Advertisment

ହଷ୍ଟେଲ ଛାତରୁ ପଡ଼ି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା ଜଗଦା ସ୍ଥିତ ITI କଲେଜ ହଷ୍ଟେଲରୁ ପଡ଼ି ମୃତ୍ୟୁ ।

author-image
Satyendu Shekher Mishra
ITI Student

ITI Student

ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ। ହଷ୍ଟେଲ ଛାତରୁ ପଡ଼ି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ସ୍ଥିତ ଏକ ଘରୋଇ ITI କଲେଜର ଜଣେ ପ୍ରଥମ ବର୍ଷ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ଘର ହାତୀବାରି ବଂଶଯୋର ଗାଁରେ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏମିତି ଘଟିଛି ତାର ତଦନ୍ତ କରୁଛି ଝିରପାଣି ପୋଲିସ।

Advertisment

ମୃତକ ହେଲେ ଝାରଖଣ୍ଡ ବାଉଁଶଜୋରର ଅତୁଲିୟାନ ଜୋଜୋ (୨୨)। ସେ ଆଇଟିଆଇ ଫିଟର ଟ୍ରେଡ୍‌ର ପ୍ରଥମ ବର୍ଷର ଛାତ୍ର । ଅନ୍ୟ ଛାତ୍ରଙ୍କ କହିବାନୁଯାୟୀ ଅତୁଲିୟାନ୍ ଆଇଟିଆଇ ଉପରେ ଥିବା ହଷ୍ଟେଲରେ ରହିଥିଲେ। ଗତକାଲି ସନ୍ଧ୍ୟାରୁ ତାଙ୍କୁ ହଷ୍ଟେଲରେ ଦେଖିବାକୁ ମିଳିନଥିଲା। ତାତିରେ ଖାଇବାକୁ ଅନ୍ୟ ଛାତ୍ରମାନେ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତିରେ ତାଙ୍କୁ ହଷ୍ଟେଲକୁ ଲାଗିଥିବା ଅନ୍ୟ ଛାତରୁ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ। ଛାତ୍ରମାନେ ଏ ସଂକ୍ରାନ୍ତରେ ହଷ୍ଟେଲ ଅଧୀକ୍ଷକ ଓ ଝିରପାଣି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରିଛି ।

ଘଟଣାସ୍ଥଳରୁ ପୋଲିସ ମୃତ ଛାତ୍ରଙ୍କର ମୋବାଇଲ ଓ ଇଅର୍ ଫୋନ ଜବତ କରିଛି। ସମ୍ଭବତଃ ମୋବାଇଲରେ କଥା ହେଉଥିଲା ବେଳେ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ମୃତ ଛାତ୍ର ସାଙ୍ଗରେ ରହୁଥିବା ଅନ୍ୟ ଛାତ୍ରଙ୍କ ବୟାନ ଆଧାରରେ ତଦନ୍ତ ଚଳାଇଛି।

Advertisment
Advertisment
Advertisment