Advertisment

Income Tax Raids: ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର; ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା

ନାଁ ହଂସିତା ଅଭିଲିପ୍ସା। ଏହି ନାଁ ଏବେ ଆଛା ଆଛାଙ୍କ ହଂସା ଉଡ଼ାଉଛି। ରାଜନେତାରୁ ଶିଳ୍ପପତି, ବ୍ୟବସାୟୀରୁ ଠିକାଦାର। କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼।

ଅଦ୍ୟତନ ହୋଇଛି
undefined

Income Tax Raids

Advertisment

ରାଜଧାନୀରେ ହାଇପ୍ରୋଫାଇଲ୍ ଠକେଇ ମାମଲାରେ ସଂପୃକ୍ତ ବଣ୍ଟି-ବବଲି ଯୋଡ଼ିଙ୍କ ଫିଟୁଛି ମହାଗୁମର। ଚାଲିଛି ଆୟକର ଓ ପୋଲିସ ଟିମର ଚଢ଼ାଉ। କ୍ରାଇମପାର୍ଟନର ଅନୀଲ ମହାନ୍ତିଙ୍କ ସହ ମିଶି କଳାହାଣ୍ଡି ନର୍ଲାରେ ଏକଦା ସମିତି ସଭ୍ୟା ଥିବା ବିଷ୍ଣୁପ୍ରିୟା ଚାନ୍ଦ, ନିଜକୁ ହଂସିତା ଅଭିଲିପ୍ସା ସଜାଇ କେମିତି ବୁଣିଥିଲେ ଠକେଇର ମାୟାଜାଲ, ନୂଆ କାହାଣୀ ଏବଂ ନୂଆ ଚିତ୍ର ଏବେ ସାମ୍ନାକୁ ଆସିଛି।

Advertisment

ନାଁ ହଂସିତା ଅଭିଲିପ୍ସା। ଏହି ନାଁ ଏବେ ଆଛା ଆଛାଙ୍କ ହଂସା ଉଡ଼ାଉଛି। ରାଜନେତାରୁ ଶିଳ୍ପପତି, ବ୍ୟବସାୟୀରୁ ଠିକାଦାର। କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼। ନୂଆଦିଲ୍ଲୀରୁ ଭୁବନେଶ୍ବର, କଳାହାଣ୍ଡିରୁ କନ୍ଧମାଳ। ସବୁଠି ହଟଚମଟ। ତାହାରି ଭିତରେ ସାମ୍ନାକୁ ଆସିଛି ନୂଆ ଚିତ୍ର, ନୂଆ କାହାଣୀ। ହଂସିତା ଅଭିଲିପ୍ସା ଯାହାଙ୍କ ପୈତୃକ ଘର କଳାହାଣ୍ଡି ନର୍ଲାରେ। ଜାଣି ଆଶ୍ଚର୍ଯ୍ୟ ହେବେ ମୂଳ ନାଁ ହେଉଛି ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍ ରାକ୍ଷୀ। ୨୦୧୭ରେ ନର୍ଲା ବାଗ୍ପୁର ପଞ୍ଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮, ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତିସଭ୍ୟଙ୍କ ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନକୁ ବି ଓହ୍ଲାଇଥିଲେ। 

ଅଧିକ ପଢ଼ନ୍ତୁ: ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

Advertisment

କିନ୍ତୁ ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ ବିଷ୍ଣୁପ୍ରିୟା ଓରଫ୍ ହଂସିତା। ପରେ ଦିଲ୍ଲୀରୁ ଫେରି ୨୦୧୮ରେ କନ୍ଧମାଳର ଜଣେ ସାଂସଦ ପ୍ରାର୍ଥୀଙ୍କୁ କୁଆଡ଼େ ବିବାହ କରିଥିଲେ। ବିଷ୍ଣୁପ୍ରିୟାରୁ ହଂସିତା ଅଭିଲିପ୍ସା ବନିଥିବା ରାକ୍ଷୀଙ୍କ ହାଇପ୍ରୋଫାଇଲ୍ ଲାଇଫଷ୍ଟାଇଲ୍ ଆରମ୍ଭ ହୋଇଥିଲା ଭୁବନେଶ୍ବରରେ। ଝାଡ଼ଖଣ୍ଡରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଜମି ଅଧିଗ୍ରହଣ କାମ ନେଇଥିବା ଏବଂ କାମ ଯୋଗାଇଦେବାର ମିଛ ପ୍ରତିଶ୍ରୁତି ସହ ଏକାଧିକ ମିଛ ମାୟାରେ ଛନ୍ଦି ଠିକାଦାର, ବ୍ୟବସାୟୀ, ଖଣି ମାଲିକଙ୍କୁ ବି ଲଗାଇ ଆସୁଥିଲେ ଚୁନା। ଅନେକ ପ୍ରଭାବଶାଳୀ IAS ଅଫିସରଙ୍କ ସଂପର୍କୀୟ କହି ଚଳାଇଥିଲେ କର୍ପୋରେଟ୍ ଦଲାଲି। ଆଉ ନାନା ଅଭିଯୋଗ ପରେ ଅନୀଲ୍-ହଂସିତାଙ୍କ ସାମ୍ରାଜ୍ୟ ଉପରେ ଜାରି ରହିଛି ପୋଲିସ ଏବଂ ଆୟକର ବିଭାଗର ରେଡ୍। 

ଆଜି ଏକକାଳୀନ ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡ ଆଦି ରାଜ୍ୟର ୧୨ଟି ସ୍ଥାନରେ ଆୟକର ବିଭାଗ ରେଡ୍ ମାରିଛି। ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଚାଲିଛି ଖୋଳତାଡ଼। କାରଣ ବିଭିନ୍ନ ସୂତ୍ରରୁ ଉଭୟଙ୍କ ଆକାଉଣ୍ଟକୁ ଆସିଛି ଅପର୍ଯ୍ୟାପ୍ତ ଟଙ୍କା। ଯାହା ବଳରେ ନଗଦ ଟଙ୍କା ଦେଇ ଜାଗୁଆର୍ ଓ ପୋର୍ସେ ଭଳି ଦାମୀ କାର୍ କିଣିଛନ୍ତି । କୁହାଯାଉଛି, ହଂସିତା ପୋର୍ସେ ଗାଡ଼ି କିଣି ପାର୍ଟନର୍ ଅନୀଲ ମହାନ୍ତିଙ୍କୁ ଜନ୍ମଦିନରେ ଗିଫ୍ଟ କରିଛନ୍ତି। ଯାହାର ଖୋଳତାଡ଼ କରୁଥିବା ଆୟକର ବିଭାଗ, ରଘୁନାଥପୁରରେ ଥିବା ଅନୀଲଙ୍କ SBT ଇଣ୍ଡସ ଭ୍ୟାଲି ଏବଂ ଜେଡ୍ ୱାନ୍ ସ୍ଥିତ ଘରେ ରେଡ୍ କରିଛି। କିନ୍ତୁ ଜେଡ୍ ୱାନ୍ ଘରେ ଡିଜିଟାଲ୍ ଲକ୍ ଯୋଗୁ ଆଇଟି ଟିମ୍ ଆଜି ନିରାଶ ହୋଇଛି। ଏପରିକି କମିଶନରେଟ୍ ପୋଲିସ ପାଖରେ ଏକାଧିକ ଠକେଇ ମାମଲା ଥିବାରୁ କ୍ରାଇମ୍ ୟୁନିଟ୍ ବି ଚଳାଇଛି ଜୋରଦାର ତନାଘନା। ଭୁବନେଶ୍ବର ସ୍ଥିତ ରଘୁନାଥପୁରରେ କଟର୍ ସାହାଯ୍ୟରେ ଲକ୍ ଫିଟାଇ ଅଫିସରେ ପଶିଛି କ୍ରାଇମ୍ ୟୁନିଟ୍। 

Advertisment

୨୦୧୮ରେ ଏକ ଫାର୍ମା କମ୍ପାନୀର ଡିଷ୍ଟ୍ରିବ୍ୟୁଟରଙ୍କୁ ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ନେଇ କଟକ ମଙ୍ଗଳାବାଗ ଥାନାରେ ବିଷ୍ଣୁପ୍ରିୟା ନାଁରେ ମାମଲା ବି ରହିଛି। ତେଣୁ ଆବଶ୍ୟକ ପଡ଼ିଲେ ହଂସିତା-ଅନୀଲଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବ ପୋଲିସ।

ଅଧିକ ପଢ଼ନ୍ତୁ : ଅଭିନେତା ସଲମାନ୍‌ଙ୍କୁ ପୁଣି ଧମକ; ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ମେସେଜ୍

Income Tax IT Raid Income Tax Raids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ