Advertisment

Husband Murders Wife: କେବଳ ଟଙ୍କା ପାଇଁ, ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ

ନାବାଳାକ ପୁଅ ଦୋକାନ ଖୋଲିବାକୁ ମାଆକୁ ଡାକିବାରୁ ଡାକ ଶୁଣିନଥିଲେ ଗୁରୁବାରୀ। ମାଆର ଦେହକୁ ପୁଅ ହାତ ହଲାଇ ଡାକିଲା ବେଳକୁ ହାତରେ ଲାଗିଥିଲା ରକ୍ତ । ଏହାପରେ ସମସ୍ତଙ୍କୁ ଡାକିଥିଲା ନାବାଳକ ପୁଅ । ପରିବାର ଲୋକ ଆସି ଦେଖିଲା ବେଳକୁ ମୁଣ୍ତ ଏବଂ ମୁହଁରେ କ୍ଷତ ଚିହ୍ନ ରହିଛି ।

author-image
Tapan Kumar Swain
murder

murder

ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ୱାମୀ। ଭଦ୍ରକ ଜିଲ୍ଲା ପାରାପୋଖରୀ ଗାଁରେ ଅଭାବନୀୟ ଘଟଣା। ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ମୃତକ ସେହି ଗାଁର ଗୁରୁବାରୀ ଜେନା। ବାସୁଦେବପୁର ଥାନା ଅଢୁଆଁ ଅଞ୍ଚଳର ଗୋପିନାଥ ଯେନା ଗୁରୁବାରୀ ଯେନାଙ୍କୁ ଦ୍ୱିତୀୟ ବିବାହ କରଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ କଳହ ଲାଗି ରହିଥିଲା। ପାରିବାରିକ କଳହକୁ ନେଇ ଗୋପିନାଥ ଗୁରୁବାରୀଙ୍କୁ ହତ୍ୟା କରିଛି। ଗୋପିନାଥ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ସେପଟେ କଶିଆ ସାମୁଦ୍ରିକ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Advertisment

ସୂଚନା ଅନୁଯାୟୀ, ବାସୁଦେବପୁର ଥାନା ଅଢୁଆଁ ଅଞ୍ଚଳର ଗୋପିନାଥ ଯେନା କଶିଆ ସାମୁଦ୍ରିକ ଥାନା ପାରାପୋଖରୀ ଠାରେ ଦୀର୍ଘ ବର୍ଷ ଧରି ଗୁରୁବାରୀ ଯେନାଙ୍କୁ ଦ୍ୱିତୀୟ ବିବାହ କରି ରହି ଆସୁଥିଲେ । ଗୋପିନାଥ ଏବଂ ଗୁରୁବାରୀଙ୍କର ବଡ ଝିଅ ବିବାହ କରିଥିବା ବେଳେ ଦୁଇଟି ପୁଅ ମଧ୍ୟ ଅଛନ୍ତି । ଆଜି ସକାଳେ ନାବାଳାକ ପୁଅ ଦୋକାନ ଖୋଲିବାକୁ ମାଆକୁ ଡାକିବାରୁ ଡାକ ଶୁଣିନଥିଲେ ଗୁରୁବାରୀ। ମାଆର ଦେହକୁ ପୁଅ ହାତ ହଲାଇ ଡାକିଲା ବେଳକୁ ହାତରେ ଲାଗିଥିଲା ରକ୍ତ । ଏହାପରେ ସମସ୍ତଙ୍କୁ ଡାକିଥିଲା ନାବାଳକ ପୁଅ । ପରିବାର ଲୋକ ଆସି ଦେଖିଲା ବେଳକୁ ମୁଣ୍ତ ଏବଂ ମୁହଁରେ କ୍ଷତ ଚିହ୍ନ ରହିଛି । ମୁଣ୍ତ ପାଖରେ ଗୋଟିଏ ରକ୍ତଲଗା ଟାଙ୍ଗିଆ ପଡିଥିଲା । ତେଣୁ ଏହି ଟାଙ୍ଗିଆରେ ହତ୍ୟା କରାଯାଇଥିବାର ସ୍ପଷ୍ଟ ହୋଇଛି ।

ଏହା ପରେ ପୋଲିସକୁ ଖବର ଦିଆଯାଇଥିଲା । ବଡ ଝିଅଙ୍କ କହିବା ଅନୁଯାୟୀ, ଟଙ୍କା ପାଇଁ ପୁର୍ବରୁ ମାଆ ବାପାଙ୍କ ମଧ୍ୟରେ କଳହ ଲାଗୁଥିଲା । ଟଙ୍କା ପାଇଁ ମାଆକୁ ବାପା ହତ୍ୟା କରିଥିବା ସେ କହିଛନ୍ତି । ଘଟଣାସ୍ଥଳରେ କଶିଆ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Advertisment

ଅଧିକ ପଢ଼ନ୍ତୁ: ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ, ଦଳରୁ ସସପେଣ୍ଡ

Murder Crime Cases
Advertisment
Advertisment