Advertisment

Girl Found after 48 Hour: ଧନୁଯାତ୍ରାରୁ ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର

ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ୪୮ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି। କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା।

ଅଦ୍ୟତନ ହୋଇଛି
missing girl

missing girl

Advertisment

ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ୪୮ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର। କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା। ଉଦ୍ଧାର ଯୁବତୀ ବର୍ତ୍ତମାନ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଯୁବତୀଙ୍କ ବୟାନ ରେକର୍ଡ ପାଇଁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ହସ୍ପିଟାଲରେ ପହଞ୍ଚିଛନ୍ତି।

Advertisment

ଅଧିକ ପଢନ୍ତୁ: ହଂସିତାଙ୍କ ଆଉ ଜଣେ ସ୍ବାମୀଙ୍କ ସନ୍ଧାନ ମିଳିଲା, ଫିଟୁଛି କଳା ସାମ୍ରାଜ୍ୟର ଗୁମର

ଏହି ଘଟଣାରେ ଜଣଙ୍କୁ ଅଟକ ରଖି ବରଗଡ଼ ପୋଲିସର ପଚରାଉଚରା ଜାରି ରଖିଛି । ୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିଲେ ଯୁବତୀ। ଯୁବତୀଙ୍କୁ ଚାରିଆଡେ ଖୋଜା ଖୋଜି କରାଯାଇଥିବର ବେଳେ କୁର୍ଲା ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରାଯାଇଛି। ୧୨ ତାରିଖ ରାତିରେ ଜଣେ ଯୁବକ ଯୁବତୀଙ୍କ ଫୋନରୁ ତାଙ୍କ ଘରକୁ କଲ କରିଥିଲେ। ଯୁବତୀ ଜଣଙ୍କ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାରକୁ କହିଥିଲେ। ତେଣୁ କଲ୍ କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଗୁରୁତର ଯୁବତୀଙ୍କ ଭଉଣୀଙ୍କ ଦାବି କରିଛନ୍ତି

Advertisment

ହସ୍ପିଟାଲରେ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଯୁବତୀଙ୍କ ସହିତ ଦୁଷ୍କର୍ମ ହୋଇ ନଥିବା ଜଣାପଡିଛି। ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଯୁବତୀଙ୍କୁ କୌଣସି ଯୌନ ନିର୍ଯାତନା ଦିଆଯାଇନଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି। ଏନେଇ ପୋଲିସ କିମ୍ବା ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଯୁବତୀ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଯୁବତୀଙ୍କ ବୟାନ ରେକର୍ଡ ପାଇଁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ହସ୍ପିଟାଲରେ ପହଞ୍ଚିଛନ୍ତି। ସେହିପରି ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

ଅଧିକ ପଢନ୍ତୁ: ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ମନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ