/odishatv-khabar/media/post_attachments/uploadimage/library/16_9/16_9_0/Irani_Gang_1673070447.jpg)
Irani Gang
କମିଶନରେଟ୍ ପୋଲିସ କବଜାରେ ଇରାନୀ ଗ୍ୟାଙ୍ଗ । ନୂଆ ନୂଆ ତରିକାରେ ଲୁଟପାଟ କରି ପୋଲିସକୁ ଚାଲେଞ୍ଜ କରୁଥିବା ଇରାନୀ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରାୟପୁରରୁ ବାନ୍ଧିଛି ପୋଲିସ । ଗ୍ୟାଙ୍ଗ ନାଁରେ ଭୁବନେଶ୍ୱରରେ ୨୦ରୁ ଅଧିକ ମାମଲା ରହିଛି । ଗିରଫ ପରେ ସମସ୍ତଙ୍କୁ ଭୁବନେଶ୍ୱର ଆଣୁଛି ପୋଲିସ । ସେମାନଙ୍କ ଠାରୁ ୫ଟି ବାଇକ, ୧୭ଟି ସୁନା ଚେନ୍ ଜବତ ହୋଇଛି । କେତେବେଳେ ପୋଲିସ ପରିଚୟ ଦେଇ, ପୁଣି କେତେବେଳେ ଗ୍ରାହକ ସାଜି ଦୋକାନୀ ମାନଙ୍କୁ ଅନ୍ୟମନସ୍କ କରି କଳାକନା ବୁଲାଉଥିଲେ ଗ୍ୟାଙ୍ଗର ସଦସ୍ୟ ।
ଆଉ କେତେବେଳ ବଡ଼ ବଡ଼ ଭୋଜିରୁ ଲୁଟ୍ କରୁଥିଲେ ଗିଫ୍ଟ । ଭୁବନେଶ୍ୱର ସମେତ ଆନ୍ଧ୍ର, ରାୟପୁରରେ ଏମାନଙ୍କ ଗ୍ୟାଙ୍ଗ ଅପରେଟ୍ ହେଉଥିଲା । ଗ୍ୟାଙ୍ଗ ସଦସ୍ୟମାନେ ଇରାନର ମୂଳ ନିବାସୀ ହୋଇଥିବା ବେଳେ, ବର୍ଷ ବର୍ଷ ହେଲା ଇରାନରେ ରହି ଆସୁଥିବା ପୋଲିସ କହିଛି ।
କମିଶନରେଟ୍ ପୋଲିସ କବଜାରେ ଇରାନୀ ଗ୍ୟାଙ୍ଗ । ନୂଆ ନୂଆ ତରିକାରେ ଲୁଟପାଟ କରି ପୋଲିସକୁ ଚାଲେଞ୍ଜ କରୁଥିବା ଇରାନୀ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରାୟପୁରରୁ ବାନ୍ଧିଛି ପୋଲିସ । #IraniGang#Crimepic.twitter.com/Gb69yHkRo2
— ଓଟିଭି (@otvkhabar) January 7, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)