Advertisment

MBBS Seat Selling: କାଲି ନିଟ୍‌ ପରୀକ୍ଷା, ଆଜି ସିଟ୍‌ ପାଇଁ ଚାଲିଥିଲା ଡିଲ୍‌; ୪ ଦଲାଲଙ୍କୁ ମାଡିବସିଲା ପୋଲିସ୍

ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ନେଇ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ । ଭୁବନେଶ୍ୱରରୁ ୪ ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଲକ୍ଷାଧିକ ଟଙ୍କା ନେଇ ପରୀକ୍ଷାରେ ଅସଲି ବଦଳରେ ନକଲି ପରୀକ୍ଷାର୍ଥୀଙ୍କୁ ବସାଇଥାନ୍ତେ ।

author-image
Namita Biswal
ଅଦ୍ୟତନ ହୋଇଛି
 MBBS Seat Selling

MBBS Seat Selling

ଆସନ୍ତାକାଲି ନିଟ୍‌ ପରୀକ୍ଷା । ଏହାପୂର୍ବରୁ ଆଜି ମେଡିକାଲ କଲେଜ ସିଟ୍ ବିକ୍ରି ପାଇଁ ହୋଟେଲରେ ଚାଲିଥିଲା ମୂଲଚାଲ । ରେଟ୍‌ ବି ଛିଣ୍ଡି ସାରିଥିଲା । ହେଲେ ଠିକ୍ ସମୟରେ ପହଞ୍ଚି ଆନ୍ତଃରାଜ୍ୟ ଦଲାଲ ଗ୍ୟାଙ୍ଗକୁ ମାଡିବସିଲା କମିଶନରେଟ ପୋଲିସ । ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ନେଇ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ ହୋଇଛି । ଘଟଣାରେ ୪ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଓଡ଼ିଶାରୁ ୨ ଜଣ, ବିହାର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଗିରଫ ହୋଇଛନ୍ତି ।  ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍  ଦେବଦତ୍ତ ସିଂ । 

Advertisment

ଅଧିକ ପଢ଼ନ୍ତୁ: ବାହାରକୁ ପାଣି ବୋତଲ ଫ୍ୟାକ୍ଟ୍ରି, ଭିତରେ ଦେଶୀ ମଦ ପ୍ୟାକେଜିଂ

ସିପି ଏସ୍‌ ଦେବଦତ୍ତ ସିଂ କହିଛନ୍ତି, ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ୍‌ ସିଟ୍‌ ପାଇଁ ଡିଲ୍‌ କରୁଥିଲେ । ୯୦ ଲକ୍ଷର ଚେକ୍‌ ମିଳିଛି । କିଛି ବ୍ଲାଙ୍କ୍‌ ଚେକ୍‌ ବି ମିଳିଛି । ଆସନ୍ତା ମେଡିକାଲ କଲେଜ୍‌ ନାମଲେଖା ପାଇଁ ଡିଲ୍‌ ହୋଇଥିଲା । ଏହି ଦଲାଲମାନେ ପରୀକ୍ଷାରେ ଅସଲି ବଦଳରେ ନକଲି ପରୀକ୍ଷାର୍ଥୀଙ୍କୁ ବସାଇଥାନ୍ତେ । ତେବେ ସେମାନେ ଏଥିରେ ସଫଳ ହୋଇଥାନ୍ତେ କି ଟଙ୍କା ନେଇ ଠକିଥାନ୍ତେ ତାହା ଜଣାନାହିଁ । ଏହା ପୂର୍ବରୁ ପୋଲିସ ସେମାନଙ୍କୁ ଠାବ କରି ଧରିପାରିଛି । 

ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ ଆଉ କିଛି NRIଙ୍କୁ ମଧ୍ୟ ଫସାଇବା ଯୋଜନା କରୁଥିବା କଥା ଜଣାପଡ଼ିଛି । ଯେଉଁ ଅଭିଭାବକ ଏପରି ଟଙ୍କା ଦେଇ ମେଡିକାଲ୍ ସିଟ୍ ପାଇଁ ଡିଲ୍ କରୁଛନ୍ତି, ସେମାନେ ମଧ୍ୟ ଅପରାଧରେ ଭାଗିଦାର ବୋଲି କହିଛନ୍ତି ପୋଲିସ କମିଶନର । ଏଥିସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ, ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି

Odisha Commissionerate Police MBBS Seats
Advertisment
Advertisment