/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627990713.jpg)
Jawan Killed
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଧରାପୁର-ବନ୍ଧଡିହ ରାସ୍ତାର ଅରାବଳ ଗାଁ ପାଖରେ ଜନକ ଗାଁର ଯବାନ ଜିତେନ୍ଦ୍ର ଜେନାସାମନ୍ତଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି । ଜିତେନ୍ଦ୍ର ୩ ଦିନ ପୂର୍ବେ ଗାଁକୁ ଆସିଥିଲେ । ଗତକାଲି ସଂଧ୍ୟାରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । କିନ୍ତୁ ଆଜି ସକାଳୁ ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡିଥିବା ଦେଖିବାକୁ ମିଳିଥିଲା ।
Also Read
ଜିତେନ୍ଦ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ବାପା ମହେଶ୍ୱର ଜେନାସାମନ୍ତ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ସେ ଥାନାରେ ଏଫ୍ଆଇଆର୍ ମଧ୍ୟ ଦେଇଛନ୍ତି । ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବାଇକ୍ ନେଇ ଘରୁ ବାହାରି ଯାଇଥିଲେ । ତେବେ ନ ଫେରିବାରୁ ସେ ଫୋନ୍ କରିଥିଲେ । ଜିତେନ୍ଦ୍ର ବ୍ରହ୍ମବରଦାରେ ଥିବା କହିଥିଲେ ଓ ଖୁବ୍ଶୀଘ୍ର ଫେରିଆସିବେ ବୋଲି କହିଥିଲେ । ମାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନ ଫେରିବାରୁ ସେ ପୁଣି ଫୋନ୍ କରିଥିଲେ । କିନ୍ତୁ ଜିତେନ୍ଦ୍ର ଏଥର କିଛି ଉତ୍ତର ଦେଇ ନଥିଲେ ।
ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର ପତ୍ତା ମିଳି ନଥିଲା । ଆଜି ତାଙ୍କ ମୃତଦେହ ମିଳିଲା । ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଯୋଗୁ ଏହା ହତ୍ୟାକାଣ୍ଡ ଭଳି ଜଣାପଡ଼ୁଛି ବୋଲି ମହେଶ୍ୱର ଜେନାସାମନ୍ତ ଅଭିଯୋଗ କରିଛନ୍ତି । ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ତିନି ଦିନ ତଳେ ହାଇଦ୍ରାବାଦରୁ ଗାଁକୁ ଆସିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)