• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ l ଅଭିଯୁକ୍ତ ମାନେ ହେଲେ ପୋଡାମାରି ଗାଁର ପି.ପ୍ରଶାନ୍ତ କୁମାର ସୁବୁଦ୍ଧି, ଏ.ସିମାଞ୍ଚଳ ପାତ୍ର, ସନ୍ତୋଷ କୁମାର ପାଢ଼ୀ, ଡେଙ୍ଗାଓସ୍ତା ଗାଁର ୟୁ.ଭଗବାନ ପାତ୍ର l ପାଟପୁର ପୋଲିସ କୌଣସି ସୂତ୍ରରୁ ଖବରପାଇ ଡେଙ୍ଗାଓସ୍ତା ଓ ପୋଡାମାରି ଗାଁରେ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଥିଲା । ସଂପୃକ୍ତ ୪ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ହେବ । ସଂପୃକ୍ତ ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବିପୁଳ ପରିମାଣର ବାଣ ଗଛିତ ଥିବା ସନ୍ଦେହ କରୁଛି ପୋଲିସ ।

ଅନ୍ୟପଟେ ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ଧରି ପର୍ବପର୍ବାଣୀ ପାଳନ ଉପରେ ରୋକ୍‌ ଲାଗିଥିଲା । କିନ୍ତୁ ଚଳିତବର୍ଷ ସମସ୍ତ ପର୍ବପର୍ବାଣୀ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ବେଳେ ଦୀପାବଳୀକୁ ନେଇ ଲୋକଙ୍କ ମନରେ ଉତ୍ସାହ ରହିଛି । ବାଣ ଫୁଟାଇବା ନେଇ ଛୋଟରୁ ବଡ଼ ଯାଏଁ ସମସ୍ତଙ୍କ ମନରେ ବେଶ୍‌ ଆଗ୍ରହ ରହିଛି ।

ତେବେ ଦୀପାବଳୀକୁ ନେଇ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଦୀପାବଳୀରେ ଫୁଟାଇ ପାରିବେନି ବାଣ । ବାଣ ଫୁଟାଇଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏମିତିକି ଯିବାକୁ ପଡ଼ିବ ଜେଲ । ଦିପାବଳୀରେ ବାଣଫୁଟାକୁ ନେଇ ଦିଲ୍ଲୀ ସରକାର ବ୍ୟାନ୍‌ ଲଗାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି । ଯେକୌଣସି ଲୋକ ବାଣ ଫୁଟାଇବେ, ସେମାନଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୦୦ ଟଙ୍କା ଜୋରିମାନା ହୋଇପାରେ ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀରେ ଯଦି କୌଣସି ସ୍ଥାନରେ ବାଣ ତିଆରି, ସଂରକ୍ଷଣ ଏବଂ ବିକ୍ରି କରାଯାଉଛି,  ତେବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ୫୦୦୦ ଟଙ୍କା ଜୋରିମାନା ସହ ବିସ୍ଫୋରକ ଆଇନର ଧାରା 9 B ଅନୁଯାୟୀ ତିନି ବର୍ଷ ଜେଲ ଦଣ୍ଡ ହେବ ।