• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦଣ୍ଡଯାତ୍ରା ମଂଚରେ ଅଶ୍ଳୀଳ ନୃତ୍ୟକୁ ନେଇ ତୁମୁଳ କାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଗଞ୍ଜାମ ଭଞ୍ଜନଗରର ମହୁଲିଆ ଗାଁରେ ଗତକାଲି  ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ଏହି ସଂଘର୍ଷ ହୋଇଛି।

ରେକଡ ଡାନ୍ସରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । କିଛି ଯୁବକ କଳାକାର ମାନଙ୍କୁ ଅଶ୍ଳିଳ ଭାଷାରେ କମେଣ୍ଟ କରିଥିଲେ। ଏହା ଉପରେ ଆପତ୍ତି ଉଠାଇଥିଲେ ଆୟୋଜକ । ପରେ ସେହି ଯୁବକ ଏବଂ ଆୟୋଜକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଦେଖୁ ଦେଖୁ ତାହା ଉଗ୍ର ରୂପ ନେଇଥିଲା ।

ହଠାତ୍ କିଛି ଯୁବକ ହାତରେ ଠେଙ୍ଗା ବାଡ଼ି ଧରି ଆୟୋଜକ ଓ କଳାକାର ଟିମ ଉପରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଦର୍ଶକ ବି ବାଦ୍ ପଡିନଥିଲେ ସେମାନଙ୍କ ଆକ୍ରମଣରୁ । ସଂଘର୍ଷରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ବେଲଗୁଣ୍ଠା ପୋଲିସ୍ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ ଦଣ୍ଡନାଚକୁ ବନ୍ଦ କରିଥିଲା । ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।