/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756716654.jpg)
husband suicide
ପତ୍ନୀଙ୍କୁ ଘାରିଥିଲା ରିଲ୍ସ ନିଶା। ପ୍ରେମିକ ସହ ମିଶି ବାରମ୍ବାର କରୁଥିଲେ ରିଲ୍ସ। ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନଥିଲେ ସ୍ୱାମୀ। ସେ ବାରମ୍ୱାର ତାଙ୍କୁ ବୁଝାଉଥିଲେ ଆଉ ଏଥିରୁ ଓହରି ଆସିବାକୁ କହୁଥିଲେ। ସ୍ୱାମୀଙ୍କ ଏହି ଅସନ୍ତୋଷକୁ କିନ୍ତୁ ବୁଝିପାରିଲେ ନାହିଁ ପତ୍ନୀ। ଶେଷରେ ସେ ନେଲେ ଚରମ ନିଷ୍ପତ୍ତି ଆଉ ନିଜ ଜୀବନକୁ ନିଜେ କରିଦେଲେ ଶେଷ।
ଏଭଳି ଏକ ସାଂଘାତିକ ଘଟଣା ଉତ୍ତର ପ୍ରଦେଶର ବଦୌନର ଇସଲାମନଗରରେ ଥିବା ଏକ ବସ୍ତିରେ ଘଟିଛି। ଏଠାରେ ରହୁଥିବା ସୁନୀଲ ପ୍ରାୟ ଦଶ ବର୍ଷ ପୂର୍ବେ ଲକ୍ଷ୍ମୀଙ୍କ ସହ ବିବାହ କରିଥିଲେ। ସୁନୀଲ ତାଙ୍କ ପରିବାର ପୋଷିବା ନେଇ ଗୁଡ଼ଗାଓଁରେ ଶ୍ରମିକ ଭାବରେ କାମ କରୁଥିଲେ।
ସୁନୀଲ ଭାବୁଥିଲେ ଯେ ତାଙ୍କ ପତ୍ନୀ ପିଲାମାନଙ୍କୁ ଭଲ ଭାବରେ ପାଳନ କରିବେ। କିନ୍ତୁ ଲକ୍ଷ୍ମୀ ସୋସିଆଲ ମିଡିଆରେ ତାଙ୍କ ପ୍ରେମିକଙ୍କ ସହିତ ରିଲ୍ କରିବାର ନିଶାରେ ପଡ଼ିଯାଇଥିଲେ। ସୁନୀଲ ଅନେକ ଥର ଲକ୍ଷ୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ରିଲ୍ ତିଆରି କରିବାକୁ ବାରଣ କରିଥିଲେ। ଲକ୍ଷ୍ମୀ କିନ୍ତୁ ତାଙ୍କ ମାନି ନଥିଲେ।
ମଙ୍ଗଳବାର ଦିନ ସୁନିଲ ତାଙ୍କ ସ୍ତ୍ରୀଙ୍କୁ ପୁଣି ଥରେ ବୁଝାଇବା ପାଇଁ ଘରକୁ ଆସିଥିଲେ ଆଉ, ଏହି ପ୍ରସଙ୍ଗରେ ସେମାନଙ୍କ ଭିତରେ ଏକ ବଡ଼ ଝଗଡ଼ା ହୋଇଥିଲା। ପରଦିନ ସକାଳେ, ତାଙ୍କ ସ୍ତ୍ରୀ କାହାକୁ କିଛି ନ କହି ଘରୁ ପଳାଇ ଯାଇଥିଲେ। ଯେତେବେଳେ ସୁନୀଲ ତାଙ୍କ ସ୍ତ୍ରୀଙ୍କୁ ଘରେ ପାଇଲେ ନାହିଁ, ସେ ତାଙ୍କ ସ୍ତ୍ରୀଙ୍କ ବିଶ୍ୱାସଘାତକତାରେ ନିରାଶ ହୋଇପଡିଲେ ଆଉ ଶେଷ ଆତ୍ମହତ୍ୟା କରି ସବୁଦିନ ପାଇଁ ଜୀବନକୁ ଶେଷ କରିଦେଲେ।
ଏହି ପୂରା ମାମଲାରେ, ପୋଲିସ କହିଛି ଯେ ଉଭୟ ପକ୍ଷଙ୍କଠାରୁ ଲିଖିତ ଅଭିଯୋଗ ମିଳିଛି। ଯେଉଁଥିରେ ସୁନିଲଙ୍କ ଭାଇ କହିଛନ୍ତି ଯେ ଲକ୍ଷ୍ମୀଙ୍କ ରିଲ୍ସ କରିବା ଯୋଗୁଁ ଏହି ଘଟଣା ଘଟିଛି। ଅନ୍ୟପକ୍ଷାରେ ଘର ଏବଂ ଜମି ହଡ଼ପ କରିବା ପାଇଁ ଶଶୁର ଘର ଲୋକ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ପୋଲିସ କହିଛି ଯେ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରାଯାଉଛି। ଯାହା ସତ୍ୟ ସାମ୍ନାକୁ ଆସିବ, ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ତେବେ ଶେଷରେ, କେବଳ ଏତିକି କୁହାଯାଇପାରିବ ଯେ ସୋସିଆଲ ମିଡିଆର ରଙ୍ଗିନ୍ ଦୁନିଆ ଏକ ସୁଖୀ ପରିବାରର ଖୁସିକୁ ନଷ୍ଟ କରିଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)