/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756875221.jpg)
IIC Rashmita Behera’s Husband Accused of Drunken Dabanggiri
କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କ ସ୍ବାମୀଙ୍କ ଦାଦାଗିରି। ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ IICଙ୍କ ସ୍ବାମୀ ଅରବିନ୍ଦ ମହାପାତ୍ର। ମାଡ଼ ସହ ଲୋକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଆଇଆଇସିଙ୍କ ସ୍ବାମୀଙ୍କ ଉନ୍ମତକାଣ୍ଡ । ବିନାକାରଣରେ ସହର ଭିତରେ ଲୋକଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ ଅରବିନ୍ଦ।
Advertisment
କେବଳ ସେତିକି ନୁହେଁ, ପୋଲିସ ଗାଡ଼ିକୁ ଡାକି ପାୱାର୍ ମଧ୍ୟ ଦେଖାଇଥିଲେ । ଅରବିନ୍ଦଙ୍କ ଦାଦାଗିରି ଦେଖି ତାତିଥିଲେ ଲୋକେ । ରାତିଅଧରେ ଥାନା ଘେରାଉ କରି ପ୍ରତିବାଦ ଜଣାଇଥିଲେ । ଥାନାରେ SDPO ଓ IIC ମାଡାମଙ୍କୁ ଉତ୍ତ୍ୟକ୍ତ ଲୋକମାନେ ଘେରିଯାଇଥିଲେ । ଶେଷରେ ଲୋକଙ୍କୁ ଭୁଲ୍ ମାଗିଥିଲେ ମାଡାମଙ୍କ ସ୍ବାମୀ। ତେବେ ଅରବିନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)