Advertisment

Man Stabs Friend: ଭୋଜିକୁ ଯାଇ ଶବ ହୋଇ ଫେରିଲେ, ଭୁଲ ଥିଲା ଅଧିକ ଚିକେନ ମାଗିବା

ଯୁକ୍ତିତର୍କ ଚାଲିଥିବା ବେଳେ ବିଟଲ ନିଜ ରାଗି ଯାଇ ରୋଷେଇ ଘରକୁ ଯାଇଥିଲେ । ପିଆଜ କଟା ଛୁରୀ ଆଣି ଏକାଧିକ ଥର ବିନୋଦଙ୍କ ଶରୀରରେ ଭୁଷି ଦେଇଥିଲେ ।

ଅଦ୍ୟତନ ହୋଇଛି
Man Stabs Friend

Man Stabs Friend

Advertisment

କୁହାଯାଏ ସାଙ୍ଗ ପାଇଁ ଲୋକ ଜୀବନ ଦେଇ ଦିଅନ୍ତି । କିନ୍ତୁ କର୍ଣ୍ଣାଟକରେ ଏଭଳି କିଛି ଘଟିଛି ଯାହା ବନ୍ଧୁତାରେ ଦାଗ ଲଗେଇ ଦେଇଛି । ସାମାନ୍ୟ ଚିକେନ୍ ପାଇଁ କିଏ କଣ ନିଜ ସାଙ୍ଗକୁ ମାରିପାରେ । କର୍ଣ୍ଣାଟକର ବେଲାଗାଭିରେ ବିଚଳିତ କରିଲା ଭଳି ଘଟଣା ଘଟିଛି ।

Advertisment

ଭୋଜି ଖାଇବାକୁ ଯାଇ ଶବ ହୋଇ ଫେରିଲା ସାଙ୍ଗ । ଅଧିକ ଚିକେନ ମାଗିବାରୁ ବନ୍ଧୁଙ୍କୁ ମାରିଛି ବନ୍ଧୁ। ବାହାଘର ପାଇଁ ଜଣେ ବନ୍ଧୁ ଭୋଜି ଦେଉଥିଲେ। ଏହି ଭୋଜିରେ ସାମିଲ ହୋଇଥିବା ଜଣେ ୩୦ ବର୍ଷୀୟ ଯୁବକ ଅଧିକ ଚିକେନ ଖାଇବାକୁ ମାଗିଥିଲେ। ବାସ୍‌ ଏଥିପାଇଁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଛି।

ଅଧିକ ପଢ଼ନ୍ତୁ: ଧରାପଡ଼ିବା ଭୟରେ ମୋବାଇଲ ଗିଳିଦେଲା କଏଦୀ, ପେଟ ଚିରି ବାହାର କଲେ ଡାକ୍ତର 

Advertisment

ମୃତକ ହେଲେ ୩୦ ବର୍ଷୀୟ ବିନୋଦ ମାଲାଶେଟ୍ଟି। ନିକଟରେ ତାଙ୍କ ବନ୍ଧୁ ଅଭିଷେକ କୋପ୍ପାଡ ବିବାହ କରିଥିଲେ। ଏଥିପାଇଁ ରବିବାର ଦିନ ସେ ନିଜର କିଛି ଖାସ ବନ୍ଧୁଙ୍କ ସହ ମିଶି ଭୋଜି କରୁଥିଲେ। ଏହି ଭୋଜି ଅଭିଷେକଙ୍କ ଫାର୍ମ ହାଉସରେ ଆୟୋଜନ ହୋଇଥିଲା ।

ଭୋଜି ଆରମ୍ଭରୁ ସବୁ ଠିକ ଥିଲା । ସମସ୍ତେ ଖୁସିରେ ଗପସପ କରୁଥିଲେ । କିନ୍ତୁ ଖାଇଲାବେଳେ ଆରମ୍ଭ ହୋଇଥିଲା ଝଗଡ଼ା । ଅଭିଷେକ ଓ ବିନୋଦଙ୍କ ଆଉ ଜଣେ ବନ୍ଧୁ ହେଲେ ବିଟଲ ହାରୁଗୋପ୍ପ। ସେ ଭୋଜିରେ ଖାଦ୍ୟ ବାଢୁଥିଲେ ।

Advertisment

ସେ ବିନୋଦଙ୍କୁ ଚିକେନ ଦେଇଥିଲେ। କିନ୍ତୁ ଚିକେନ ଖଣ୍ଡ ଗୁଡ଼ିକର ଆକାର ଛୋଟ ଥିବା ବିନୋଦ କହିଥିଲେ । ଆଉ କିଛି ଚିକେନ ଦେବାକୁ କହିଥିଲେ। ଏହାକୁ ନେଇ ବିନୋଦ ଓ ବିଟଲଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଯୁକ୍ତିତର୍କ ଚାଲିଥିବା ବେଳେ ବିଟଲ ନିଜ ରାଗି ଯାଇ ରୋଷେଇ ଘରକୁ ଯାଇଥିଲେ । ପିଆଜ କଟା ଛୁରୀ ଆଣି ଏକାଧିକ ଥର ବିନୋଦଙ୍କ ଶରୀରରେ ଭୁଷି ଦେଇଥିଲେ ।

ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ବିନୋଦଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରଛି ।

ଅଧିକ ପଢ଼ନ୍ତୁ: ପରପୁରୁଷ ପାଇଁ ସ୍ୱାମୀଙ୍କୁ ମାରିଦେଲା, ପୁଅକୁ କହିଲା… 

Murder Karnataka Chicken Curry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ