Advertisment

ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍, ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି

ରାଜଧାନୀରେ ଧଳାଜହର ବେପାରର ନୂଆ ଟ୍ରେଣ୍ଡ। ଆଉ ଯୁବକ ନୁହଁନ୍ତି, ଏବେ ଯୁବତୀ ସାଜିଛନ୍ତି ବ୍ରାଉନସୁଗାର ବେପାରର ମୁଖ୍ୟ ବାହକ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Lady Drugs Peddler

ରାଜଧାନୀରେ ଧଳାଜହରର ଗୁଲାବୀ ଗ୍ୟାଙ୍ଗ...ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ... ନିଶାର ମାୟାରେ ବାୟା କରାଉଛନ୍ତି ଯୁବପିଢ଼ିଙ୍କୁ... ଆଉ ଯୁବକ ନୁହଁନ୍ତି, ଏବେ ଯୁବତୀ ସାଜିଛନ୍ତି ବ୍ରାଉନସୁଗାର ବେପାରର ମୁଖ୍ୟ ବାହକ। ପୋଲିସ୍‌ ଧରିଥିବା ୨ ଯୁବତୀଙ୍କୁ ଦେଖିଲେ ଲାଗୁଛି ବେଶ ନୀରିହ। କିନ୍ତୁ ନିଶାର ବିଷ ଧରି ଏମାନେ ଚଳାଇଛନ୍ତି ବେପାର। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମାନଙ୍କ ମଧ୍ୟରୁ ଜଣଙ୍କ ଡିଗ୍ରୀ ସହ ରହିଛି କଂପ୍ୟୁଟର ଆପ୍ଲିକେସନରେ ପିଜି, ଅନ୍ୟ ଜଣେ ପ୍ଲସ ଟୁ ସହ କରିଛି ଆକାଉଣ୍ଟାଣ୍ଟ କୋର୍ସ। ପେଶାରେ ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିବାବେଳେ ଅନ୍ୟ ଜଣେ ଏକ ଘରୋଇ କମ୍ପାନୀର ଆକାଉଟାଣ୍ଟ।

Advertisment

ଗିରଫ ୨ ଯୁବତୀ ହେଲେ କୋଣାର୍କ ଅଞ୍ଚଳର ୨୩ ବର୍ଷିୟା ପ୍ରଜ୍ଞାପ୍ରିୟା ସ୍ୱାଇଁ ଯିଏ ସଫ୍ଟୱେର ଇଞ୍ଜିନିୟର ଓ ବାଲେଶ୍ୱର ସିମୁଳିଆ ଅଞ୍ଚଳର ୩୦ ବର୍ଷିୟା କରିସ୍ମା ରାଉତ ଯିଏ ଆକାଉଣ୍ଟାଣ୍ଟ। ଏହି ୨ ଜଣ ଏବେ ଫସିଛନ୍ତି ଧଳାଜହରର କଳା ଧନ୍ଧାରେ। ସେମାନେ ରହୁଥିବା ରାଜଧାନୀର ଏକ ଭଡ଼ାଘରୁ ଉଭୟଙ୍କ ଠାରୁ ମିଳିଛି ୨୫୬ ଗ୍ରାମର ବ୍ରାଉନସୁଗାର। ଯାହାର ଆନୁମାନିକ ବଜାର ମୂଲ୍ୟ ୨୬ ଲକ୍ଷ ଟଙ୍କା ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର।

ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ପ୍ରଜ୍ଞା ଏବଂ କରିସ୍ମା ଭୁବନେଶ୍ୱର ଯଦୁପୁରରେ ରହୁଥିଲେ ଏକ ଭଡ଼ା ଘରେ। ସାଧାରଣତଃ ଏହି ୨ ଯୁବତୀ କାମ କରୁଥିଲେ ବ୍ରାଉନସୁଗାର କ୍ୟାରିୟର ତଥା ବାହକ ଭାବେ। କିଙ୍ଗପିନର ନିର୍ଦ୍ଦେଶ ଅନୁଯାୟୀ, ନିଶା ପହଞ୍ଚାଉଥିଲେ ପଟିଆ, ଚନ୍ଦ୍ରଶେଖରପୁର, ଜାଗମରା, ପୋଖରୀପୁଟ ଆଦି ଇଲାକାର ଶିକ୍ଷାନୁଷ୍ଠାନର କିଛି ଛାତ୍ରଛାତ୍ରୀଙ୍କ ପାଖରେ। କେବଳ ଛାତ୍ରଛାତ୍ରୀ ନୁହଁନ୍ତି, କର୍ପୋରେଟ ଅଫିସର କର୍ମଚାରୀଙ୍କୁ ଗ୍ରାହକ କରି ଯୋଗାଉଥିଲେ ଧଳା ଜହର। କେଉଁ ପୁଡ଼ିଆ ବାବଦକୁ ୫ଶହ ଟଙ୍କା ଆଦାୟ କରୁଥିଲେ ତ ଆଉ ଆଉ କେଉଁ ପୁଡ଼ିଆକୁ ସର୍ବାଧିକ ୧୦ ହଜାରରେ ବିକ୍ରି କରୁଥିଲେ। ସେହି ବାବଦକୁ କିଙ୍ଗପିନ୍ ପାଖରୁ ପାଉଥିଲେ ମୋଟା କମିଶନ। ଏହି ଗ୍ୟାଙ୍ଗରେ କେବଳ ଜଣେ କି ଦୁଇ ଜଣ ନୁହଁନ୍ତି, ଅଛନ୍ତି ପ୍ରାୟ ୭ ଜଣ ମହିଳା ଓ ଯୁବତୀ।

Advertisment

ରାଜଧାନୀରେ ନିଶା କାରବାର ଦୁନିଆରେ ମହିଳାଙ୍କ ସଂପୃକ୍ତି ଅବଶ୍ୟ ନୂଆକଥା ନୁହେଁ। ପୂର୍ବରୁ ମଞ୍ଚେଶ୍ୱର ଥାନା ପୋଲିସ ଧଳାଜହର କାରବାରରେ ଜଣେ ମହିଳାଙ୍କୁ ଗିରଫ କରିଥିଲା। ୨୦୨୩ ଡିସେମ୍ବର ୧୬ରେ ଗଞ୍ଜେଇ ଚାଲାଣବେଳେ ୨୦ ବର୍ଷିୟା ଚୁମକୀ ନାମକ ଜଣେ ମହିଳାଙ୍କୁ ଧରିଥିଲା ଭରତପୁର ପୋଲିସ। ଆଉ ଏବେ ସାମ୍ନାକୁ ଆସିଛନ୍ତି ଏହି ଦୁଇ କର୍ପୋରେଟ୍ ଲେଡି। ଏହା ପଛର ମୁଖ୍ୟ କାରଣ ହେଉଛି, ମହିଳାଙ୍କ ହାତରେ ନିଶା ବେପାର କରାଇଲେ କେହି ବି ସନ୍ଦେହ କରିବେ ନାହିଁ। ନିଶା ବିକି ମହିଳା ଓ ଯୁବତୀ ବି ଦୁଇ ପଇସା ପାଇ ନିଜର ସଉକ ମେଣ୍ଟାଉଥିଲେ।

ତେବେ କିଏ ସେହି ନିଶା ସାମ୍ରାଜ୍ୟର କିଙ୍ଗପିନ୍ ? କାହା ଛତ୍ରଛାୟାରେ ରହି କର୍ପୋରେଟ ଲେଡିଙ୍କୁ ଲଗାଇ ଜାରି ରଖିଛି ଧଳାଜହର କାରବାର ? କେଉଁଠୁ ଆସୁଛି ଏତେ ପରିମାଣର ଡ୍ରଗ୍ସ ? ସେସବୁର ଖୋଳତାଡ଼ କରିବା ସହ କିଙ୍ଗପିନ୍ ପାଖରେ ପହଞ୍ଚିବାକୁ କମିଶନରେଟ ପୋଲିସର ସ୍ପେଶାଲ ୟୁନିଟ ମିଶନ୍ ଜାରି ରଖିଛି।

Commissionerate Police Software Engineer Bhubaneswar Drugs
Advertisment
Advertisment