• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଝାରପଡ଼ା ଜେଲରେ ହାଇଦର ପୁଅ ଓ ସାଥୀଙ୍କ ଆକ୍ରମଣ ଘଟଣାର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଆହତ ସୌମ୍ୟକାନ୍ତ ମହାନ୍ତି। ଜେଲରୁ ଅଡିଓ ଜାରି କରିଛନ୍ତି। ଆକ୍ରମଣକାରୀ ପୁଣି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସୌମ୍ୟକାନ୍ତ ମହାନ୍ତି। ଜେଲ୍ ଡିଆଇଜିଙ୍କ ତଦନ୍ତ ସଠିକ୍ ଓ ନିରପେକ୍ଷ ହେଉନଥିବା ଅଭିଯୋଗ କରିଛନ୍ତି। ଘଟଣାର ବିଚାର ବିଭାଗୀୟ କିମ୍ବା ପୋଲିସ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ସୌମ୍ୟକାନ୍ତ।

Also Read

ନିକଟରେ ଝାରପଡ଼ା ଜେଲରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ଗ୍ୟାଙ୍ଗଷ୍ଟାର ହାଇଦର ପୁଅ ମୁନା ଓ ସହଯୋଗୀ। ଜେଲର ଗୁମର ଫିଟାଇବାରୁ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏହି ଘଟଣାରେ ଜେଲ୍ ବିଭାଗ ଏଡିଜି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡିଆଇଜି ଅନସୂୟା ଜେନା ତଦନ୍ତ କରୁଛନ୍ତି। ...