Advertisment

ଦେହ ବେପାର ପାଇଁ କରୁଥିଲେ ବାଧ୍ୟ, ମାଆକୁ ବଞ୍ଚାଇବାକୁ ଝିଅ କଲା ଏମିତି କାଣ୍ଡ...

ଅପହରଣର ଶିକାର ହୋଇଥିବା ୪ ବର୍ଷର ଶିଶୁର ପିତା ନାବାଳିକାଙ୍କ ପରିବାର ଲୋକଙ୍କୁ ଏକ ବସ୍ତ୍ର କାରଖାନାରେ ଚାକିରି ଦେବା ନାଁରେ ଡୋମ୍ବିଭଲି ଆଣିବା ପରେ ତାଙ୍କୁ ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Kidnap

Kidnap

ମାଆ, ମାଉସୀଙ୍କୁ ବଞ୍ଚାଇବା ପାଇଁ କଲେ ୪ ବର୍ଷର ଶିଶୁର ଅପହରଣ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଡୋମ୍ବିଭଲି ଅଞ୍ଚଳରେ । ଏହି ଅଞ୍ଚଳରରେ ଜଣେ ୪ ବର୍ଷର ଶିଶୁ ଅପହରଣ ମାମଲାରେ ଯାଞ୍ଚ କରି ମନପଦା ପୋଲିସ୍‌ ଜଣେ ୧୭ ବର୍ଷର ନାବାଳିକୁ ଅଟକ ରଖିଛି। ତେବେ ଏହି ଘଟଣାରେ ପୋଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି କି ବାଂଲାଦେଶର ଏହି ଝିଅଟି ନିଜ ପରିବାରକୁ ସେହି ଶିଶୁର ପିତାଙ୍କଠାରୁ ରକ୍ଷା କରିବା ପାଇଁ ଶିଶୁର ଅପହରଣ କରିଥିଲା । ଅପହରଣର ଶିକାର ହୋଇଥିବା ୪ ବର୍ଷର ଶିଶୁର ପିତା ନାବାଳିକାଙ୍କ ପରିବାର ଲୋକଙ୍କୁ ଏକ ବସ୍ତ୍ର କାରଖାନାରେ ଚାକିରି ଦେବା ନାଁରେ ଡୋମ୍ବିଭଲି ଆଣିବା ପରେ ତାଙ୍କୁ ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ ।

Advertisment

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଡୋମ୍ବିଭଲି (ପୂର୍ବ)ର ଖୋନି ଅଞ୍ଚଳର ସମୀର (ଛଦ୍ମନାମ) ନାମକ ଜଣେ ୨୭ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୪ ବର୍ଷର ଶିଶୁକୁ ଜଣେ ମହିଳା ଅପହରଣ କରିଥିବା ନେଇ ମନପଦା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। । ଏହି ମାମଲାରେ ତଦନ୍ତ କରିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ମହିଳା ଜଣକ ଶିଶୁକୁ ଭିୱାଣ୍ଡି ବସଷ୍ଟାଣ୍ଡ ଆଡ଼କୁ ନେଉଥିଲେ। ଏହି ତଥ୍ୟ ପୋଲିସ୍‌ ପାଇବା ପରେ ମନପଦା ପୋଲିସ୍ ଭିୱାଣ୍ଡି କ୍ରାଇମ୍ ବ୍ରାଞ୍ଚକୁ ସେୟାର କରିଥିଲେ। ଯାହାଫଳରେ ଏହି ଘଟଣାରେ ଭିୱାଣ୍ଡି କ୍ରାଇମ ବ୍ରାଞ୍ଚ ତୁରନ୍ତ ହସ୍ତକ୍ଷେପ କରି ବସ୍ ଡିପୋରୁ ମହିଳାଙ୍କ ସହିତ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ଶିଶୁକୁ ସୁରକ୍ଷତି ଉଦ୍ଧାର କରିବା ପରେ ଯେତେବେଳେ ଭୱାଣ୍ଡି କ୍ରାଇମ୍ ବ୍ରାଞ୍ଚ୍‌ ଏହି ଘଟଣା ବିଷୟରେ ତଦନ୍ତ କରିଥିଲା, ସେତେବେଳେ ସେ ଜଣେ ନାବାଳିକା ବୋଲି ଜାଣିବାକୁ ପାଇଥିଲେ ଏବଂ ତାଙ୍କ କାହାଣୀ ମଧ୍ୟ ଶୁଣିଥିଲେ। ଶିଶୁର ପିତାଙ୍କ କବଳରୁ ନାବାଳିକା ଜଣକ ତାଙ୍କ ମା’ ଓ ମାଉସୀଙ୍କୁ ବଞ୍ଚାଇବା ପାଇଁ ଶିଶୁଟିକୁ ଅପହରଣ କରିନେଇଥିବା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଆଗରେ କହିଥିଲା ନାବାଳିକା ଜଣକ ।

Advertisment

ଏହାପରେ ଭୱାଣ୍ଡି କ୍ରାଇମ ବ୍ରାଞ୍ଚ ଅଧିକ ଅନୁସନ୍ଧାନ ପାଇଁ ନାବାଳିକାକୁ ମନପଦା ପୋଲିସକୁ ହସ୍ତାନ୍ତର କରିଥିଲା । ତେବେ ନାବାଳିକାର ଅଭିଯୋଗ ଅନୁସାରେ ମାନବ ଚାଲାଣ ଏବଂ ପୋକସୋ ଆକ୍ଟରେ ଅଭିଯୁକ୍ତ ସମୀରଙ୍କୁ ଗିରଫ କରିଛି ମନପଦା ପୋଲିସ୍‌ ।

Mumbai Kidnapping Case Prostitution
Advertisment
Advertisment