• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ପତ୍ନୀଙ୍କୁ ଖୋଜୁଛି ୟୁପି ପୋଲିସ । ଅତିକର ପତ୍ନୀ ଶାଇସ୍ତା ପରଭିନ୍‌ଙ୍କୁ ୟୁପି ପୋଲିସ ପକ୍ଷରୁ ଜୋରଦାର ଖୋଜାଚାଲିଛି । ଶାଇସ୍ତା ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଭିଡିଓଟିକୁ ନେଇ ଏବେ ସମସ୍ତ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋରଦାର ହୋଇଛି । ଭିଡିଓରେ ଶାଇସ୍ତାଙ୍କୁ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳୁଛି । ସବୁଠାରୁ ବଡ଼ କଥା ହେଉଛି, ତାଙ୍କ ମୁହଁରେ କୌଣସି ବୁର୍ଖା ନଥିବାବେଳେ ତାଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖାଯାଉଛି ।

ସୂଚନା ଥାଉ କି, ଉମେଶ ପାଲଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶାଇସ୍ତା ପରଭିନ୍‌ ହେଉଛନ୍ତି ଅନ୍ୟତମ । ଯିଏକି ତାଙ୍କ ପୁଅଙ୍କ ସହ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାରେ ପ୍ରତ୍ୟକ୍ଷଦର୍ଶୀ ଥିଲେ । ସେଥିପାଇଁ ଶାଇସ୍ତାଙ୍କ ସୂଚନା ପାଇଁ ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ଶାଇସ୍ତାଙ୍କ ସମ୍ପର୍କରେ କେହି ସୂଚନା ଦେଲେ ୟୁପି ସରକାର ତାଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବେବୋଲି ଘୋଷଣା କରିଥିଲେ ।

ଭାଇରାଲ ଭିଡିଓରେ ଶାଇସ୍ତାଙ୍କୁ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳୁଛି । ତାଙ୍କ ଚେହେରା ସ୍ପଷ୍ଟ ଦେଖାଯାଉଥିବାରୁ ଶାଇସ୍ତା ହେଡ ସ୍କାର୍ଫ କିମ୍ବା ବୁର୍ଖା ପିନ୍ଧିଥିବାର ନଜର ଆସିଛନ୍ତି । ଆଗରୁ କୌଣସି ଭିଡିଓରେ ଶାଇସ୍ତାଙ୍କ ଚେହେରା ଏତେ ସ୍ପଷ୍ଟ କେବେ ହୋଇନଥିଲା ।

ସୂଚନା ଅନୁଯାୟୀ, ନିକଟ ସମ୍ପର୍କୀୟଙ୍କ ବିବାହରେ ଶାଇସ୍ତାଙ୍କ ଉପସ୍ଥିତ ଥିଲେ । ତାହାଛଡ଼ା ଆଉ ଏକ ବିବାହ ସମାରୋହର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଖୁସିଥିବା ସହ ଫୁଲମାଳରେ ମଧ୍ୟ ଦେଖିବାକୁ ମିଳିଛନ୍ତି ।

ଅତିକର ମୃତ୍ୟୁ ପରେ ଶାଇସ୍ତାଙ୍କୁ ଖୋଜୁଛି ୟୁପି ପୋଲିସ । କର୍ତ୍ତୃପକ୍ଷଙ୍କ ସୂଚନା ଅଧାରରେ ଶାଇସ୍ତାଙ୍କ ବିରୋଧରେ ୪ଟି ମାମଲା ରହିଛି । ୩ଟି ଠକେଇ ମାମଲା ରହିଥିବାବେଳେ ଗୋଟିଏ ହତ୍ୟା ମାମଲା ପରି ସଙ୍ଗୀନ ମାମଲା ରୁଜୁ କରାଯାଇଛି । ଏପ୍ରିଲ ୧୩ ତାରିଖରେ ୟୁପି ଏସଟିଏଫ ଦ୍ୱାରା ଅସଦ ଏବଂ ଗୁଲାମଙ୍କୁ ହତ୍ୟା କରାଯାଇଥିଲା ।

 

courtesy:- DNA