Advertisment

ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଥାନା IIC ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Irate locals set Phiringia Police Station on fire

Irate locals set Phiringia Police Station on fire

ଫୁଲବାଣି: ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ। ପୋଲିସ ପ୍ରତି ଆକ୍ରୋଶରୁ ଉତ୍ତେଜନା ପରେ ନିଆଁ ଲଗାଇଦେଇଛନ୍ତି। ଗଞ୍ଜେଇ ଚାଲାଣରେ ଲିପ୍ତ ଅଭିଯୋଗ କରି ଥାନା ଜାଳିଦେଇଥିବା ସୂଚନା ମିଳିଛି। ଥାନା IIC ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। 

Advertisment

ଘଟଣାଟି ଥିଲା ଏମିତି:

କୌଣସି ଏକ ଗଞ୍ଜେଇ ବେପାରୀକୁ ଗଞ୍ଜେଇ ବିକ୍ରି କରିବା ପାଇଁ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଗଞ୍ଜେଇ ଭର୍ତି ପୋଲିସ ବୋଲେରୋ ଗାଡ଼ି ଯାଇଥିଲା, ସେହି ସମୟରେ ସେହି ବୋଲେରୋ ଗାଡ଼ିକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଏବଂ ଗ୍ରାମବାସୀ ମାନେ ଅଟକ ରଖିଥିଲେ ଏବଂ ସେହି ଭିଡ଼ିଓକୁ ସେମାନେ କନ୍ଧମାଳ SP ଙ୍କ ପାଖକୁ ପଠାଇ ଥାନା IIC ଏବଂ ତାଙ୍କର ସହଯୋଗୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ କିନ୍ତୁ ଅଦ୍ୟାବଧି ଏହି ଘଟଣାରେ କାହା ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆଜି ଫିରିଙ୍ଗିଆ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇଥିଲେ।

ପୋଲିସ ଗାଡ଼ିରେ ଗଞ୍ଜେଇ ବିକ୍ରି କରିବାକୁ ଯାଇ ଏଭଳି ସଂଗୀନ ଅଭିଯୋଗ ଆସିଥିଲା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ ଏବଂ ତାଙ୍କ ସହଯୋଗୀ ଥାନା ଷ୍ଟାଫ ମାନଙ୍କ ବିରୁଦ୍ଧରେ ଆଜି ଫିରିଙ୍ଗିଆ ଅଞ୍ଚଳବାସୀ ଫିରିଙ୍ଗିଆ ବ୍ଲକ ଛକରେ ରାସ୍ତାରୋକ କରିଥିଲେ। ଏଥି ସହିତ ତୁରନ୍ତ ଫିରିଙ୍ଗିଆ ଥାନା IIC ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ।

Advertisment

ଶତାଧିକ ଲୋକ ବ୍ଲକ ଛକରେ ବାଉଁଶ ବାନ୍ଧି ରାସ୍ତାରୋକ କରିବା ସହିତ ଥାନା IIC ଏବଂ ତାଙ୍କ ସହଯୋଗୀ ମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ରାସ୍ତାରୋକ ଯୋଗୁଁ ଫୁଲବାଣୀ -ବାଲିଗୁଡ଼ାକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏକାଧିକ ଗାଡ଼ି ବ୍ଲକ ଛକର ଦୁଇ ପାର୍ଶ୍ଵରେ ଅଟକି ରହିଥିଲା। ତେବେ ଏହା ଉପରେ କନ୍ଧମାଳ SP କିମ୍ବା ଅନ୍ୟ ପୋଲିସ ଅଧିକାରୀ ମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Odisha Police
Advertisment
Advertisment