/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754194885.jpg)
double murder
ଗତ କିଛି ଦିନ ତଳେ ବିହାରର ପାଟନାରେ ଦୁଇ ଭାଇ ଭଉଣୀଙ୍କ ହତ୍ୟାର ପର୍ଦ୍ଦାଫାଶ ହୋଇଛି। ପାଟନାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନେ ୧୪ ବର୍ଷୀୟ ଝିଅ ଅଞ୍ଚଳି ଓ ତାଙ୍କ ୧୨ ବର୍ଷୀୟ ଭାଇ ଅଂଶଙ୍କୁ ହତ୍ୟା କରି ସେମାନଙ୍କ ଶରୀରକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ପୋଲିସ କହିଛି, ଝିଅଟି ତାଙ୍କ ସହ ସମ୍ପର୍କ ଜାରି ରଖିବାକୁ ମନା କରିବା ପରେ ଏହି କାଣ୍ଡ ଭିଆଇଥିଲେ ଅଭିଯୁକ୍ତ।
ଅଭିଯୁକ୍ତ ଶୁଭମ ଓରଫ ସନି କୁମାର ଓ ରୌଶନ କୁମାର ଜୁଲାଇ ୩୧ ତାରିଖରେ ନାଗୱାନ ଗାଁରେ ସ୍କୁଲରୁ ଫେରିବା ପରେ ନାବାଳିକା ଝିଅ ଓ ତାଙ୍କ ଭାଇଙ୍କୁ ହତ୍ୟା କରିଥିଲେ। ପୋଲିସର ସୂଚନା ଅନୁଯାୟୀ, ଝିଅଟିକୁ ଗଳା ଚିପି ହତ୍ୟା କରାଯାଇଥିବା ବେଳେ ତାଙ୍କ ଭାଇକୁ ଇଟାରେ ଆଘାତ କରାଯାଇଥିଲା ଏବଂ ପରେ ଉଭୟଙ୍କ ଶରୀରକୁ ନିଆଁ ଲଗାଇ ଦିଆଯାଇଥିଲା।
ଏହି ଘଟଣା ପୀଡ଼ିତାଙ୍କ ବାପା ଓ ମା’ ଘରେ ନଥିବା ବେଳେ ଘଟିଥିଲା। ପଡ଼ୋଶୀଙ୍କଠାରୁ ଘରୁ ଧୂଆଁ ବାହାରୁଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କ ପୋଡା ଶରୀର ଦେଖିଥିଲେ ମା’। ଏହା ପରେ ପୋଲିସକୁ ଖବର ଦିଆ ଯାଇଥିଲା।
ପାଟନାର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କାର୍ତ୍ତିକେୟ କେ ଶର୍ମା ଶନିବାର ଦିନ କହିଛନ୍ତି ଯେ ଅଭିଯୁକ୍ତମାନେ ଗୋଟିଏ ସପ୍ତାହ ପୂର୍ବରୁ ହତ୍ୟାର ଯୋଜନା କରିଥିଲେ। ଶୁଭମ ହତ୍ୟା କରିଥିବା ବେଳେ ରୌଶନ ପ୍ରମାଣ ନଷ୍ଟ କରିବାରେ ସାହାଯ୍ୟ କରିଥିଲା। ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ଶୁଭମ ପ୍ରଥମେ ଶୋଇଥିବା ଭାଇକୁ ଇଟାରେ ଆକ୍ରମଣ କରିଥିଲା, ତା’ପରେ ଝିଅଟିକୁ ଆକ୍ରମଣ କରି ଗଳା ଚିପି ହତ୍ୟା କରିଥିଲା। ଏହାପରେ ଅଭିଯୁକ୍ତମାନେ ସେମାନଙ୍କ ଶରୀର ଉପରେ କିରୋସିନ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲେ।
ଅଧିକାରୀଙ୍କ କହିବା ଅନୁଯାୟୀ, ଶୁଭମ ଉକ୍ତ ୧୪ ବର୍ଷୀୟା ଝିଅ ସହ ପ୍ରେମ ସମ୍ପର୍କରେ ଥିଲା। କିନ୍ତୁ ଉଭୟଙ୍କ ପରିବାରର ଅସମ୍ମତି ଯୋଗୁଁ ଉଭୟ ପରସ୍ପରଠାରୁ ଦୂରେଇ ଯାଇଥିଲେ। ହେଲେ, ଶୁଭମକୁ ସନ୍ଦେହ ଥିଲା ଯେ ଝିଅଟି ଅନ୍ୟ ଜଣେ ପୁଅ ସହ ସମ୍ପର୍କରେ ଥିଲା। ଝିଅଟି ଓ ଅଭିଯୁକ୍ତ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯିବା ପରେ ତାର ଏହି ସନ୍ଦେହ ଆହୁରି ବଢ଼ିଥିଲା। ଯାହା ପରେ ନିୟନ୍ତ୍ରଣ ହରାଇ ଏସବୁ କାଣ୍ଡ ଭିଆଇଥିଲା ଅଭିଯୁକ୍ତ ଓ ସହଯୋଗୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)