• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିଠୁ ୫ ଦିନିଆ ରିମାଣ୍ଡରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଇଶାନ ବୁଖାରୀ । ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଆତଙ୍କୀ ଲିଙ୍କ୍ ଏବଂ ଓଡ଼ିଶାରେ ଅପରାଧ ସାମ୍ରାଜ୍ୟର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ ।

୩ଟି ଟିମ୍ ବୁଖାରୀକୁ ମାରାଥନ ଜେରା କରିବେ । କେମିତି ଓ କେବେଠୁ ଆତଙ୍କୀ ଲିଙ୍କରେ ଆସିଥିଲା ଏବଂ ଆଇଏସଆଇ ଏଜେଣ୍ଟଙ୍କ ସହ ସଂପର୍କ ଥିଲା କି ନାହିଁ ସେ ନେଇ ଛାନଭିନ୍ କରାଯିବ ।

ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିଥିଲା । ହେଲେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି । ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି ।

ପୂର୍ବରୁ ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍.ପି କହିସାରିଛନ୍ତି । ଏଥିସହିତ ଆହୁରି ଆଶଙ୍କା କରାଯାଉଛି, ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇଛି ଦେଶର ସମ୍ବେଦନଶୀଳ ତଥ୍ୟ । ତା’ମଧ୍ୟରୁ କିଛି ଡିଲିଟ୍ ହୋଇଛି ତ ଆଉ କିଛି ଲାଗିଛି କ୍ରାଇମବ୍ରାଞ୍ଚ STF ହାତରେ ।

ତେଣୁ ସିଡିଆର୍ ଆନାଲିସିସ ଆଧାରରେ ସବୁ ତଥ୍ୟର ରହସ୍ୟ ଖୋଲିବା ପାଇଁ ଯାଜପୁର ରଗଡ଼ି ଜେଲରେ ଥିବା ବୁଖାରୀକୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିବ କ୍ରାଇମବ୍ରାଞ୍ଚ ।