Advertisment

Extra Marital Affair: ବୟଫ୍ରେଣ୍ଡ ସହ ମିଶି ନିଜ ଛୁଆଙ୍କୁ ଚେଙ୍କ ଦେଲା ମାଆ !

ମୈତ୍ରୀବିହାର ଅଞ୍ଚଳର ଘଟଣାକୁ ନେଇ ରାଜଧାନୀରେ ହଇଚଇ । ଡିସିପି କହିଲେ ‘ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ’ ।

ଅଦ୍ୟତନ ହୋଇଛି
undefined

ପରକୀୟା ପ୍ରୀତିର ନୃଶଂସ ପରିଣତି । ୨ ଛୁଆଙ୍କୁ ତତଲା ଚେଙ୍କ ଦେଇଥିବା ଅଭିଯୋଗ ।

Advertisment

ପରକୀୟା ପ୍ରୀତିର ନୃଶଂସ ପରିଣତି । ନିଜର ୨ ନିରୀହ ପିଲାଙ୍କୁ ଚେଙ୍କ ଦେଇଛି ଜନ୍ମଦାତ୍ରୀ ମାଆ । ଛୁଆଙ୍କୁ ତତଲା ଚେଙ୍କ, ବନ୍ଧା ହେଲା ନୂଶଂସ ମାଆ। ଘଟଣା ପୁଣି ଖୋଦ୍ ରାଜଧାନୀରେ। ସ୍ୱାମୀକୁ ଘରୁ ବାହାର କରି ପ୍ରେମିକ ସହ ମିଶି ନିଜ ୨ ଛୁଆଙ୍କୁ ଚେଙ୍କ ଦେବା ଘଟଣାରେ ଅଭିଯୁକ୍ତ ମା’ ଓ ପ୍ରେମିକକୁ ଗିରଫ କରିଛି ମୈତ୍ରୀବିହାର ପୋଲିସ।

Advertisment

ବନ୍ଦ ଘରେ ୩ ଦିନ କାଳ ତତଲା ଚେଙ୍କ ଖାଇ ଗୁରୁତର ହୋଇଛନ୍ତି ପୁଅ-ଝିଅ । ପୋଲିସ ଉଦ୍ଧାର କରି ସେମାନଙ୍କୁ ମେଡିକାଲ ପଠାଇଛି । ନୃଶଂସ ମାଆ ଓ ପ୍ରମିକକୁ ଗିରଫ କରି ଜେଲ୍ ପଠାଇଛି । ଭୁବନେଶ୍ୱର ମୈତ୍ରୀବିହାର ଥାନା ମହାବୀର ନଗର ଅଞ୍ଚଳର ଏ ଘଟଣା ରାଜଧାନୀରେ ହଇଚଇ ସୃଷ୍ଟି କରିଛି। ବାପାର ଏତଲା କ୍ରମେ ମାମଲା ରୁଜୁ କରି ପୋଲିସ ତନାଘନା ଚଳାଇଛି। ଏହାକୁ ଅତି ସମ୍ବେଦନଶୀ ଘଟଣା ଭାବେ ନେଇ ଅଭିଯୁକ୍ତ ଯେପରି କଡା ଦଣ୍ଡ ପାଇବେ ସେଥିପ୍ରତି ପୋଲିସ ପ୍ରଚେଷ୍ଟ କରିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

ନିଜ ନଜ୍ମକଲା ମାଆଠୁ ତତଲା ଚେଙ୍କ ଖାଇ ଯନ୍ତ୍ରଣା ଭୋଗୁଛନ୍ତି ଶିଶୁ। ଗୋଡ଼ଠୁ ମୁଣ୍ଡ ଯାଏଁ ସବୁଠି ଫୋଟକା, ଚେଙ୍କ ଦାଗ। ପ୍ରେମିକ ସହ ମିଶି ନିଜ ପୁଅ ଓ ଝିଅକୁ ତତଲା ଚେଙ୍କ ଦେଇ ତିନି ଦିନ କାଳ ଘରେ ବନ୍ଦ କରି ରଖିଥିଲା ମାଆ। ପଡ଼ୋଶୀ ସୁରାଗ ପାଇଥିଲେ ଓ ପୋଲିସ ଯାଏଁ ଖବର ପହଞ୍ଚିଥିଲା।

Advertisment

ଏହା ସହ ପଢ଼ନ୍ତୁ :  ଲୁଟେରାଙ୍କ ନୂଆ ଗେମ୍‌; ସମ୍ପର୍କୀୟଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା; ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

ତେଣେ ନୃଶଂସ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ-ବର୍ଷକ ତଳେ ତାଙ୍କୁ ମାଡ ମାରି ଘରୁ ବାହାର କରିଦେଇଥିଲେ ପତ୍ନୀ। ତାଙ୍କ ଅନୁପସ୍ଥିତିରେ ପ୍ରେମିକକୁ ଘରକୁ ଆଣି ଅନୈତିକ ସମ୍ପର୍କ ବି ରଖୁଥିଲେ। ଯାହାର ପ୍ରତିବାଦ କରୁଥିଲେ ପୁଅ ଓ ଝିଅ। ତେଣୁ ଏଥିରେ ଉତକ୍ଷିପ୍ତ ହୋଇ ପତ୍ନୀ, ପ୍ରେମିକ ସହ ମିଶି ଦୁଇ ପିଲାଙ୍କୁ ଶଣ୍ଢୁଆସି ତତାଇ ନିଆଁ ଚେଙ୍କ ଦେଉଥିଲେ ଓ ପାଟି ବନ୍ଦ କରି ଘରେ ରହିବାକୁ ଧମକ ଦେଉଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡୋଶୀ, ଖବର ଦେବାରୁ ସେ ଆସି ପିଲାଙ୍କୁ ଉଦ୍ଧାର କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପଡ଼ୋଶୀ ବି ଘଟଣା ପ୍ରାୟ ସତ ବୋଲି କହିଛନ୍ତି।

Advertisment

ପୂର୍ବରୁ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଉପାନ୍ତ କିମ୍ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁଙ୍କୁ ଚେଙ୍କ ଘଟଣା ନଜରକୁ ଆସିଛି। ହେଲେ ଖୋଦ୍ ରାଜଧାନୀରେ ପରକୀୟା ପ୍ରୀତି ପାଇଁ ନିଜ ଜନ୍ମକଲା ମାଆ ୨ ଶିଶୁଙ୍କୁ ଚେଙ୍କ ଦେବା ସଭ୍ୟ ସମାଜକୁ ବ୍ୟଥିତ କରିଛି।

ଏହା ସହ ପଢ଼ନ୍ତୁ :  ବର୍ବର, ଭୟଙ୍କର, ସାଙ୍ଘାତିକ ... କୁନି ଝିଅକୁ କାଟି ଖାଇଲା ମାଆ!!

Extra Marital Affair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ