Advertisment

ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଚାଲିଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌, ଧରାପଡ଼ିଲେ ଅଭିନେତ୍ରୀ ଓ ମଡେଲ୍‌

ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଚାଲିଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌। ଆଉ ଏଥିରେ ସମ୍ପୃକ୍ତ ଥିଲେ ଫିଲ୍ମ ଅଭିନେତ୍ରୀ ଓ ମଡେଲ୍‌।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sex Racket Busted In Maharashtra

High Profile Sex Racket Busted In Maharashtra

ପଞ୍ଚ ତାରକା(ଫାଇଭ୍‌ ଷ୍ଟାର୍‌) ହୋଟେଲ୍‌ରେ ଚାଲିଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌। ଆଉ ଏଥିରେ ସମ୍ପୃକ୍ତ ଥିଲେ ଅଭିନେତ୍ରୀ ଓ ମଡେଲ୍‌। ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡ୍‌ ଅଞ୍ଚଳରେ ଏଭଳି ଏକ ବଡ଼ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି ପୋଲିସ୍‌। ଏହି ମାମଲାରେ ପୋଲିସ୍‌ ଭୋଜପୁରୀ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ଗିରଫ କରିଛି। ହୋଟେଲ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ପୋଲିସ୍‌କୁ ଖବର ମିଳିଥିଲା। ଏହାପରେ ପୋଲିସ୍‌ ନକଲି ଗ୍ରାହକଙ୍କୁ ପଠାଇ ଏହାର ପର୍ଦ୍ଦାଫାଶ କରିଥିଲା।

Advertisment

ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ...

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ୍‌ ସୂଚନା ଅନୁସାରେ, ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ଓ ମଡେଲିଂ କରୁଥିବା ଯୁବତୀଙ୍କୁ ଟଙ୍କା ଲୋଭ ଦେଖାଇ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିଲା। ଏହି ମାମଲାରେ ପୋଲିସ୍‌ ପ୍ରବୀର ପ୍ରକାଶ ମଜୁମଦାର(୨୪)ଙ୍କୁ ଗିରଫ କରିଛି। 

ଯୁବତୀଙ୍କୁ ପଚରାଉଚରା ବେଳେ ଜଣେ କହିଥିଲେ, ସେ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ। ଅନ୍ୟ ଜଣେ ଯୁବତୀ କହିଥିଲେ, ସେ ମଡେଲିଂ କରୁଛନ୍ତି। ପୋଲିସ୍‌ ଏହି ମାମଲାରେ ଅଧିକ ଛାନ୍‌ଭିନ୍‌ ଚଳାଇଛି। ଆଉ କେଉଁ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମାଷ୍ଟରମାଇଣ୍ଡ୍‌ କିଏ ? ସେନେଇ ପୋଲିସ୍‌ ତଦନ୍ତ ଚଳାଇଛି। ଏହି ମାମଲା ସହ ଜଡ଼ିତ ଅନେକ ରାଜ୍‌ ସାମ୍ନାକୁ ଆସିପାରେ ବୋଲି ପୋଲିସ୍‌ କହିଛି। 

Advertisment
Sex Racket
Advertisment
Advertisment