/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700999837.jpg)
Police Arrest Malinga
ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଜଣଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ। ମାଷ୍ଟର ମାଇଣ୍ଡ ଶୁଭ୍ରଜିତ ପ୍ରଧାନ ଓରଫ ମାଲିଙ୍ଗାକୁ ଗିରଫ କରିଛି ପୋଲିସ। ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ଥିବା ଏକ ହୋଟେଲ ମାଲିକଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ।
Advertisment
ମାଲିଙ୍ଗା ଓ ତାର କିଛି ସହଯୋଗୀ ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏହାପରେ ଅର୍ଦ୍ଧ ନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିଲେ। ଆକ୍ରମଣରେ ଗୁରୁତର ହୋଇଥିଲେ ହୋଟେଲ ମାଲିକ ସାଜନ। ଭରତପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମାଲିଙ୍ଗାକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି, ଚେଷ୍ଟା ଚାଲିଥିବା ଡିସିପି ସୂଚନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)