ପୁଣି ଆକ୍ଟିଭ ହେଲା ହାଇପ୍ରୋଫାଇଲ ଠକ ଦମ୍ପତି ହସିଂତା-ଅନୀଲ ମାମଲା । ଜେଲରେ ଆୟକର ବିଭାଗ କଲା ମାରାଥନ ଜେରା । ବେନାମୀ ସମ୍ପତ୍ତି ଠାରୁ ରାଜନେତାଙ୍କ ସଂପୃକ୍ତି ସବୁ ନେଇ ହୋଇଛି ପଚରାଉଚରା । ଉଭୟଙ୍କ ବୟାନ ରେକର୍ଡ ପରେ ଧଡ ଧଡ ରାଜନେତା, ବିଲ୍ଡରଙ୍କ ଛାତି । ଖୁବଶୀଘ୍ର ବଡ଼ବଡ଼ିଆଙ୍କୁ ହୋଇପାରେ ସମନ । ସେପଟେ ବିରି ମାଡ଼ ଦେଖି କୋଳଥ ଚେପା ଭଳି ଆଗୁଆ ଜାମିନ ଆବେଦନ କରି ହତାଶ ହୋଇଛନ୍ତି ତଥାକଥିତ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ।
Also Read
ଝାରପଡା ଜେଲରେ ଆଇଟି । ହଂସିତା-ଅନୀଲକୁ ମାରାଥନ ଜେରା, ବଡବଡିଆଙ୍କ ଛାତି ଧଡ଼ଧଡ଼ । ଧୀରେ ଧୀରେ ଖୋଲୁଛି ଠକ ଯୋଡିଙ୍କ ଠକ ସାମ୍ରାଜ୍ୟର ଗୁମର । ସ୍ପଷ୍ଟ ହେଉଛି ବେନାମୀ ସଂପତ୍ତିର ମାଲିକାନା । କିଏ ସେ ନେତା, କିଏ ସେ ବିଲ୍ଡର ? ଯାହାଙ୍କର ରହିଛି ହଂସିତା- ଅନୀଲଙ୍କ ସହ ନିବିଡ଼ ସଂପର୍କ । କେଉଁ ବିଲ୍ଡର ପାଖରେ ହଂସିତାର ଲାଗିଛି କୋଟି କୋଟି ଟଙ୍କାର ବେନାମୀ ସଂପତ୍ତି ? କେଉଁ ନେତା ଦେଉଥିଲେ ସୁରକ୍ଷା ? କେଉଁ ଅଫିସର ଡିଲ୍ କରି ଦେଉଥିଲେ କୋଟି କୋଟି ଟଙ୍କାର ଟେଣ୍ଡର ? ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆୟକର ବିଭାଗ ଝାରପଡ଼ା ଜେଲରେ କରିଛି ହଂସିତା ଅନିଲଙ୍କୁ ମାରାଥନ ଜେରା ।
ଅଧିକ ପଢ଼ନ୍ତୁ: କାଳ ସାଜିଲା ଚୋରା ପୀରତି, ଶେଷରେ ଲୋନ୍ ନେଇ ନିଜ ଶାଳୀକୁ ହତ୍ୟାକଲା ଭିଣୋଇ
ସକାଳ ପ୍ରାୟ ସାଢେ ୯ଟା । ଝାରପଡ଼ା ଜେଲରେ ଗୋଟିଏ ପରେ ଗୋଟିଏ ଆୟକର ବିଭାଗର ଗାଡ଼ି ପଶିଲା । ସମସ୍ତ କାଗଜପତ୍ର ସହ ସଦଳବଳ ଆୟକର ବିଭାଗ କର୍ମଚାରୀ ଜେଲ ଭିତରକୁ ପ୍ରବେଶ କରିଥିଲେ । ଆଉ ତାପରେ ଚାଲିଲା ହାଇପ୍ରୋଫାଇଲ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ମାରାଥନ ଜେରା । ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ଆୟକର ବିଭାଗର ୧୦ରୁ ଉର୍ଦ୍ଧ୍ୱ ଅଫିସର ଜେରା କରିବା ସହ ଗୁଡେଇ ତୁଡେଇ କରିଛନ୍ତି ପ୍ରଶ୍ନ । ପୂର୍ବରୁ ଆଇଟି ପକ୍ଷରୁ ପାଖାପାଖି ୧୬ଟି ସ୍ଥାନରେ ରେଡ୍ କରାଯାଇଥିବା ବେଳେ ହଂସିତା-ଅନୀଲଙ୍କର ଶହେ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ସନ୍ଧାନ ମିଳିଥିଲା । ଆଉ ଏହାରି ଭିତରେ ସମ୍ନାକୁ ଆସିଥିଲା ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି। ଯେଉଁଥିରୁ ୧୭ କୋଟି ଟଙ୍କାରର ବେନାମୀ ସମ୍ପତ୍ତି ଏକାଧିକ ବିଲ୍ଡରଙ୍କ ପାଖରେ ରହିଥିବା ଜାଣିବାକୁ ପାଇଥିଲା ଆୟକର ବିଭାଗ ।
ଏସବୁ ଭିତରେ କିନ୍ତୁ ଆପେ ଆପେ ସନ୍ଦେହ ଘେରକୁ ଆସିଛନ୍ତି କନ୍ଧମାଳର ବରିଷ୍ଠ କଂଗ୍ରେସ ନେତା ଓ ତଥାକଥିତ ହଂସିତାଙ୍କ ସ୍ବାମୀ ମନୋଜ ଆଚାର୍ଯ୍ୟ । ନା ପୋଲିସ କରିଥିବା ମାମଲାରେ ନାଁ ରହିଛି ନା ଆୟକର ବିଭାଗ ତାଙ୍କ ଉପରେ କୌଣସି ଆକ୍ସନ ନେଇଛି। ହଂସିତା-ଅନୀଲ ମାମଲାରେ ସେ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିବାବେଳେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ମନୋଜଙ୍କ ଏଭଳି ତରବରିଆ ଭାବେ ଜାମିନ ଆବେଦନ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ଏହାରି ମଧ୍ୟରେ କମିଶନରେଟ ପୋଲିସ ହଂସିତାଙ୍କ ବିରୋଧରେ ଯୁବତୀ ଚାଲାଣ, ଜାଲ ପାସପୋର୍ଟ ହାସଲ ସହ ୩ ଟି ମାମଲା ରୁଜୁ କରିଛି । ଯାହାକୁ ନେଇ ତଦନ୍ତ କରୁଛି । ଗୋଟେ ପଟେ ପୋଲିସ ଅନ୍ୟପଟେ ଆୟକର ଏହି ମାମଲାରେ ଉଭୟ ଠକ ଯୋଡ଼ିଙ୍କୁ ଘାଣ୍ଟୁଛି ।