• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଞ୍ଜଳି ମୃତ୍ୟୁ ମାମଲାକୁ ନେଇ ତେଜୁଛି ସିବିଆଇ ତଦନ୍ତ ଦାବି । ମୃତକଙ୍କ ପରିବାର ଲୋକଙ୍କ ସହ ସ୍ଥାନୀୟ ବାସିନ୍ଦା ସିବିଆଇ ତଦନ୍ତ ଦାବି କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖୋଦ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ମାମଲା ସିବିଆଇକୁ ସ୍ଥାନାନ୍ତର କରିବାକୁ ମଧ୍ୟ କହିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ।

ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱଲ କହିଛନ୍ତି, ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସେ ସନ୍ତୁଷ୍ଟ ନୁହଁନ୍ତି । ଏହି ମାମଲାର ମୋର ସୁପାରିଶ ରହିବ, ସିଧା ସିଧା ସିବିଆଇକୁ ସ୍ଥାନାନ୍ତର କରାଯିବା କଥା । ନିଧିର ଫୋନ୍ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଇନାହିଁ । ଏପର୍ଯ୍ୟନ୍ତ କାହିଁକି ପୋଲିସ ନିଧି ଫୋନ୍ ଜବତ କରିପାରିନାହିଁ ବୋଲି ସେ ପଚାରିଛନ୍ତି । ଏପଟେ ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧିଙ୍କ ଘର ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କାହିଁକି ନିଧି ସାମ୍ନାକୁ ଆସୁନାହାନ୍ତି । ସେ ଅଞ୍ଜଳି ମୃତ୍ୟୁ ବାବଦରେ କିଛି ତଥ୍ୟ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେହିପରି କାଞ୍ଜାୱାଲାରେ ମଧ୍ୟ ମୃତକଙ୍କ ପରିବାରକୁ ନ୍ୟାୟ ଦାବି କରି ରାଲି ସହ ସୁଲତାନପୁରୀ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ ... ।

ଅଧିକ ପଢ଼ନ୍ତୁ: ଦୁର୍ଘଟଣା ପୂର୍ବରୁ ସାଙ୍ଗ ସହ ଅଞ୍ଜଳିଙ୍କ ଜୋରଦାର ଝଗଡ଼ା : ସାମ୍ନାକୁ ଆସିଲା ନୂଆ ସିସିଟିଭି ଭିଡିଓ

ଏପଟେ ଅଞ୍ଜଳିଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଦୋଷୀମାନଙ୍କୁ ଫାଶିଦଣ୍ଡ ଦିଆଯାଉ । ଏହି ମାମଲାରେ ନିଧିଙ୍କ କାର୍ଯ୍ୟକଳାପକୁ ସନ୍ଦେହକୁ ଆଣିଛନ୍ତି ପରିବାର ଲୋକେ । ସେପଟେ ଘଟଣା ପରେ ନିଧି ରାତିରେ ନିଜ ଘରକୁ ଫେରୁଥିବାର ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି । ନିଧିଙ୍କ ମାଆ କହିଛନ୍ତି, ଘଟଣା ପରେ ମୋ ଝିଅ ଭୟଭୀତ ହୋଇପଡିଥିଲା । ଏମିତିକି ଅଞ୍ଜଳିଙ୍କ ଭଳି ତାଙ୍କ ଝିଅ ଉପରେ ଅଭିଯୁକ୍ତମାନେ ଗାଡ଼ି ମଡାଇ ଦେବାକୁ ଉଦ୍ୟମ କରିଥିଲେ । ତେଣୁ ସେ ପୋଲିସ ନିକଟରେ ଅଭିଯୋଗ କରିପାରିନଥିଲେ ... ।