• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ ପାଲଟିଲା ପିଶାଚ । ନାବାଳିକା ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣି ପକାଇଲା । ତ୍ରିପୁରାର ଅଗରତାଲାରେ ଜଣେ ଯୁବକ ନିଜର ୧୫ ବର୍ଷୀୟ ନାବାଳିକା ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ହାଣି ପକାଇଥିବା ଜଣାପଡ଼ିଛି । ଶୁକ୍ରବାର ସକାଳୁ ମୃତକ ନିଖୋଜ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ତନାଘନା କରୁଥିଲା ପୋଲିସ୍‌ ।

ଅଧିକ ପଢ଼ନ୍ତୁ: ପିଶାଚ ପାଲଟିଲା ସ୍ୱାମୀ; ସ୍ତ୍ରୀର ମୁଣ୍ଡ ଗଣ୍ଡିକୁ କାଟି ଅଲଗା କରି ମରଶରୀରରେ ନିଆଁ ଲଗାଇଦେଲା..

ମୃତକଙ୍କ ନାମ ତନୁଜା ବେଗମ୍‌ । ପ୍ରାୟ ୮ ମାସ ତଳେ କୟେମ୍‌ ମିଆକୁ ବିବାହ କରିଥିଲେ ତନୁଜା ବେଗମ୍‌ । ହେଲେ ଶୁକ୍ରବାର ସକାଳୁ ଝିଅ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ମା’ ଶୁଣିବା ପାଇଁ ପାଇଥିଲେ । ଝିଅ ସମ୍ପର୍କରେ ଜାଣିବା ପରେ ସେ ତୁରନ୍ତ ଝିଅଜ୍ୱାଇଁ ରହୁଥିବା ମୁସଲିମ୍‌ପଡ଼ାକୁ ଯାଇଥିଲେ । ସେଠାରେ ତନୁଜା କିମ୍ବା ତାଙ୍କ ସ୍ୱାମୀଙ୍କୁ କାହାକୁ ଦେଖିନଥିଲେ । ହେଲେ ଝିଅର ଘର ସାରା ରକ୍ତର ଛିଟା ଦେଖିବା ପାଇଁ ମିଳିଥିଲା । ରକ୍ତ ଦେଖି ସେ ଭୟରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ତୁରନ୍ତ ତନୁଜାଙ୍କ ପରିବାର ଲୋକ ସେ ନିଖୋଜ ହୋଇଯାଇଥିବା କଥା ପୋଲିସରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବରେ ପରେ ପୋଲିସ୍‌ର ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ କୟେମ୍‌ ମିଆଙ୍କୁ ଖୋଜାଖୋଜି କରିଥିଲେ । ହେଲେ ତା’ର କୌଣସି ପତ୍ତା ମିଳି ନଥିଲା । ଆଖପାଖର ଲୋକଙ୍କୁ ପଚରାଉଚରା କରିବା ସହ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ତନାଘନା କରିବା ପରେ ଅଭିଯୁକ୍ତକୁ ଠାବ କରାଯାଇଥିଲା । ଅନ୍ୟପଟେ ପଚରାଉଚରା ବେଳେ କୟେମ୍‌ ନିଜ ଦୋଷ ସ୍ୱୀକାର କରିଛି । ଗୁରୁବାର ରାତିରେ ତନୁଜାକୁ ମାରିବା ପରେ ସ୍ତ୍ରୀର ଶବକୁ କାଟି ଦୁଇଟି ବ୍ୟାଗ୍‌ରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା କଥା କହିଥିଲା ।

ଅଭିଯୁକ୍ତର ବୟାନ୍‌ ଆଧାରରେ ଜଙ୍ଗଲକୁ ଯାଇ ଦୁଇଟି ବ୍ୟାଗ୍‌ ଉଦ୍ଧାର କରିଥିଲା ପୋଲିସ୍‌ ଟିମ୍‌ । ଅଭିଯୁକ୍ତ ତନୁଜାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ହାଣି ପକାଇଥିଲା । ଗ‌ୋଟିଏ ବ୍ୟାଗ୍‌ରେ ଥିଲା ମୁଣ୍ଡ ଓ ଶରୀରର ଅନ୍ୟ ଅଂଶ ଆଉ ଗୋଟିଏ ବ୍ୟାଗ୍‌ରେ ଥିଲା । ଏବେ ଅଭିଯୁକ୍ତକୁ ଗିରଫ କରାଯାଇଛି । ହତ୍ୟାର ଉଦ୍ଦେଶ୍ୟ ଜାଣିବାକୁ ତାଙ୍କୁ ଜେରା କରାଯାଉଛି ।