/odishatv-khabar/media/post_attachments/uploadimage/library/16_9/16_9_0/Hate_Story_1671367194.jpg)
Hate Story
ଜଣେ ଆଉ ଜଣକୁ ଭଲ ପାଇଥିଲେ । ଏକାଠି ରହିବେ ବୋଲି ବି କଥା ଦେଇଥିଲେ । ହେଲେ ଘରେ ନମାନିବାରୁ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛି ନେଲେ । ହେଲେ ପ୍ରେମିକା ଆତ୍ମହତ୍ୟା ପରେ ଆଉ ସାହସ ଜୁଟାଇ ପାରିଲାନି ପ୍ରେମିକ । ପ୍ରେମିକାଙ୍କ ଅବସ୍ଥା ଦେଖି ପଛଘୁଞ୍ଚା ଦେଇଦେଲେ ପ୍ରେମିକ ।
ଏଭଳି କିଛି ଘଟଣା ଘଟିଛି, ଯାଜପୁର ବାଲିଚନ୍ଦ୍ରପୁର ଥାନା ବାଡ଼ବାଲିକୁଦା ଗାଁରେ । ଅଭିଯୋଗ ଅନୁସାରେ, ଗାଁର ଜଣେ ନାବାଳିକାଙ୍କୁ ସେହି ଅଞ୍ଚଳର ସାଗର ବିଶ୍ୱାଳ ନାମକ ଯୁବକ ଭଲ ପାଉଥିଲେ । ନାବାଳିକାଙ୍କୁ ଏନେଇ ଆକଟ କରିଥିଲେ ପରିବାର ଲୋକେ । ତେବେ ଗତକାଲି ରାତିରେ ଘରୁ କିଛି ଅଳଙ୍କାର ନେଇ ଚାଲି ଆସିଥିଲେ ନାବାଳିକା ଜଣକ । ସାଗର ଓ ସେ ବାଚ୍ଛାବଟ ସରକାରୀ ସ୍କୁଲରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ନାବାଳିକାଙ୍କ ମୃତଦେହ ଦେଖି ସେ ପୋଲିସ୍କୁ ଫୋନ୍ କରି ସବୁ କଥା ଜଣାଇଥିଲେ । ଶେଷରେ ପୋଲିସ୍ ଆସି ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ।
ସେପଟେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଆମେ ଏଠି କହି ରଖୁଛି, ଆତ୍ମହତ୍ୟା ଏକ ଅପରାଧ । ଜୀବନରେ କୌଣସି ବି ପରିସ୍ଥିତିରେ ଏପରି ଭାବିବା କିମ୍ବା କରିବା ଆଦୌ ଉଚିତ୍ ନୁହେଁ । ଜୀବନ ମୂଲ୍ୟବାନ, ଏହାକୁ ବଞ୍ଚନ୍ତୁ ଏବଂ ଉପଭୋଗ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)