• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋବାଇଲ୍‌ ପାଇଁ ମରିବାକୁ ରାଜି ! ଆଜିକାଲିର ଯୁବପିଢ଼ି ମୋବାଇଲ୍‌, ସୋସିଆଲ ମିଡିଆରେ ଜାଲରେ ଏପରି ଛନ୍ଦି ହୋଇଯାଇଛନ୍ତି, ଯେଉଁଠୁ ମୁକୁଳିବାର ବାଟ ନାହିଁ । ଅନେକ ସମୟରେ ଏହି ମୋବାଇଲ ପାଇଁ ଜୀବନ ଦେବା ତଥା ଜୀବନ ନେବା ପରି ଘଟଣା ଦେଖିବାକୁ ମିଳୁଛି । ଏବେ ଛତିଶଗଡର ମିନି ନାଏଗ୍ରା କୁହାଯାଉଥିବା ଚିତ୍ରକୋଟ ଜଳପ୍ରପାତରେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଜଣେ ଯୁବତୀ କେବଳ ମୋବାଇଲ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ ଠିକ୍‌ ସମୟରେ ତାଙ୍କୁ ଉଦ୍ଧାର କରାଯାଇଛି ।

ଅତିରିକ୍ତ ପୋଲିସ ଅଧୀକ୍ଷକ ଅନୁସାରେ,୨୧ ବର୍ଷିୟ ଯୁବତୀ ସରସ୍ୱତୀ ମୌର୍ଯ୍ୟ ଅଧିକାଂଶ ସମୟ ମୋବାଇଲରେ ବିତାଉଥିଲେ। ଘରେ ଥିଲେ ମଧ୍ୟ ଘର ଲୋକଙ୍କ ସହ ସମୟ ବିତାଉନଥିଲେ । ଏପରିକି କାହା ସହିତ କଥାବାର୍ତ୍ତା କରୁନଥିଲେ । ଏଥିପାଇଁ ସରସ୍ୱତୀଙ୍କୁ ଗାଳି କରୁଥିଲେ ଘର ଲୋକ । ହେଲେ ସେ କାହା କଥା ଶୁଣୁନଥିଲେ ।

ଅଧିକ ପଢ଼ନ୍ତୁ: କପି କରି ଧରା ପଡ଼ିଲେ ବିଟେକ୍‌ ଛାତ୍ର; କଲେଜର ୮ ମହଲାରୁ ଡେଇଁ ଜୀବନ ହାରିଲେ

ମଙ୍ଗଳବାର ଦିନ ଦିନ ପ୍ରାୟ ୧ଟାରେ ମୋବାଇଲ୍ ଦେଖୁଥିବାରୁ ସରସ୍ୱତୀ ମୌର୍ଯ୍ୟଙ୍କୁ ଘର ଲୋକ ଗାଳି ଦେଇଥିଲେ । ଗାଳି ଖାଇବା ପରେ ହିତାହିତ ଜ୍ଞାନ ହରାଇ ସରସ୍ୱତୀ ଆତ୍ମହତ୍ୟା କରିବା ପାଇଁ ଚିତ୍ରକୋଟ ଜଳପ୍ରପାତରେ ପହଞ୍ଚି ଯାଇଥିଲେ।

ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ସମୟରେ ସେଠାରେ ଉପସ୍ଥିତ ପର୍ଯ୍ୟଟକ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ । ହେଲେ ସରସ୍ୱତୀ କାହା କଥା ନ ଶୁଣି ହଠାତ୍‌ ଜଳପ୍ରପାତରୁ ତଳକୁ ଡେଇଁ ପଡ଼ିଥିଲେ । ହେଲେ ପାଣିରେ ପଡ଼ିବା ପରେ ସେ ନିଜ ଭୁଲ୍‌ ବୁଝି ପାରିଥିଲେ । ଏହାପରେ ପହଁରି ପହଁରି କୂଳକୁ ଆସିବାକୁ ଚେଷ୍ଟା କରିଥିଲେ ।

ଏହାରି ଭିତରେ ଜଳପ୍ରପାତ ନିକଟରେ ଥିବା ଲାଇଫ୍‌ଗାର୍ଡମାନେ ବୋଟ ସାହାଯ୍ୟରେ ସରସ୍ୱତୀଙ୍କୁ କୂଳକୁ ଆଣିଥିଲେ । ଏବେ ସେ ସୁସ୍ଥ ଥିବା ବେଳେ ନିଜ ଘରକୁ ଫେରିଥିବା ଜଣାଯାଇଛି ।