ୍ୟକ ବୋଲି ଭାଇରାଲ ହେଉଥିବା ଏହି ଭିଡିଓରେ ୟୁଜର୍ସମାନେ ପ୍ରତିକ୍ରିୟା ରଖିଛନ୍ତି ।