/odishatv-khabar/media/post_attachments/uploadimage/library/16_9/16_9_0/Crime_1704877349.jpg)
Crime
ଖୋର୍ଦ୍ଧା ବରୁଣେଇରେ ପ୍ରେମିକାକୁ ଛୁରା ମାଡ଼ । ଥରେ କି ଦୁଇଥର ନୁହେଁ ବରଂ ୧୦ରୁ ଅଧିକ ଥର ହୋଇଛି ଛୁରା ମାଡ଼ । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ବରୁଣେଇ ଶିଳ୍ପାଞ୍ଚଳରେ ଘଟିଛି ଏହି ଘଟଣା । ଏକ ମୋଟର କମ୍ପାନୀରେ କାର୍ଯ୍ୟ କରୁଥିବା ଯାଜପୁର ଅଞ୍ଚଳର ଯୁବତୀଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ଘଟଣାର ଅଭିଯୁକ୍ତ ଯୁବକ ଜଟଣୀ ବାଛେରା ଅଞ୍ଚଳର ଏସ.କେ.କୁତୁବୁଦ୍ଦିନ ବୋଲି କୁହାଯାଉଛି । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ତେଜିବାରୁ ପୂର୍ବ ଯୋଜନା ମୁତାବକ ନିବେଦିତାଙ୍କୁ ଏକ ଛୁରୀରେ ୧୦ରୁ ଅଧିକ ଥର ଭୁଷିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଓ ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରିତ କରାଯାଇଛି ।
ଏସମ୍ପର୍କରେ ନିବେଦିତାଙ୍କ ଭାଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୁକ୍ତ ବିରୋଧରେ ଏତଲା ଦାଏର କରିଛନ୍ତି । ତେବେ ଏନେଇ ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)