• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଚାଞ୍ଚଲ୍ୟକର କାହାଣୀ । କ୍ୟାପିଟାଲ୍‌ରେ କଳାଧନ୍ଧା କନେକ୍ସନର ଫିଟୁଛି ଗୁମର । ସୁଦୂର କଳାହାଣ୍ଡି କେସିଙ୍ଗାରୁ ଆସି ମାତ୍ର ବର୍ଷ କେଇଟାରେ ତିଆରି କରିଥିବା ଗୋଲାପୀ ସାମ୍ରାଜ୍ୟର ଖୋଲୁଛି ସତ । କେସିଙ୍ଗାରୁ ଭୁବନେଶ୍ୱର ଭାୟା ଜଳେଶ୍ୱର । ଲାଞ୍ଜିଗଡ଼ର କେନ୍ଦୁଗୁଡ଼ାସ୍ଥିତ ପୈତୃକ ଘର ଛାଡ଼ି କେସିଙ୍ଗାର ଥିବା ଘରେ ରହୁଛନ୍ତି ଅର୍ଚ୍ଚନାଙ୍କ ପରିବାର । 

ପରିବାରରେ ବଡ଼ ଝିଅ ହେଉଛନ୍ତି ଅର୍ଚ୍ଚନା । ଜିଲ୍ଲାବାସୀଙ୍କ କହିବା କଥା, ଅନେକ ଦିନ ହେଲାଣି ଅର୍ଚ୍ଚନା ଭୁବନେଶ୍ୱରରେ ରହୁଛନ୍ତି । ତେଣୁ ନା ଏଠାରେ ତାଙ୍କୁ କିଏ ଜାଣିଛନ୍ତି ନା କିଏ ଚିହ୍ନିଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନେତୁଆ ପଞ୍ଚାୟତ ବାଉଁଶବାଣୀ ଗାଁରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ପୈତୃକ ଘର । ବିଲ୍‌କୁଲ୍ ଝାଟିମାଟି ଆଉ ଆଜବେଷ୍ଟସ୍ ଘର । ୧୫ ବର୍ଷ ତଳେ ବାପାଙ୍କ ସହ ମିଶି ଏଠାରେ ଏକ ତେଜରାତି ଦୋକାନ କରିଥିଲେ ଜଗବନ୍ଧୁ । କିନ୍ତୁ ୪ ବର୍ଷ ତଳେ ଅର୍ଚ୍ଚନାଙ୍କୁ ବିବାହ କରିବା ପରେ ପରିବାର ସହ ଆଉ କୌଣସି ଲିଙ୍କ୍ ନାହିଁ ।

ଅଧିକ ପଢ଼ନ୍ତୁ: ନେତା, ସିନେ ପ୍ରଯୋଜକଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ ମହିଳା ବ୍ଲାକ୍‌ମେଲର୍‌

ସମୟକ୍ରମେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲିଙ୍କ୍‌ରେ ଆସିଲେ ଅର୍ଚ୍ଚନା । ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ । ସେଥିପାଇଁ ତ ପ୍ରଯୋଜକଙ୍କୁ ଫିଲ୍ମ ସୁଟିଂ ଲାଗି ଏହି ଘରକୁ ଭଡ଼ାରେ ଦେଉଥିଲେ ଅର୍ଚ୍ଚନା ଓ ଜଗବନ୍ଧୁ । ହାତ ମୁଠାରେ ଅମାପ ଧନ ସମ୍ପତ୍ତି ଅଛି ବୋଲି ନାଗ-ଚାନ୍ଦ ଦମ୍ପତ୍ତିଙ୍କ ସଉକ୍ ବି ଥିଲା ଅଲଗା । ଘରେ ଘୋଡ଼ା ଥିବାର ମଧ୍ୟ ରହିଛି ା ଆଉ ଆଜି ସାମ୍ନାକୁ ଆସିଛି ମାକାଉ ଏବଂ ଏକ ବିଦେଶୀ କୁକୁରର ଚିତ୍ର । ତେବେ ନିର୍ଦ୍ଧିଷ୍ଟ ଭାବେ କାହା ଛତ୍ରଛାୟାରେ ରହି ଏତେ ବଡ଼ ସାମ୍ରାଜ୍ୟ ତିଆରି କରିଥିଲେ ଅର୍ଚ୍ଚନା? ଏବେ ଏଭଳି  ପ୍ରଶ୍ନ ଉଠୁଛି । 

ଏପଟେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ସହ ଅର୍ଚ୍ଚନାଙ୍କ ହ୍ୱାଟ୍‌ସ ଆପ୍ ଚାଟ୍ । ଯେଉଁଥିରେ ଜଣାପଡୁଛି ସଂପୃକ୍ତ ଯୁବତୀଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି ଅର୍ଚ୍ଚନା । ଯୁବତୀ କହୁଛନ୍ତି, ବହୁତ ଟଙ୍କା ଦେବେ ବୋଲି କହିବାରୁ ସେମାନଙ୍କ କଥାରେ ମୁଁ ରାଜି ହୋଇଥିଲି । ଏବେ ନ ମାନିଲେ ଜୀବନ ପ୍ରତି ବିପଦ ଅଛି । ଅର୍ଚ୍ଚନା ପ୍ରତିଶ୍ରୁତି ଦେଉଛନ୍ତି, ଯାହା ବି ମାଗିବେ, ତାହା ଦିଆଯିବ । ସାହାଯ୍ୟ କରି ଯୁବତୀଙ୍କ ଭବିଷ୍ୟତ ସଜାଡ଼ି ଦେବାର ପ୍ରତିଶ୍ରୁତି ବି ଦେଉଛନ୍ତି ଅର୍ଚ୍ଚନା । 

ଏହି ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଥମେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ଏହି ଅଭିଯୋଗ ହୋଇଥିଲା ।

(ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂଦେଓ, ଜଳେଶ୍ୱରରୁ ଅଜିତ ଦାସ ଏବଂ ଭୁବନେଶ୍ୱରରୁ ଅତୁଲ୍ୟ ବାଉତ)