Advertisment

Man Dies: ବେଲଣା କାଠିରେ ପିଟି ହତ୍ୟା, ଶବ ବ୍ୟବଚ୍ଛେଦ ରିପୋର୍ଟ ଧରାଇଦେଲା

ଶ୍ରୁତି ଭାବିଥିଲେ ଯେ ମଦ ନିଶାରେ ଭାସ୍କର ଶୋଇ ପଡ଼ିଲେ। କିନ୍ତୁ ସକାଳୁ ଯେତେବେଳେ ସେ ଓ ତାଙ୍କର ଦୁଇ ଝିଅ ଭାସ୍କରଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ତାଙ୍କ ପାଖରୁ କୌଣସି ଉତ୍ତର ମିଳି ନଥିଲା।

Man Dies

Man Dies

Advertisment

ମଦ ପିଇ ଆସିବାରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଦକ୍ଷିଣ ବେଙ୍ଗାଲୁରୁର ଜଣେ ୪୨ ବର୍ଷୀୟ ସିଭିଲ ଇଞ୍ଜିନିୟରଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଛନ୍ତି। ମଦ ପିଇ ଥିବା ସ୍ୱାମୀଙ୍କୁ ବେଲଣା କାଠିରେ ପିଟି ମାରି ଦେଇଛନ୍ତି ।

Advertisment

ଜୁନ ୨୭ରେ ସିଭିଲ ଇଞ୍ଜିନିୟର ଭାସ୍କର ପ୍ରବଳ ମଦ ପିଇ ମଧ୍ୟରାତ୍ର ବେଳକୁ ଘରକୁ ଫେରିଥିଲେ। ଭାସ୍କର ବିବାହିତ ହୋଇଥିଲେ ବି ୨ ମାସ ହେଲା ତାଙ୍କ ଘରୋଇ ସହାୟିକାଙ୍କ ସହ ଅନୈତିକ ସମ୍ପର୍କ ଯୋଗୁ ପରିବାର ଠାରୁ ଦୂରରେ ରହୁଥିଲେ। ଘଟଣା ଦିନ ରାତିରେ ଭାସ୍କର ମଦ ପିଇ ଘରକୁ ନିଜର କାର ନେବାକୁ ଆସିଥିଲେ। ଏହି ସମୟରେ ତାଙ୍କର ୩୩ ବର୍ଷୀୟ ପତ୍ନୀ ଶ୍ରୁତିଙ୍କ ସହ ଦେଖା ହୋଇଥିଲା।

ଅଧିକ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଫାୟାରିଂ କରି ହତ୍ୟା, ଆଗରୁ ପୁଅକୁ ବି ମାରିଥିଲେ ଦୁର୍ବୃତ୍ତ

Advertisment

ଭାସ୍କର ନିଶାରେ ଥିବା ବେଳେ ଠିକ ଭାବେ ଚାଲି ପାରୁ ନଥିଲେ। ତେଣୁ ଗାଡ଼ି ନେଇ ଯିବାକୁ ଶ୍ରୁତି ତାଙ୍କୁ ବାରଣ କରିଥିଲେ। ସକାଳେ ଯିବାକୁ ସେ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଭାସ୍କର ପତ୍ନୀଙ୍କୁ ଗାଳି କରିବା ସହ ମାଡ଼ ମାରିଥିଲେ।

ନିଜକୁ ରକ୍ଷା କରିବାକୁ ଯାଇ ଶ୍ରୁତି ପାଖରେ ପଡ଼ିଥିବା ବେଲଣା କାଠିରେ ଭାସ୍କରକୁ ମାଡ଼ ମାରିଥିଲେ। ଫଳରେ ଭାସ୍କର ସିଧା ତଳେ ପଡ଼ି ଯାଇଥିଲେ। ଶ୍ରୁତି ଭାବିଥିଲେ ଯେ ମଦ ନିଶାରେ ଭାସ୍କର ଶୋଇ ପଡ଼ିଲେ। କିନ୍ତୁ ସକାଳୁ ଯେତେବେଳେ ସେ ଓ ତାଙ୍କର ଦୁଇ ଝିଅ ଭାସ୍କରଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ତାଙ୍କ ପାଖରୁ କୌଣସି ଉତ୍ତର ମିଳି ନଥିଲା।

Advertisment

ପ୍ରାଥମିକ ଅବସ୍ଥାରେ ଶ୍ରୁତି ପୁଲିସ୍‌କୁ କହିଥିଲେ ଯେ ଭାସ୍କର ପୂର୍ବ ରାତିରେ ବାଥରୁମରେ ପଡ଼ି ଯାଇଥିଲେ। କିନ୍ତୁ ପୁଲିସ୍‌ ଏଥିରେ ସନ୍ତୁଷ୍ଟ ହୋଇ ନଥିଲା ଓ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଭାସ୍କରଙ୍କ ମୃତ୍ୟୁ ଆଘାତ ଜନିତ ବୋଲି ଜଣାପଡ଼ିଥିଲା।

ଏହାପରେ ପୁଲିସ୍‌ ଶ୍ରୁତିଙ୍କୁ ଜେରା କରିବାରୁ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲେ। ଭାସ୍କରଙ୍କ କୌଣସି ଘନିଷ୍ଠ ସମ୍ପର୍କୀୟ ନାହାନ୍ତି। ତାଙ୍କ ବାପା ମା’ଙ୍କ ଦେହାନ୍ତ ହୋଇ ସାରିଥିବା ବେଳେ ତାଙ୍କର କୌଣସି ଭାଇ ଭଉଣୀ ନାହାନ୍ତି। ଶ୍ରୁତି ହେଉଛନ୍ତି ଭାସ୍କରଙ୍କ ଦ୍ୱିତୀୟ ପତ୍ନୀ। ପ୍ରଥମ ପତ୍ନୀଙ୍କୁ ଭାସ୍କର ବାହାଘରର ୨ ମାସ ପରେ ଛାଡ଼ ପତ୍ର ଦେଇଥିଲେ।

ଅଧିକ ପଢ଼ନ୍ତୁ: ବିଶ୍ୱାସଘାତକ ହେଲପର୍‌, ମାଲିକାଣୀ ଗାଳି କଲେ ବୋଲି ସାଜିଲା ସୈତାନ...

Murder Bengaluru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ