/odishatv-khabar/media/post_attachments/uploadimage/library/16_9/16_9_0/s_1668157547.jpg)
Girls Deadbody Found From Hostel Room In Bhubaneswar
ଝୁଲନ୍ତା ଅବସ୍ଥାରେ ହଷ୍ଟେଲ୍ ରୁମ୍ରୁ ମିଳିଲା ଯୁବତୀଙ୍କ ମୃତଦେହ। ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ହଷ୍ଟେଲ୍ ରୁମ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।ବେକରେ ଗାମୁଛା ଲଗାଇ ଯୁବତୀ ଜଣକ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବତୀ ହେଲେ- ପୁରୀ ଜିଲ୍ଲା ତିରିପଦା ଗଡ଼ର ଦୀପ୍ତି ପାଣି। ମୃତ୍ୟୁର କାରଣ ଜଣାପଡ଼ିନି।
ସୂଚନା ଅନୁସାରେ, ଦୀପ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ହଷ୍ଟେଲ୍ ରୁମ୍ରୁ ଉଦ୍ଧାର କରାଯାଇଛି। ଖଣ୍ଡଗିରି ବାରଭୁଜା ସ୍ଥିତ ଏକ ଘରୋଇ କମ୍ପାନୀରେ ସେ ଚାକିରି କରୁଥିଲେ। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଜଣାପଡ଼ନି।
ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ଏଥିରେ ଲେଖା ହୋଇଛି, ‘ମାମା, ବାବା ମୋତେ କ୍ଷମା କରିଦେବ। ବହୁତ କଷ୍ଟ ହେଉଛି। ସହିପାରିଲିନି। ଆଉ ଏଇ ମେଡିସିନ୍ ଖାଇ ଖାଇ ବିରକ୍ତି ଲାଗୁଛି। ଆଉ ପାରୁନି।’ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଏହାସହ ପୋଲିସ୍ ଘଟଣାର ଛାନ୍ଭିନ୍ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)