/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752849222.jpg)
Crime In Bhubaneswar
ବନ୍ଧୁ ସାଜିଲା ବଇରି । ରାତିରେ ସାଙ୍ଗକୁ ପଥରେ ଛେଚି ମାରିଦେଲା । ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ପୁଣି ହତ୍ୟାକାଣ୍ଡ । ଅଧରାତିରେ ସାଙ୍ଗକୁ ମାରି ଫେରାର ହୋଇଯାଇଛି ସାଙ୍ଗ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାର ଚାନଭିନ ଚଳାଇଛି । ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।
ପୁଣି ରାଜଧାନୀରେ ସାଙ୍ଗ ସାଜିଲା ସୈତାନ୍ । ବନ୍ଧୁ ମୁଣ୍ଡକୁ ପଥରରେ ଛେଚି ମାରିଦେଲା । ଅଧରାତିରେ ହତ୍ୟା କରି ଚମ୍ପଟ୍ ମାରିଲା । ଭରତପୁର ଥାନା ସୋମନାଥ ବସ୍ତିରେ ଘଟିଛି ବୀଭତ୍ସ ହତ୍ୟା। ମୃତକ କୈଳାସ ନାୟକ। ଘର-ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ। ପେଶାରେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିବା କୈଳାସ ୨ ମାସ ହେଲା ମାଆଙ୍କ ସହିତ ରହୁଥିଲା ଏକ ଭଡ଼ା ଘରେ । ଗତକାଲି ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଆସି ମାଆ ସହିତ କରିଥିଲା ଗଣ୍ଡଗୋଳ। ଝଗଡ଼ା ପରେ ଘରୁ ଚାଲିଯାଇଥିଲେ ମାଆ। ଆଉ ସକାଳକୁ ଫେରି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଘର ଭିତରେ ପଡ଼ିଥିଲା ପୁଅର ରକ୍ତାକ୍ତ ମୃତଦେହ।
ମାଆଙ୍କ ଅଭିଯୋଗ ଅନୁସାରେ, ପୁଅ ସହିତ ରାତିରେ ତାର ସାଙ୍ଗ ଘରେ ରହିଥିଲା । ସେ ହିଁ କୈଳାସକୁ ହତ୍ୟା କରି ଫେରାର ହୋଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ପଥର ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ଏଯାଏଁ ସ୍ପଷ୍ଟ ହୋଇନି ।
ଅଶାନ୍ତ ହୋଇପଡ଼ିଲାଣି ରାଜଧାନୀର ବସ୍ତି । ବେଫିକର ଅପରାଧୀ, ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଏପ୍ରିଲ ୨୬ ତାରିଖ । ସାଇନ୍ସ ପାର୍କ ବସ୍ତିରେ ଜନ୍ମେଜୟ ନାୟକଙ୍କୁ ମର୍ଡର । କିଛିଦିନ ବ୍ୟବଧାନରେ ହମିଦୁଲ ଖାଁଙ୍କୁ ବି କରାଯାଇଥିଲା ହତ୍ୟା । ହୋଲିରେ ଶାନ୍ତିପଲ୍ଲୀ ବସ୍ତିର ଗୋପୀ ଗୁଣି ଓ ସମେଇଗାଡ଼ିଆର ଆୟୁଷ୍ମାନ ପତିଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ଏହାପୂର୍ବରୁ ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା ସହଦେବ ହତ୍ୟାକାଣ୍ଡ । ବସ୍ତିରେ ଅପରାଧ କମାଇବାକୁ ପୋଲିସ୍ ଲଗାତାର ଉଦ୍ୟମ କରୁଥିବାବେଳେ ସେଭଳି କୌଣସି ଆଖିଦୃଶିଆ ସଫଳତା ମିଳିପାରୁନି। ଏବେ କୈଳାଶ ନାୟକ ହତ୍ୟା ଅଭିଯୁକ୍ତକୁ ପୋଲିସ୍ କେବେ ବାନ୍ଧୁଛି ତାହା ଉପରେ ନଜର....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)