/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701138201.jpg)
Vigilance raid
ଭିଜିଲାନ୍ସ ଜାଲରେ ଥାନା ବାବୁ। ଦୁଇ ଲକ୍ଷ ଟଙ୍କା ସହ କୋରାପୁଟ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ଧରିଛି ଭିଜିଲାନ୍ସ। ଗତକାଲି ରାତିରେ ଏକ ଘରୋଇ ବସରେ ଆଇଆଇସି କଟକ ସ୍ଥିତ ନିଜ ଘରକୁ ଯାଉଥିଲେ। ତେବେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
#ଭିଜିଲାନ୍ସ_ଜାଲରେ_ଥାନା_ବାବୁ
ଦୁଇ ଲକ୍ଷ ଟଙ୍କା ସହ କୋରାପୁଟ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ଧରିଛି ଭିଜିଲାନ୍ସ । ଗତକାଲି ରାତିରେ ଏକ ଘରୋଇ ବସରେ ଆଇଆଇସି କଟକ ସ୍ଥିତ ନିଜ ଘରକୁ ଯାଉଥିଲେ । ତାଙ୍କ ପାଖରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ।..#Vigilance#Odishapic.twitter.com/euIaSrW7Ci— ଓଟିଭି (@otvkhabar) November 28, 2023
ତାଙ୍କ ପାଖରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା। ଏତେ ପଇସା କୁଆଡୁ ଆଣିଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ନଦେଇପାରିବାରୁ ଥାନାବାବୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଭିଜିଲାନ୍ସ। ଏହାପରେ IICଙ୍କ ଅଫିସ୍ ଚାମ୍ବରରୁ ମଧ୍ୟ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା, ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି।
ଏହାପରେ IICଙ୍କଠୁ ସମୁଦାୟ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)