• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗର୍ଲଫ୍ରେଣ୍ଡ ପାଇଁ ଛାଡ଼ିଦେଲେ ବଡ଼ ଚାକିରି । ଦୁବାଇରେ କାମ କରି ପାଉଥିଲେ ମୋଟା ଅଙ୍କର ଦରମା । ହେଲେ ଗର୍ଲଫ୍ରେଣ୍ଡ ପାଇଁ ଛାଡ଼ିଦେଲେ ଚାକିରି, ବନିଗଲେ ଅପରାଧୀ । ଦୁବାଇରେ ରହି ମୋଟା ଅଙ୍କର ରୋଜଗାର କରୁଥିବା ଏହି ବ୍ୟକ୍ତି ଜଣକ ଏମିତି ସେମିତି ଲୋକ ନୁହଁନ୍ତି । ସେ ଜଣେ ଆଇଆଇଟିଆନ୍‌ (IIT ଛାତ୍ର) ।

ମାଡ୍ରାସ୍‌ IIT ରୁ କେମିକାଲ ଇଞ୍ଜିନିୟରିଂ ପାସ୍‌ କରି ସେ ଦୁବାଇର ଏକ ବଡ଼ କମ୍ପାନୀରେ ଚାକିରି କରୁଥିଲେ । ମୋଟା ଅଙ୍କର ଦରମା ବି ପାଉଥିଲେ । ହେଲେ ଏବେ ସେ ଜଣେ ଅପରାଧୀ । ତାଙ୍କ ନାଁରେ ରହିଛି ଅନେକ ମାମଲା । ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍‌ରେ ଦିନ କାଟୁଛନ୍ତି । 

ଅଧିକ ପଢ଼ନ୍ତୁ: ବିକିନି କିଲର୍ ଚାର୍ଲସ ଶୋଭରାଜ ! କୁଖ୍ୟାତ ଅପରାଧୀ ପଛରେ ପାଗଳ ଥିଲେ ଯୁବତୀ

ଏହି ବ୍ୟକ୍ତି ଜଣକ ହେଉଛନ୍ତି ହେମନ୍ତ କୁମାର ରଘୁ । ବିହାରର ମୁଜାଫରପୁରରେ ଏକ ନାଇଟ୍‌ କ୍ଳବ୍‌ରେ ତାଙ୍କର ଗର୍ଲଫ୍ରେଣ୍ଡ ଡ୍ୟାନ୍ସ କରନ୍ତି । ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର ଚଳେ । ଏହି ଗର୍ଲଫ୍ରେଣ୍ଡ ପାଇଁ ରଘୁ ଦୁବାଇରୁ MNC ଚାକିରି ଛାଡ଼ି ବିହାର ଆସିଥିଲେ । କିଛି ଦିନ ଗର୍ଲଫ୍ରେଣ୍ଡ ସହ ବୁଲା ବୁଲି ମଜା ମସ୍ତି କରିବା ପରେ ତାଙ୍କର ଟଙ୍କା ସରିଗଲା ।

ଆଉ ତାପରେ ସେ ବନିଗଲେ ଅପରାଧୀ । ନିଜ ଗର୍ଲପ୍ରେଣ୍ଡକୁ ଖୁସି କରିବା ପାଇଁ ସେ ଲୁଟ୍‌ କରିବା ଆରମ୍ଭ କଲେ । ଖାଲି ଲୁଟ୍‌ ନୁହେଁ ଡକାୟତି କରିବା ସହ ଚୋରି ରାଜଜାନୀ ଆଦି ଅପରାଧରେ ସମ୍ପୃକ୍ତ ହେଲେ । ଯାହାଫଳରେ ସେ ପୋଲିସ ରାଡାରକୁ ଆସିଥିଲେ । ପୋଲିସ ତାଙ୍କୁ କିଛି ଦିନ ଟ୍ରାକ୍‌ କରିବା ପରେ ଅଚାନକ ଦିନେ ଧରିଥିଲା । ପରେ ତାଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତ କରିଛି । 

ପୋଲିସର ପଚରାଉଚରା ବେଳେ ରଘୁ ନିଜର ସମସ୍ତ ଅପରାଧକୁ ସ୍ୱୀକାର କରିଛି । ତାପାଖରୁ ପୋଲିସ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ଏମିତିକି ଦୁଇଟି ଚୋରା ବାଇକ୍, ନଗଦ ଟଙ୍କା ମଧ୍ୟ ଜବତ କରିଛି । ୨.୨ ଲକ୍ଷ ଟଙ୍କା ଚୋରି କରିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା ।