Advertisment

ଏଣିକି ଗୁଗଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ, ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ ପୋଲିସ

ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ । ଆପ୍ଲିକେସନ ଜରିଆରେ କ୍ରାଇମ ପ୍ଲଟକୁ ଠାବ କରିବ ପୋଲିସ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Google Mapping

Google Mapping

ଏଣିକି ଅପରାଧୀଙ୍କ ଉପରେ ରହିବ ପୋଲିସର କଡ଼ା ନଜର। ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର କ୍ରାଇମ ହଟସ୍ପଟ ଚିହ୍ନଟ କରିବ ପୋଲିସ । ଗୁଗଲ ମ୍ୟାପିଂ ସାହାଯ୍ୟରେ କେଉଁଠି ଓ କେଉଁ ପ୍ରକାରର ଅପରାଧ ହେଉଛି ତାହାର ନିରୀକ୍ଷଣ କରି କ୍ରାଇମ ହଟ୍‌ସ୍ପଟ୍‌ ଚିହ୍ନଟ କରାଯିବ। ଗୁଗଲ ଆପ୍ଲିକେଶନର ସହାୟତା ନେଇ କ୍ରାଇମ୍ ମ୍ୟାପିଂ ଟେକନିକ୍ ଆପଣାଇବ ପୋଲିସ୍ । ଗତ କିଛି ବର୍ଷ ଧରି ରାଜ୍ୟରେ ଘଟିଥିବା ଛିନ୍‌ତାଇ, ଚୋରି ଆଦି ଅପରାଧର ସ୍ଥାନ ସବୁ ଗୁଗଲ ମ୍ୟାପରେ ସ୍ଥାନ ପାଇବ । ଯେଉଁ ଅଞ୍ଚଳରେ ଯେତେ ଅଧିକ ଅପରାଧ ଘଟିଛି ସେହି ସ୍ଥାନକୁ କ୍ରାଇମ ହଟସ୍ପଟ ଭାବେ ଚିହ୍ନଟ କରାଯିବ। ଏହାକୁ ଆଧାର କରି ପୋଲିସ ଆଗାମୀ ପଦକ୍ଷେପ ନେବ।

Advertisment

ପ୍ରଥମ ପର୍ଯ୍ୟାୟରେ କେବଳ ସ୍ନାଚିଂ ବା ସୁନା ଚେନ୍, ଅଳଙ୍କାର ଲୁଟ୍ ଘଟଣା ଗୁଡ଼ିକର ଅନୁଧ୍ୟାନ କରାଯିବ । କେମିତି ଅପରାଧୀମାନେ ଅପରାଧ ଘଟାଉଛନ୍ତି ଏବଂ ସେମାନେ କେଉଁ ଶୈଳୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି, ଅପରାଧୀଙ୍କ ଗତିବିଧିର ବିଶ୍ଳେଷଣ କରାଯିବ। ବିଗତ ଦିନ ମାନଙ୍କରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅପରାଧ ଓ ଅପରାଧୀଙ୍କୁ ଗୁଗଲ ମ୍ୟାପିଂ ଜରିଆରେ ନଜର ରଖାଯାଇପାରିବ । କମିଶନରେଟ ପୋଲିସ ସଫଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଥିବା ଏସ୍‌ପି ଅଫିସରୁ ମନିଟର କରାଯିବ । ରାଜ୍ୟର ସବୁ ଥାନା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗୁଗୁଲ ମ୍ୟାପିଂ ଜରିଆରେ ଅପରାଧର ଶୈଳୀ ଅନୁଧ୍ୟାନ କରିବ ପୋଲିସ।

ଚଳିତବର୍ଷ ସାଇବର ଅପରାଧୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ଯାଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ୍ ଫେକ୍‌ ଭିଡିଓ ଘଟଣାରେ ତଦନ୍ତ ପାଇଁ ମଧ୍ୟ ଆଇଟି ଏକ୍ସପର୍ଟଙ୍କ ସହ କମିଶନରେଟ ପୋଲିସ ଯୋଗାଯୋଗ କରିବ ।

Advertisment

Commissionerate Police Odisha News Google Map
Advertisment
Advertisment