Advertisment

Gopalpur Horror: ଗୋପାଳପୁର ଲଜ୍ଜା:ସାମ୍ନାକୁ ଆସିଲା ୧୭ ବର୍ଷ ତଳର ସମାନ ଘଟଣା, ବାନ୍ଧବୀ ସାମ୍ନାରେ ପୁରୁଷ ବନ୍ଧୁଙ୍କୁ କରିଥିଲେ ହତ୍ୟା

ସେହି ଗୋପାଳପୁର...ସେହି ବେଳାଭୂମି...ସେହି ନିର୍ଜନ ଇଲାକା...। ଗତ ୧୫ ତାରିଖ ସଞ୍ଜରେ ଯେଉଁ ସୈତାନୀ କାଣ୍ଡ ଘଟିଲା, ଠିକ୍ ସେହି ସ୍ଥାନରେ ୧୭ ବର୍ଷ ତଳେ ସଂଘଟିତ ହୋଇଥିଲା ଲୋମଟାଙ୍କୁରା ଅପରାଧ ।

ଅଦ୍ୟତନ ହୋଇଛି
TI ପରେଡରେ ଚିହ୍ନିଲେ ପୀଡ଼ିତା

TI ପରେଡରେ ଚିହ୍ନିଲେ ପୀଡ଼ିତା

Advertisment

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ହେଲା TI ପରେଡ୍ । ଉଭୟ ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁ, ୬ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲରେ ଚିହ୍ନଟ କରିଛନ୍ତି । ଏସବୁ ଭିତରେ ସାମ୍ନାକୁ ଆସିଛି ୧୭ ବର୍ଷ ତଳର ଠିକ୍ ଏଭଳି ଏକ ଘଟଣା । ୨୦୦୮ରେ ପୁରୁଷ ବନ୍ଧୁ ଆଗରେ ବାନ୍ଧବୀଙ୍କୁ ଝୁଣି ଠିକ୍ ସେହି ବେଳାଭୂମିରେ ଅସଦାଚରଣ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଆଉ ପ୍ରତିବାଦ କରିବାରୁ ପୁରୁଷ ବନ୍ଧୁଙ୍କୁ ହତ୍ୟା କରି ଖସିଯାଇଥିଲେ । ଦୁଃଖର କଥା ହେଉଛି, ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ବନିଗଲେ ନିର୍ଦ୍ଦୋଷ । ସେଦିନର ସେହି ବର୍ବରକାଣ୍ଡକୁ ଆଜି ମନେ ପକାଇ ଲୁହ ଝରାଉଛନ୍ତି ପୁଅକୁ ହରାଇଥିବା ବାପା, ମା’ ।

Advertisment

ଅଧିକ ପଢ଼ନ୍ତୁ: ୟୁ-ଟ୍ୟୁବ ଦେଖି ନକଲି ଡାକ୍ତର କରୁଥିଲେ ଚିକିତ୍ସା, କେ।ଟିରେ କରୁଥିଲେ ଆୟ

ସେହି ଗୋପାଳପୁର...ସେହି ବେଳାଭୂମି...ସେହି ନିର୍ଜନ ଇଲାକା...। ଗତ ୧୫ ତାରିଖ ସଞ୍ଜରେ ଯେଉଁ ସୈତାନୀ କାଣ୍ଡ ଘଟିଲା, ଠିକ୍ ସେହି ସ୍ଥାନରେ ୧୭ ବର୍ଷ ତଳେ ସଂଘଟିତ ହୋଇଥିଲା ଲୋମଟାଙ୍କୁରା ଅପରାଧ । ହେଲେ ଯୁବତୀଙ୍କ ଇଜ୍ଜତ ବଞ୍ଚିଯାଇଥିଲା ଦରିନ୍ଦାଙ୍କ କବଳରୁ, କିନ୍ତୁ ପୁରୁଷ ବନ୍ଧୁକୁ ହରାଇବାକୁ ପଡ଼ିଥିଲା ଜୀବନ । ୪ ଦିନ ତଳେ ସଂଘଠିତ ଗୋପାଳପୁର ଘଟଣାକୁ ନେଇ ଆଜି ଯେତେବେଳେ ରାଜ୍ୟବ୍ୟାପୀ ହଲଚଲ୍ ହେଉଛି, ସେହି ସମୟରେ ନିଜ ପୁଅ ସହ ଘଟିଯାଇଥିବା ବର୍ବରତାକୁ ମନେ ପକାଉଛନ୍ତି ବୟସ୍କ ବାପା, ମା’ । ୧୭ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ରହି ଗଡ଼ାଉଛନ୍ତି ଲୁହ ।

Advertisment

୨୦୦୮, ନଭେମ୍ବର ୨୧ । ସଂଧ୍ୟା ସମୟ । ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳର ଆଶିଷ ତ୍ରିପାଠୀ ନିଜ ବାନ୍ଧବୀଙ୍କ ସହ ବୁଲୁଥିଲେ ଗୋପାଳପୁର ବେଳାଭୂମିରେ । ଠିକ୍ ଏହି ସମୟରେ କିଛି ଦୁର୍ବୃତ୍ତ ପହଞ୍ଚି ଅସଦାଚରଣ ଉଦ୍ୟମ କରିଥିଲେ । ଯାହାକୁ ଦୃଢ଼ତାର ସହ ପ୍ରତିବାଦ କରିଥିଲେ ଆଶିଷ । ପରିଣାମସ୍ବରୂପ ପାଖରେ ଥିବା ଏକ ଡଙ୍ଗା ଆହୁଲାରେ ଆଶିଷଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲେ ।

ବାପା ନାରାୟଣ ତ୍ରିପାଠୀ ଥିଲେ ପୋଲିସ୍ ହାବିଲଦାର । ୨୦୦୮ରେ ଆଶା କରିଥିଲେ ନିଶ୍ଚିତ ପୁଅ ହତ୍ୟାର ନ୍ୟାୟ ମିଳିବ । ଦୁର୍ବୃତ୍ତମାନେ ନିଶ୍ଚିତ କଠୋର ଦଣ୍ଡ ପାଇବେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉ, ଅଭିଯୁକ୍ତଙ୍କୁ ଧରିବାକୁ ସେତେବେଳେ ଲାଗିଯାଇଥିଲା ୪ ମାସ । ଆଶିଷ ଓ ତାଙ୍କ ବାନ୍ଧବୀଙ୍କ ମୋବାଇଲ୍ ନେଇଯାଇଥିବାରୁ ଟ୍ରାକ୍ କରିବାକୁ ୪ ମାସ ବିତିଯାଇଥିଲା । ୭ ଅଭିଯୁକ୍ତ ଗିରଫ ବି ହୋଇଥିଲେ । ହେଲେ ଦୁର୍ଭାଗ୍ୟଜନକ ଘଟଣା, ସାକ୍ଷ୍ୟ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଆଉ ୧୭ ବର୍ଷ ପରେ ଅର୍ଥାତ ଗତ ୧୫ ତାରିଖରେ ପୁରୁଷ ବନ୍ଧୁ ଆଗରେ ବାନ୍ଧବୀକୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ କ୍ଷୁବ୍ଧ ହୋଇଛନ୍ତି ଆଶିଷଙ୍କ ବାପା ।

Advertisment

୧୭ ବର୍ଷର ବ୍ୟବଧାନ ଭିତରେ ଗୋପାଳପୁର ବେଳାଭୂମିରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା। କିନ୍ତୁ ୨୦୦୮ ମାମଲାରେ ନ୍ୟାୟ ନାହିଁ, ଆଉ ଏବର ଗଣଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ଭିତରେ କ୍ରାଇମବ୍ରାଞ୍ଚ ୧୦ ଜଣଙ୍କୁ ଧରି ତନାଘନା ଚଳାଇଛି। ଅପରାହ୍ନରେ ବ୍ରହ୍ମପୁର ସେଣ୍ଟ୍ରାଲ୍ ଜେଲରେ ହୋଇଥିବା ଟିଆଇ ପରେଡରେ ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁ। ତେଣୁ ଅଧିକ ତଥ୍ୟ ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ଏବେ ରିମାଣ୍ଡରେ ନେଇପାରେ। ଏଠି ପ୍ରଶ୍ନ, ୧୭ ବର୍ଷ ତଳର ମାମଲାରେ କାହିଁକି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିଲାନି ? ଯୁବତୀଙ୍କୁ ଅସଦାଚରଣ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ନିର୍ମମ ହତ୍ୟା ପରେ ବି ଅଭିଯୁକ୍ତ କେମିତି ଖସିଗଲେ ନିର୍ଦ୍ଦୋଷରେ ? ତେବେ ଏ ସଂପର୍କରେ ତତ୍କାଳୀନ ତଦନ୍ତକାରୀ ଅଧିକାରୀ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: କିଏ ଏହି ସଞ୍ଜୟ ? ରାଜାକୁ ହତ୍ୟା ପୂର୍ବରୁ ୨୦୦ କଲ୍‌ କରିଥିଲା ସୋନମ୍

Odisha Gang Rape Gopalpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ