Advertisment

ପିଶାଚ ପାଲଟିଲା ସ୍ୱାମୀ; ସ୍ତ୍ରୀର ମୁଣ୍ଡ ଗଣ୍ଡିକୁ କାଟି ଅଲଗା କରି ମରଶରୀରରେ ନିଆଁ ଲଗାଇଦେଲା..

ଯିଏ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ ହେବ ବୋଲି ହାତ ଧରିଥିଲା ସିଏ ହିଁ ନିର୍ଦ୍ଦୟ ପାଲଟିଗଲା। ଯେଉଁ ମୁଣ୍ଡରେ ସିନ୍ଦୂର ଦେଇଥିଲା, ସେହି ମୁଣ୍ଡକୁ କାଟିବା ସହ ୨ ହାତକୁ ବି ଶରୀରରୁ ଅଲଗା କରିଦେଲା।

author-image
Manoranjan Behera
ଅଦ୍ୟତନ ହୋଇଛି
Man kills Wife In Delhi

Man kills Wife

ସାତଜନ୍ମର ସାଥୀକୁ ଜାଳିପୋଡ଼ି ପାଉଁଶ କରିଦେଲା ରାକ୍ଷସ ସ୍ୱାମୀ । ଖଣ୍ତଖଣ୍ତ କରି ଶରୀରକୁ କାଟିବା ପରେ ନିଆଁରେ ଜାଳିଦେଲା । ଯେଉଁ ମଥାରେ ସିନ୍ଦୁର ପିନ୍ଧାଇଥିଲା, ଶେଷରେ ସେହି ମୁଣ୍ତକୁ ଗଣ୍ତିକୁ ଅଲଗା କରିଦେଲା । ଏଭଳି ହୃଦୟବିଦାରକ ଘଟଣା ହରିୟାଣାର ମାନେସର୍‌ ଅଞ୍ଚଳରେ ଘଟିଛି ।

Advertisment

ଏପ୍ରିଲ ୨୧ ରେ ମାନେସର୍‌ ଅଞ୍ଚଳର କୁକଡୋଲା ଗାଁରୁ ପୋଲିସ ଜଣେ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତଦେହକୁ ଜବତ କରିଥିଲା । ଆଶ୍ଚର୍ଯ୍ୟର କଥା ହେଲା ମୃତଦେହର ମୁଣ୍ତ ସହ ୨ ହାତ ବି ନଥିଲା । ଏହାର କିଛିଦିନ ପରେ ପୋଲିସ ସେଠାରୁ କିଛି ଦୂରରେ ୨ଟି କଟା ହାତ ଓ ଏପ୍ରିଲ ୨ ରେ ଅନ୍ୟ ସ୍ଥାନରୁ ମୃତ ମହିଳାଙ୍କ ମୁଣ୍ଡ ଜବତ କରିଥିଲା।

ଅଧିକ ପଢ଼ନ୍ତୁ: ସ୍ୱାମୀ ନା ପିଶାଚ, ସ୍ତ୍ରୀକୁ ଏସିଡ୍‌ ପିଆଇ ମାରିଦେଲା ସ୍ୱାମୀ

ଘଟଣାର ତଦନ୍ତ ପରେ ପୋଲିସ୍‌ ମୃତ ମହିଳାଙ୍କୁ ଚିହ୍ନଟ କରି ତାଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କୁ ଗିରଫ କରିଛି । ଜିତେନ୍ଦ୍ର ଗାନ୍ଧୀନଗର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମାନେସରରେ ଭଡ଼ା ଘରେ ରହୁଥିଲେ । ପୋଲିସ୍‌ ଏବେ ଜିତେନ୍ଦ୍ରକୁ ପଚରାଉଚରା କରୁଥିବା ବେଳେ ଖୁବ୍‌ଶୀଘ୍ର ପୂରା ଘଟଣା ଉପରୁ ପରଦା ହଟିବ ବୋଲି ସୂଚନା ଦେଇଛି ।

Advertisment

ପୋଲିସ୍‌ ସୂଚନାନୁଯାୟୀ, ମହିଳାଙ୍କ ମୃତଦେହ କୁକଡୋଲା ଗାଁର ଏକ ଘରୁ ଜବତ ହୋଇଥିଲା। ଉକ୍ତ ଜାଗାକୁ ଉମେଦ ସିଂ ନାମକ ବ୍ୟକ୍ତି ଲିଜ୍‌ରେ ନେଇଥିବା ବେଳେ ସେଠାରେ ଏକ ଘର କରିଥିଲେ । ଘରୁ ଧୂଆଁ ବାହାରୁଥିବା ସୂଚନା ପାଇ ଉମେଦ ସିଂ ପୋଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।

Murder Murder Case
Advertisment
Advertisment