Advertisment

ରାଜ୍ୟବ୍ୟାପୀ ମାରାଥନ୍‌ IT ରେଡ୍, ପ୍ରାୟ ବ୍ୟବସାୟୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ !

ଉଦ୍ଦେଶ୍ୟମୂଳକ ଭାବେ ରେଡ୍ କରାଯାଇଛି କହିଲା ବିଜେଡି । ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହେଉଛି କହିଲା ବିଜେପି ।

ଅଦ୍ୟତନ ହୋଇଛି
undefined

IT Raid

Advertisment

ସାରା ରାଜ୍ୟରେ ଆୟକର ବିଭାଗର ଘନ ଘନ ଚଢାଉକୁ ନେଇ ହଇଚଇ । ପଥର ଖାଦାନ ବ୍ୟବସାୟୀ, କ୍ରସର୍ ମାଲିକଙ୍କ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଲଗାତାର ଦୁଇଦିନ ଧରି ରେଡ୍ ଚାଲିଛି । ତେବେ ରେଡ୍ ହେଉଥିବା ଅଧିକାଂଶ ବ୍ୟବସାୟୀଙ୍କର ବିଜେଡି ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲିଙ୍କ୍ ଥିବା ଅଭିଯୋଗ ଆସିବା ପରେ ତେଜିଛି ରାଜନୀତି ।

Advertisment

ଭାପୁର, ସୋର, ବ୍ରହ୍ମପୁର, ସମ୍ବଲପୁର, ବାଲିଗୁଡ଼ା । ବିଭିନ୍ନ ଜିଲ୍ଲାରେ ଆୟକର ବିଭାଗର ମାରାଥନ ରେଡ୍ । ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଚଢାଉ କରିଛନ୍ତି ଇନକମ୍ ଟ୍ୟାକ୍ସ ଅଧିକାରୀ । ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ଆଜି ବି ବିଭିନ୍ନ ସ୍ଥାନରେ ଚାଲିଛି । ବିଶେଷ କରି ପଥର ଖାଦାନ, କ୍ରସର୍ ଯୁନିଟ୍ ଓ ବାଲି ମାଫିଆଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ହୋଇଛି ଆୟକର ରେଡ୍ । ତେବେ ରେଡ୍ ହେଉଥିବା ବ୍ୟବସାୟୀଙ୍କର ବିଜେଡି ଲିଙ୍କ୍ ଥିବା ଜଣାପଡ଼ିଛି ।

ବିଜେଡିର ସକ୍ରିୟ ସଭ୍ୟ ସହ ବିଭିନ୍ନ ପଦପଦବିରେ ଥିବା ନେତାଙ୍କ ଘର, ଅଫିସ୍ ଏବେ ଆଇଟି ସ୍କାନରରେ । ନୟାଗଡ଼ ଭାପୁର ବ୍ଲକର ଉପାଧ୍ୟକ୍ଷ ତଥା ବିଜେଡି ନେତା ବେଣୁଧର ପ୍ରଧାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଏସ୍.ଏସ୍. କନଷ୍ଟ୍ରକସନ୍  ସହ ତାଙ୍କ ଘର ଓ କ୍ରସର୍ ୟୁନିଟ୍ ଉପରେ ଚଢ଼ାଉ ହୋଇଛି । ସେହିପରି ବାଲେଶ୍ୱର ସୋର ବ୍ଲକର ଉପାଧ୍ୟକ୍ଷ ତଥା ବିଜେଡି ନେତା ଭ୍ରମରବର ନାୟକ ଖାଦାନରୁ ପଥର ଖୋଳି ବ୍ୟବସାୟ କରନ୍ତି । ତାଙ୍କର କଲ୍ୟାଣ ମଣ୍ଡପ, ପେଟ୍ରୋଲ ପମ୍ପ ଓ ହୋଟେଲରେ ରେଡ୍ ମାରିଛି ଆଇଟି ବିଭାଗ ।

Advertisment

ଏପଟେ ଗଂଜାମ ଜିଲ୍ଲା ର ଜଣାଶୁଣା ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ବ୍ରହ୍ମପୁରସ୍ଥିତ ଘର, ଅଫିସ୍ ଓ ପୁରୁଷୋତ୍ତମପୁର କ୍ରସର୍ ୟୁନିଟ୍ ଉପରେ ଏକା ସଙ୍ଗେ ହୋଇଛି ଆଇଟି ରେଡ୍ । କୃପାସିନ୍ଧୁ ବିଭିନ୍ନ ସମୟରେ ବିଜେଡି ସମେତ ଅନ୍ୟ ଦଳଙ୍କୁ ମଧ୍ୟ ଆର୍ଥିକ ସହଯୋଗ କରୁଥିବା ଅଭିଯୋଗ ରହିଛି । ସେପଟେ କନ୍ଧମାଳ ଦାରିଙ୍ଗବାଡ଼ିରେ ଆଇଟି ଅଧିକାରୀ ଡେରା ପକାଇ ତ୍ରିଶକ୍ତି କନଷ୍ଟ୍ରକସନ୍ ନାମକ ଏକ ଠିକା କମ୍ପାନୀ ଉପରେ ଚଢଉ କରିଛନ୍ତି । ଏଣେ ସମ୍ବଲପୁରର ଜଣେ ପଥର କ୍ରସର୍ ମାଲିକ ଓ ତାଙ୍କର ବିଜେନେସ୍ ପାର୍ଟନରଙ୍କ ଉପରେ ବି ହୋଇଛି ଆଇଟି ରେଡ୍ ।

ତେବେ ଏଠି ବଡ଼ ପ୍ରଶ୍ନ ହେଲା, କାହିଁକି ଏକା ସମୟରେ ଏଭଳି ଆଇଟି ରେଡ୍ ? ପ୍ରକୃତରେ ଟ୍ୟାକ୍ସ ଫାଙ୍କି ଅଭିଯୋଗ ନା ରେଡ୍ ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ? କିଛି ବ୍ୟବସାୟୀ ବେଆଇନ ଭାବେ ଅର୍ଥ ରୋଜଗାର କରି, ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଫଣ୍ଡିଂ କରୁଥିବାରୁ ତାକୁ ଚେକ୍ ଦେବାକୁ ଏଭଳି ରେଡ୍ କି? ଏସବୁ ପ୍ରଶ୍ନ ଭିତରେ ବିଜେଡି ଅଭିଯୋଗ କରିଛି, ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ରର ବିଜେପି ସରକାର ଆକ୍ରୋଶମୂଳକ ଭାବେ ଏଭଳି ଛାପା ମାରୁଛି । ଜବାବରେ ବିଜେପି କହିଛି, ଯେଉଁମାନେ ଟ୍ୟାକ୍ସ ଫାଙ୍କି ଥିବେ ସେମାନଙ୍କ ଘରେ ରେଡ୍ ହେଉଛି । ଏଥିରେ ଦଳର କିଛି ଭୂମିକା ନାହିଁ । ରାଜ୍ୟବ୍ୟାପୀ ଚାଲିଥିବା ଏଭଳି ଆଇଟି ରେଡକୁ ନେଇ ସବୁଠି ଚର୍ଚ୍ଚା । ଆଗକୁ ଆଉ କାହା ପାଳି ପଡୁଛି ଏବେ ତା ଉପରେ ନଜର ।

Advertisment

(ବ୍ୟୁରୋ ଇନପୁଟ୍ ସହ ଚନ୍ଦନ ପାଇକରାୟ ଓ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି)

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ