/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687922399.jpg)
Hanuman Paisa Racket
ହନୁମାନ ପଇସା ରାକେଟର ପର୍ଦ୍ଦାଫାସ। ପୁରୀ ଜିଲ୍ଲା ପିପିଲି ପୋଲିସ ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ହନୁମାନ ମୂର୍ତ୍ତି ଥିବା ମୁଦ୍ରା, ଏକ ହୋଣ୍ଡା କାର ଏବଂ ମୋବାଇଲକୁ ପୋଲିସ ଜବତ କରିଛି । ପୋଲିସର ସୁଚନା ଅନୁଯାୟୀ, ସାକ୍ଷୀଗୋପାଳ ନୂଆଗାଁ ଢ଼ିହିରେ ଗଦାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହନୁମାନ ପଇସା କାରବାର ପାଇଁ ଡିଲ୍ ଚାଲୁଥିଲା ।
Advertisment
ସେମାନେ ନିଜକୁ ଆଣ୍ଟିକ୍ ସାମଗ୍ରୀ କିଣା ବିକାର ଲାଇସେନ୍ସ ଅଧିକାରୀ ବୋଲି ପରିଚୟ ଦେଇ ପ୍ରଚୁର ଟଙ୍କାର ପ୍ରଲୋଭନ ଦେଖାଉଥିଲେ। ଖବର ପାଇ ପୋଲିସ ଟିମ୍ ଚଢାଉ କରିବା ସହ ୫ ଜଣଙ୍କୁ ଧରିଥିଲା । ତା’ସହ ସେମାନଙ୍କ ପାଖରୁ ହନୁମାନଙ୍କ ପ୍ରତିକୃତି ଥିବା ଏକ ତମ୍ବା ପଇସା, ସିନ୍ଦୁର, ଅରୁଆ ଚାଉଳ, ପେନସିଲ, ସୂତା ସହ ୩ଟି ମୋବାଇଲ ଫୋନ ଏବଂ ଗୋଟିଏ କାରକୁ ଜବତ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)