/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750763448.jpg)
Gopalpur gang rape case
ଗୋପାଳପୁର ଗଣଦୁଷ୍କର୍ମ ମାମଲା । ୬ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ବ୍ରହ୍ମପୁର SDJM ଅନୁମତି ଦେଇଛନ୍ତି। ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ । ୧୫ ଦିନରେ ତଦନ୍ତ ସାରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଲକ୍ଷ୍ୟ ରଖିଛି କ୍ରାଇମବ୍ରାଞ୍ଚ । ଗୋପାଳପୁର ବେଳାଭୂମିରେ କଣ କଣ ସବୁ ଘଟିଥିଲା ? କେଉଁ ପରିସ୍ଥିତି ଏଭଳି ଅଭାବନୀୟ ଘଟଣା ଘଟିଲା ? ଅଭିଯୁକ୍ତମାନଙ୍କ ବିରୋଧରେ ଠୋସ୍ ପ୍ରମାଣ ଯୋଗାଡ ପାଇଁ କ୍ରାଇମବ୍ରାଞ୍ଚ କରିବ କସରତ । ଏହି ମାମଲାରେ ୪ ନାବାଳକଙ୍କ ସମେତ ୧୦ ଜଣଙ୍କୁ ଧରିଥିଲା ପୋଲିସ ।
ସେମାନଙ୍କ ମଧ୍ୟରେ ୬ ଜଣଙ୍କୁ ଗତ କିଛି ଦିନ ପୂର୍ବେ ଜେଲ ଭିତରେ ପାଡିତା ଟିଆଇ ପରେଡରେ ଚିହ୍ନଟ କରିଥିଲେ । ମାମଲାର ତ୍ବରିତ ଫଇସଲା ପାଇଁ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। କେବଳ ସେତିକି ନୁହେଁ, ମାମଲା ପରିଚାଳନା ପାଇଁ ସ୍ୱତନ୍ତ୍ର ତଥା ଜଣେ ଅଭିଜ୍ଞ ସରକାରୀ ଓକିଲଙ୍କୁ ନିୟୋଜିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ। ସୂଚନାଯୋଗ୍ୟ, ରଜରେ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।
ଏହି ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ୍ । ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନଙ୍କ ମଧ୍ୟରେ ଅଛନ୍ତି ୪ ନାବାଳକ । ୩ ଜଣ ଗଣଦୁଷ୍କର୍ମ କରିଥିବାବେଳେ ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ ନାଁରେ ପୂର୍ବରୁ ମଧ୍ୟ ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ। ୪ ନାବାଳକଙ୍କୁ ୧୭ ବର୍ଷ ହୋଇଥିବାରୁ ସେମାନଙ୍କୁ ସାବାଳକ ଭାବେ ବିଚାର କରି କଠୋର ଦଣ୍ଡ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯିବ ବୋଲି କହିଥିଲେ ବ୍ରହ୍ମପୁର ଏସପି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)