• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୟପୁର: ରାଜଧାନୀ ଜୟପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ପ୍ରେମିକାର ସ୍ୱାମୀଙ୍କୁ ଦେଖି ପ୍ରେମିକ ପାଞ୍ଚ ମହଲାରୁ ତଳକୁ ଡେଇଁ ଜୀବନ ହାରିଛି । କଥାଟା ଟିକେ ଅଡ଼ୁଆ ଲାଗୁଥିବ । ହେଲେ ସତ । ଛାତରୁ ଡେଇଁବା ପରେ ଗୁରୁତର ଅବସ୍ଥାରେ ପ୍ରେମିକକୁ ମେଡିକାଲରେ ଭର୍ତ୍ତି କରାଇଥିଲେ ପ୍ରେମିକା । ସେଠାରେ ମଙ୍ଗଳବାର ରାତିରେ ପ୍ରେମିକର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ, ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ପୋଲିସ । ଅନ୍ୟପଟେ ପ୍ରେମିକାର ସ୍ୱାମୀ ଏହି ଘଟଣା ପରେ ଫେରାର ରହିଛି । ସବୁଠାରୁ ବଡ଼ କଥା ହେଲା ବିବାହିତା ପ୍ରେମିକାର ଗୋଟିଏ ଝିଅ ବି ରହିଛି । ସେ ସ୍ୱାମୀକୁ ଛାଡ଼ି ପ୍ରେମିକ ପାଖରେ ରହୁଥିଲା ।

ପୋଲିସ ସୂଚନାନୁସାରେ, ଏହି ମାମଲା ଜୟପୁର ପ୍ରତାପନଗର ଥାନା ଅଞ୍ଚଳରେ ଘଟିଛି । ପ୍ରତାପନଗରସ୍ଥିତ ରିଆ ଆପାର୍ଟମେଣ୍ଟରେ ଅଜାମ ଓରଫ ମୋହସିନ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ସହ ରହୁଥିଲେ । କିଛି ଦିନ ପୂର୍ବରୁ ମୋହସିନ୍ ଉତ୍ତରାଖଣ୍ଡ ଜୟପୁରରୁ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଭଗେଇ ଆଣିଥିଲେ । ଏହା ପରେ ସେ ପ୍ରତାପନଗରର ରିୟା ଆପାର୍ଟମେଣ୍ଟର ଏକ ଫ୍ଲାଟରେ ରହୁଥିଲେ । ଆଉ ସେପଟେ ମହିଳାଙ୍କ ସ୍ୱାମୀ ଅନେକ ଖୋଜା ଖୋଜି କରିବା ପରେ ଉଭୟଙ୍କ ଠିକଣା ପାଇଯାଇଥିଲେ ।

ପ୍ରେମିକ ବାଲକୋନିରୁ ଡେଇଁଲେ

ସେ ସୀଧାସଳଖ ରିୟା ଆପାର୍ଟମେଣ୍ଟରେ ଆସି ପହଞ୍ଚିଥିଲେ । ସେଠାରେ ସିକ୍ୟୁରିଟିଗାର୍ଡକୁ ପଚାରି ମୋହସିନ୍‌ ଓ ତାଙ୍କ ପତ୍ନୀ ରହୁଥିବା ପଞ୍ଚମ ମହଲା ଫ୍ଲାଟ୍‌ରେ ପହଞ୍ଚି ଡୋର ବେଲ୍‌ ବଜାଇଥିଲେ । ପୋଲିସର କହିବାନୁଯାୟୀ ମହଳାଙ୍କ ସ୍ୱାମୀ ଯେତେବେଳେ ଫ୍ଲାଟ୍‌ ଡୋର ବେଲ୍‌ ବଜାଇଲେ, ସେତେବେଳେ ମୋହସିନ ଡରିଯାଇଥିଲେ । ଏହି ସମୟରେ ମୋହସିନ୍‌ କଣ କରିବେ, କେଉଁଠି ଲୁଚିବେ କିଛି ଜାଣିପାରିଲେ ନାହିଁ । ଶେଷରେ ସେ କିଛି ଉପାୟ ନପାଇ ଫ୍ଲାଟ୍‌ ପଛ ବାଲକୋନୀରୁ ତଳକୁ ଡେଇଁ ପଡ଼ିଲେ ।

ଡାକ୍ତରଖାନାରେ ମୃତ୍ୟୂ

ଏହା ପରେ ବିବାହିତ ପ୍ରେମିକା ଜଣକ ମୋହସିନଙ୍କୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡିସେମ୍ବର ୧୪ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ, ମୋହସିନ୍ ଡେଇଁବା ଜାଣିବା ପରେ ମହିଳାଙ୍କ ସ୍ୱାମୀ ମଧ୍ୟ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଛନ୍ତି ।

ଶବ ବ୍ୟବଚ୍ଛେଦ କଲା ପୋଲିସ

ଚିକିତ୍ସା ସମୟରେ ମୋହସିନ୍‌ଙ୍କ ମୃତ୍ୟୁ ହେବା ଖବର ପାଇ ପ୍ରତାପନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଶବକୁ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଥିଲା ପୋଲିସ । ଶବ ବ୍ୟବଚ୍ଛେଦ ପରେ ମୋହସିନଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।