Advertisment

UP Murder in Wedding: ଭୋଜି ପାଇଁ ଗଡ଼ିଲା ମୁଣ୍ଡ; ବର ପକ୍ଷର ଜଣଙ୍କୁ ଗୁଳି ମାରିଦେଲେ କନ୍ୟାଙ୍କ ଦାଦା

ଭୋଜିରେ ଖରାପ ଖାଦ୍ୟ ଦିଆଯାଇଥିବା କହିବା ପରେ ବରପକ୍ଷର ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି କନ୍ୟାଙ୍କ ଦାଦା । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।

ଅଦ୍ୟତନ ହୋଇଛି
murder

murder

Advertisment

ଆଜିକାଲି ବାହାଘର ବେଶ୍ ଜାକଜମକରେ ହେଉଛି। ବର ହେଉ ଅବା କନ୍ୟା ପକ୍ଷ ସମସ୍ତେ ବିପୁଳ ଅର୍ଥ ବି ଖର୍ଚ୍ଚ କରୁଛନ୍ତି। ରୋଷଣୀ, ବରଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭୋଜି ବି ହେଉଛି। କାରଣ ସମସ୍ତେ ଏହି ଦିନଟିକୁ ସ୍ମରଣୀୟ କରି ରଖିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ନିଜ ସଂଚିତ ଜମାପୁଞ୍ଜି ଏଥିରେ ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଖୁସିର ମାହୋଲ୍‌ରେ ଭୋଜି ଭାତ ପାଇଁ ଘଟିଛି ଏକ ହତ୍ୟାକାଣ୍ଡ। ଭୋଜିରେ ଖରାପ ଖାଦ୍ୟ ଦିଆଯାଇଥିବା କହିବା ପରେ ବରପକ୍ଷର ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି କନ୍ୟାଙ୍କ ଦାଦା  । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।

Advertisment

ଉତ୍ତର ପ୍ରଦେଶ କାସଗଞ୍ଜ ଜିଲ୍ଲା ସାହାୱାର ଅଞ୍ଚଳର ରୋଶନ ନଗର ଗାଁରେ ଏହି ଅଘଟଣ ଘଟିଛି। ଶନିବାର ଏହି ଅଂଚଳରେ ଏକ ବିବାହ ଉତ୍ସବ ଚାଲିଥିଲା। ହାଥରସର ସିକନ୍ଦରାଓରୁ ବରଯାତ୍ରୀ ଆସୁଥିଲେ। ସମସ୍ତେ ବରଯାତ୍ରୀଙ୍କୁ ଅପେକ୍ଷା କରିଥିଲେ। ବର ଆସିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ବରଯାତ୍ରୀଙ୍କୁ ସତ୍କାର କରିବା ପାଇଁ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା। ହେଲେ ଏତିକିବେଳେ ବରପକ୍ଷର ଅରୁଣ କୁମାର ଖରାପ ଖାଦ୍ୟ ଦିଆଯାଇଥିବା କହିଥିଲେ। ଖାଇବା କଞ୍ଚା ଅଛି ଓ ଏହା ଅତି ନିକୃଷ୍ଟ ଖାଦ୍ୟ ବୋଲି କହିବା ସହ ବଡ଼ ପାଟି କରିଥିଲେ।

ଏହାପରେ କନ୍ୟାଙ୍କ ଦାଦାବିଜୟ କୁମାରଙ୍କ ସହ କଥା ହୋଇଥିଲେ। ହେଲେ ବିଜୟଙ୍କ ସହିତ ଅରୁଣଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। କଥା କଟାକଟି ବି ହେଲା। ରାଗରେ କନ୍ୟାଙ୍କ ଦାଦା 315-ବୋର୍ ବନ୍ଧୁକ ବାହାର କରି ସମସ୍ତଙ୍କ ଆଗରେ ତାଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଅରୁଣଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡିଏସପି (ସାହାୱାର) ଶାହିଦା ନସରିନଙ୍କ ସୂଚନା ଅନୁଯାୟୀ, ବଧୂଙ୍କ ଦାଦାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ତାଙ୍କୁ ଗିରଫ କରାଯାଇଛି।"

Advertisment

ଅଧିକ ପଢ଼ନ୍ତୁ: ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

Murder Marriage Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ