Advertisment

Real-Life Bunty-Babli: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

କ୍ୟାମେରା ଆଗରେ କାନ୍ଦିଲେ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା । କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଲେ ଆମକୁ ଫସେଇ ଦିଆଯାଇଛି ।

ଅଦ୍ୟତନ ହୋଇଛି
Income Tax sleuths nab Hansita’s real husband in Bhubaneswar.

Fraudsters Hansita

Advertisment

କ୍ୟାମେରା ଆଗରେ କାନ୍ଦିଲେ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା । କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଲେ ଆମକୁ ଫସେଇ ଦିଆଯାଇଛି । ସବୁ ସତ କହିବି, ଏବଂ ଗୁମର ଖୋଲିବି ବୋଲି କହି ମୋତେ ଜାଣିଶୁଣି ବଦନାମ କରାଯାଉଛି ବୋଲି କହିଛନ୍ତି ହଂସିତା । ଠକ ବଣ୍ଟି ବବ୍ଲି ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ଆଜି ରିମାଣ୍ଡରେ ନେବାବେଳେ କାନ୍ଦି କାନ୍ଦି ଏହା କହିଛନ୍ତି ହଂସିତା ।

Advertisment

ସେପଟେ ତାଙ୍କ କ୍ରାଇମ ପାର୍ଟନର ଅନୀଲ କହିଛନ୍ତି ଯେ ଆମେ କିଛି ବି କରିନାହୁଁ । ଯିଏ ଆମ ନାମରେ କେସ୍ ଦେଇଛନ୍ତି ତାଙ୍କୁ ବି ଆମେ ଜାଣିନୁ । ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କହିଛନ୍ତି । ଉଭୟଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।

ଅଧିକ ପଢ଼ନ୍ତୁ : କାହା ଛତ୍ରଛାୟାରେ ରହି ଦଲାଲି ଚଳାଇ ଆସୁଥିଲେ ହଂସିତା-ଅନୀଲ୍-ମନୋଜ-ସରୋଜ ?

Advertisment

ମାଟି ଖୋଳୁ ଖୋଳୁ ମହାଦେବ ଭଳି କର୍ପୋରେଟ୍ ଦଲାଲ୍ ହଂସିତାଙ୍କ ନିଇତି ନୂଆ ଷ୍ଟୋରୀ ବାହାରୁଛି । ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସାଙ୍କ ଠକ ସାମ୍ରାଜ୍ୟର ଖୋଳତାଡ଼ ଭିତରେ ତାଙ୍କ ଅସଲ ସ୍ୱାମୀଙ୍କୁ ସାମ୍ନାକୁ ଆଣିଛି ଆୟକର ବିଭାଗ । ପ୍ରଥମେ ଅନୀଲ ମହାନ୍ତି, ପରେ କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ଆଉ ବ୍ୟବସାୟୀ ସରୋଜ ସାହୁ ।

ଆୟକର ବିଭାଗ କହିଛି, ସରୋଜ ହିଁ ହଂସିତାଙ୍କ ଠକ ସାମ୍ରାଜ୍ୟର ମାଷ୍ଟରମାଇଣ୍ଡ । ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍ । ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ତେବେ ସରୋଜ ସାହୁ ହିଁ କୁଆଡ଼େ ହଂସିତାଙ୍କ ଅସଲ ସ୍ୱାମୀ । ଯାହାଙ୍କ ବୟସ ପ୍ରାୟ ୬୦ ବର୍ଷ । ଯାହାଙ୍କୁ ଜଟଣୀରୁ ଖୋର୍ଦ୍ଧା ଆଉ ଖୋର୍ଦ୍ଧାରୁ ପିଛା କରି ଶେଷରେ ଖଣ୍ଡଗିରିରେ ଏକ କାର ଭିତରୁ ଧରିଛି ଆୟକର ବିଭାଗ।

Advertisment

ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେଉଛନ୍ତି ସରୋଜ ସାହୁ। ଯାହାଙ୍କ ନାଁରେ ଠକେଇର ସାମ୍ରାଜ୍ୟ ଚଳାଇଥିଲେ ହଂସିତା ଅଭିଲିପ୍ସା। ରାଜଧାନୀର କୋଠାବାଡ଼ି ହେଉ କିମ୍ବା ନାମୀ ଦାମୀ କାର୍ । ସବୁରି ପଛରେ ରହିଛି ସରୋଜ ସାହୁଙ୍କ ହାତ। ଅର୍ଥାତ ହଂସିତାଙ୍କ ବେନାମୀ ସଂପତ୍ତିର ବେନାମ୍ ବାଦଶାହ ହେଉଛନ୍ତି ସରୋଜ ସାହୁ।

ଗୋଟିଏ ପଟେ ସରୋଜ ସାହୁଙ୍କୁ ଜେରା, ଆରପଟେ ଜେଲରେ ବିଷ୍ଣୁପ୍ରିୟା ଓରଫ୍ ହଂସିତା ଅଭିଲିପ୍ସା ଓ କ୍ରାଇମ ପାର୍ଟନର୍ ଅନୀଲ ମହାନ୍ତି। ଏମାନଙ୍କୁ ମଧ୍ୟ ଜେଲ୍ ଭିତରେ ଜେରା କରିବ ଆୟକର ବିଭାଗ । ସେପଟେ ଆସନ୍ତାକାଲି କମିଶନରେଟ୍ ପୋଲିସ ମଧ୍ୟ ଦିନିକିଆ ରିମାଣ୍ଡରେ ନେଇ ଜେରା କରିବ। ଆୟକର ବିଭାଗର ତଥ୍ୟ କହୁଛି, ହଂସିତାଙ୍କ ଠକେଇର ଚେର, କେବଳ ଝାଡ଼ଖଣ୍ଡ ନୁହେଁ, ଛତିଶଗଡ଼ ଯାଏଁ ଲମ୍ବିଛି । ESL ନାମକ ଏକ ଠିକା ସଂସ୍ଥା ନାଁରେ ହଂସିତା ଏବଂ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ଚଳାଉଥିଲେ ଟେଣ୍ଡର ଫିକ୍ସିଂ।

ଏପରିକି ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ନାଁରେ ଚଳାଇ ଆସୁଥିଲେ ଜାଲିଆତି। ଏପଟେ ବାଲିଗୁଡ଼ାରେ କ୍ରମାଗତ ରେଡ୍ ପରେ ଆୟକର ବିଭାଗ ମନୋଜଙ୍କୁ ଅଟକ ରଖିଛି । ମନୋଜଙ୍କ ସମେତ ପରିବାର ଲୋକଙ୍କୁ ମଧ୍ୟ ମାରାଥନ ଜେରା କରିଛି। ତା’ସହ ବାଲିଗୁଡ଼ା SBI ମୁଖ୍ୟବ୍ରାଞ୍ଚରେ ପଶି ଖୋଳତାଡ଼ କରିଛି ଆୟକର ବିଭାଗ ।

ଅଧିକ ପଢ଼ନ୍ତୁ : ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ବାମୀକୁ ଧରିଲା ଆୟକର ବିଭାଗ

Bhubaneswar Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ