Advertisment

ବାପ୍‌ରେ କି ପ୍ରେମ ! ଦୁବାଇରୁ IIT ଚାକିରି ଛାଡ଼ି ଏଠି ଗର୍ଲଫ୍ରେଣ୍ଡ ପାଇଁ ଅପରାଧୀ ହେଲେ, ଏବେ ଜେଲ୍‌ରେ...

ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍‌ରେ ଦିନ କାଟୁଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
IITian Left high paid Job For Bar Dancer Girl Friend

IITian Left high paid Job For Bar Dancer Girl Friend

ଗର୍ଲଫ୍ରେଣ୍ଡ ପାଇଁ ଛାଡ଼ିଦେଲେ ବଡ଼ ଚାକିରି । ଦୁବାଇରେ କାମ କରି ପାଉଥିଲେ ମୋଟା ଅଙ୍କର ଦରମା । ହେଲେ ଗର୍ଲଫ୍ରେଣ୍ଡ ପାଇଁ ଛାଡ଼ିଦେଲେ ଚାକିରି, ବନିଗଲେ ଅପରାଧୀ । ଦୁବାଇରେ ରହି ମୋଟା ଅଙ୍କର ରୋଜଗାର କରୁଥିବା ଏହି ବ୍ୟକ୍ତି ଜଣକ ଏମିତି ସେମିତି ଲୋକ ନୁହଁନ୍ତି । ସେ ଜଣେ ଆଇଆଇଟିଆନ୍‌ (IIT ଛାତ୍ର) ।

Advertisment

ମାଡ୍ରାସ୍‌ IIT ରୁ କେମିକାଲ ଇଞ୍ଜିନିୟରିଂ ପାସ୍‌ କରି ସେ ଦୁବାଇର ଏକ ବଡ଼ କମ୍ପାନୀରେ ଚାକିରି କରୁଥିଲେ । ମୋଟା ଅଙ୍କର ଦରମା ବି ପାଉଥିଲେ । ହେଲେ ଏବେ ସେ ଜଣେ ଅପରାଧୀ । ତାଙ୍କ ନାଁରେ ରହିଛି ଅନେକ ମାମଲା । ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍‌ରେ ଦିନ କାଟୁଛନ୍ତି । 

ଅଧିକ ପଢ଼ନ୍ତୁ: ବିକିନି କିଲର୍ ଚାର୍ଲସ ଶୋଭରାଜ ! କୁଖ୍ୟାତ ଅପରାଧୀ ପଛରେ ପାଗଳ ଥିଲେ ଯୁବତୀ

Advertisment

ଏହି ବ୍ୟକ୍ତି ଜଣକ ହେଉଛନ୍ତି ହେମନ୍ତ କୁମାର ରଘୁ । ବିହାରର ମୁଜାଫରପୁରରେ ଏକ ନାଇଟ୍‌ କ୍ଳବ୍‌ରେ ତାଙ୍କର ଗର୍ଲଫ୍ରେଣ୍ଡ ଡ୍ୟାନ୍ସ କରନ୍ତି । ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର ଚଳେ । ଏହି ଗର୍ଲଫ୍ରେଣ୍ଡ ପାଇଁ ରଘୁ ଦୁବାଇରୁ MNC ଚାକିରି ଛାଡ଼ି ବିହାର ଆସିଥିଲେ । କିଛି ଦିନ ଗର୍ଲଫ୍ରେଣ୍ଡ ସହ ବୁଲା ବୁଲି ମଜା ମସ୍ତି କରିବା ପରେ ତାଙ୍କର ଟଙ୍କା ସରିଗଲା ।

ଆଉ ତାପରେ ସେ ବନିଗଲେ ଅପରାଧୀ । ନିଜ ଗର୍ଲପ୍ରେଣ୍ଡକୁ ଖୁସି କରିବା ପାଇଁ ସେ ଲୁଟ୍‌ କରିବା ଆରମ୍ଭ କଲେ । ଖାଲି ଲୁଟ୍‌ ନୁହେଁ ଡକାୟତି କରିବା ସହ ଚୋରି ରାଜଜାନୀ ଆଦି ଅପରାଧରେ ସମ୍ପୃକ୍ତ ହେଲେ । ଯାହାଫଳରେ ସେ ପୋଲିସ ରାଡାରକୁ ଆସିଥିଲେ । ପୋଲିସ ତାଙ୍କୁ କିଛି ଦିନ ଟ୍ରାକ୍‌ କରିବା ପରେ ଅଚାନକ ଦିନେ ଧରିଥିଲା । ପରେ ତାଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତ କରିଛି । 

ପୋଲିସର ପଚରାଉଚରା ବେଳେ ରଘୁ ନିଜର ସମସ୍ତ ଅପରାଧକୁ ସ୍ୱୀକାର କରିଛି । ତାପାଖରୁ ପୋଲିସ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ଏମିତିକି ଦୁଇଟି ଚୋରା ବାଇକ୍, ନଗଦ ଟଙ୍କା ମଧ୍ୟ ଜବତ କରିଛି । ୨.୨ ଲକ୍ଷ ଟଙ୍କା ଚୋରି କରିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା ।

Viral News
Advertisment
Advertisment