Advertisment

ଓଡ଼ିଶାରେ ଆତ୍ମଗୋପନ କରିଛି କି ଗୁଡ୍ଡୁ ମୁସଲିମ୍ ?

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF।

ଅଦ୍ୟତନ ହୋଇଛି
undefined

Guddu Muslim traced down in Odisha’s Bargarh

Advertisment

ଓଡ଼ିଶାରେ ଆତ୍ମଗୋପନ କରିଛି କି ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁୂଡ୍ଡୁ ମୁସଲିମ୍ ? ସହଯୋଗୀଙ୍କ ଜରିଆରେ ଓଡ଼ିଶା ଭିତରେ ଅଣ୍ଡରଗ୍ରାଉଣ୍ଡ ହୋଇ ଘୁରିବୁଲୁଛି କି ଏ ଜିଲ୍ଲାରୁ ସେ ଜିଲ୍ଲା ? ପ୍ରଥମେ ପୁରୀ ଆଉ ଏବେ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ କୁଖ୍ୟାତ ଡନ୍ ଆତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁକୁ ନେଇ ରାଜ୍ୟ ପୋଲିସ କ୍ୟାମ୍ପରେ ହଲଚଲ୍। ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବଛା ବଛା ଅଫିସରଙ୍କୁ ନେଇ ବୈଠକ ହୋଇଛି ବିଚାର ବିମର୍ଷ। ଏଡିଜି ଆଇନଶୃଙ୍ଖଳା, ଏଡିଜି ଓଡ଼ିଶା ସ୍ପେଶାଲ୍ ଆର୍ମଡ ପୋଲିସ, ପୋଲିସ କମିଶନରଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି।

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡିଜିପି ସ୍ପଷ୍ଟ କରିଛନ୍ତି, ୨ ଦିନ ତଳେ ୟୁପି ପୋଲିସର STF ଓଡ଼ିଶା ଆସିଥିଲା। ବରଗଡ ଜିଲ୍ଲାରେ ଗୋଟିଏ ଦିନ ରହି ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା STF। ଓଡ଼ିଶା ପୋଲିସର ସହାୟତାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରି ଫେରିଯାଇଛନ୍ତି STF ଟିମ୍।

ଅଧିକ ପଢ଼ନ୍ତୁ: ଗୁଡ୍ଡୁ ମୁସଲିମ୍ କିଏ ? ମୃତ୍ୟୁର ଠିକ୍‌ ପୂର୍ବରୁ ଯାହାର ନାମ ନେଇଥିଲା ଅତିକ୍

Advertisment

ବରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF। କୁହାଯାଉଛି, ଗୁଡ୍ଡୁ ମୁସଲିମର ଡ୍ରାଇଭର ସହ ରାଜା ଖାନର ରହିଛି ଲିଙ୍କ। ଗୁଡ୍ଡୁକୁ ଧରିବା ପାଇଁ ଜାଲ ବିଛାଇଥିବା STF ଫୋନ୍ ଟ୍ରାକିଂରୁ ରାଜା ଖାନର ଲିଙ୍କ୍ ପାଇଛି।

ମୂଳତଃ ଛତିଶଗଡ଼ ମହାସମୁନ୍ଦ ବାସିନ୍ଦା ରାଜା ନାଁରେ ରହିଛି ବହୁ ଅପରାଧିକ ମାମଲା। ସେ ସୋହେଲାରେ ରହି ଚୋରାଚାଲାଣକାରୀଙ୍କ ପାଇଁ ମିଡ଼ିଲମ୍ୟାନ ଭାବେ କାମ କରୁଥିଲା। ରାଜା ଖାନକୁ ପଚରାଉଚରା କରି ତା’ପାଖରୁ STF ଏକ ବ୍ୟାଗ୍ ନେଇଥିବା ପୋଲିସ ସୂଚନା ଦେଇଛି। ଗୁଡ୍ଡୁ ମୁସଲିମ୍ ସଂପର୍କରେ ଏବଂ ଅତୀକ ଅହମ୍ମଦର ଫେରାର୍ ପତ୍ନୀ ସଇସ୍ତା ସଂପର୍କରେ ବି ତଥ୍ୟ ଆଦାୟ କରିଥିବା ଚର୍ଚ୍ଚା ହେଉଛି। ୟୁପି STFର ସ୍କାନରକୁ ଆସିବା ପରେ ଏବେ ରାଜା କେଉଁଠି ? ସେନେଇ ସ୍ପଷ୍ଟ ହୋଇନଥିବାବେଳେ ରାଜା ରହୁଥିବା ଭଟଲି ଛକ ସ୍ଥିତ ନିଗମାନନ୍ଦ ବିହାର ଘରେ ତାଲା ପଡ଼ିଛି।

Advertisment

ତେବେ କାହା ଛତ୍ରଛାୟାରେ ଓଡ଼ିଶାରେ ଆତ୍ମଗୋପନ କରି ରହୁଛି କି ଗୁଡ୍ଡୁ ମୁସଲିମ୍ ? ଗୁଡ୍ଡୁ ମୁସଲିମକୁ ଖୋଜି ଖୋଜି ଆସି ୟୁପି ପୋଲିସ ଓଡ଼ିଶାରେ ପହଞ୍ଚୁଥିଲେ ବି ଗୁଡ୍ଡୁ ସମ୍ପର୍କରେ କେମିତି ଆଗୁଆ ସୁରାଗ୍ ପାଇପାରୁନି ଓଡ଼ିଶା ପୋଲିସ ? ଓଡ଼ିଶା ମାଟିରେ ୟୁପି ଗୁଣ୍ଡା ଆଶ୍ରୟ ନେଉଥିଲେ ବି ଜାଣିପାରୁନି କି ଗୁଇନ୍ଦା ବିଭାଗ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି।

ସେପଟେ ଅତୀକ ଅହମ୍ମଦର ପତ୍ନୀ ତଥା ଆଇନଜୀବୀ ଉମେଶ ପାଲ୍ ହତ୍ୟା ମାମଲାରେ ସଂପୃକ୍ତ ସଇସ୍ତା ପରୱିନକୁ ଧରିବା ପାଇଁ ୟୁପିରେ ଜାଲ ବିଛାଇଛି ପୋଲିସ। ଡୋର୍ ଟୁ ଡୋର୍ ସର୍ଚ୍ଚ ଅପରେସନ ସହ ଡ୍ରୋନର ସହାୟତା ନେଇଛି। ତା’ମୁଣ୍ଡ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଥିବାବେଳେ କୁହାଯାଉଛି, ସଇସ୍ତା ଓ ଗୁଡ୍ଡୁ ମୁସଲିମ୍ ଯେକୌଣସି ସ୍ଥାନରେ ଆତ୍ମସମର୍ପଣ କରିପାରନ୍ତି।

ଅଧିକ ପଢ଼ନ୍ତୁ: ପୋଲିସ କହୁଛି ଫେରାର; ହେଲେ ବାହାଘର ଆଟେଣ୍ଡ କରୁଛି ଅତିକ ସ୍ତ୍ରୀ

DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ